ଧୁଡୁକୁ ଖୁଆଇବା ପାଇଁ ଜଙ୍ଗଲରେ ପାଗଳିଙ୍କ ପରି ବୁଲୁଛନ୍ତି କୁନ୍ତଳା

The Sakala Picture
Published On

ତେଲକୋଇ  : ପଶୁ ଓ ମଣିଷ ମଧ୍ୟରେ ଅନାବିଳ ସ୍ନେହ ରହିଛି । ମଣିଷ ପାଖରୁ ପଶୁ ଟିକୁ ବିଛେଦ କରି ଜଙ୍ଗଲରେ ଛାଡିବା ଘଟଣାରେ ଜଣେ ମହିଳା ଜଙ୍ଗଲ ମଧ୍ୟରେ ଥିବା ନିଜ ପାଳିତ ପଶୁ କୁ ଖୋଜିବା ପାଇଁ ପାଗଳି ହୋଇଯାଇଛି । ଏଭଳି ଘଟଣା ତେଲକୋଇ ବନାଂଚଳ ଅଧିନର ବିମଳା ଫରେଷ୍ଟ ବିଟ ଅଧିନରେ ହୋଇଥିବା ବେଳେ ଏହା ଚର୍ଚ୍ଚାର ବିଷୟ ହୋଇଛି । ସୂଚନାଅନୁସାରେ  ୨ ବର୍ଷ ପୂର୍ବରୁ ଜଙ୍ଗଲକୁ ପୁରୁଷୋତ୍ତମପୁର […]

ତେଲକୋଇ  : ପଶୁ ଓ ମଣିଷ ମଧ୍ୟରେ ଅନାବିଳ ସ୍ନେହ ରହିଛି । ମଣିଷ ପାଖରୁ ପଶୁ ଟିକୁ ବିଛେଦ କରି ଜଙ୍ଗଲରେ ଛାଡିବା ଘଟଣାରେ ଜଣେ ମହିଳା ଜଙ୍ଗଲ ମଧ୍ୟରେ ଥିବା ନିଜ ପାଳିତ ପଶୁ କୁ ଖୋଜିବା ପାଇଁ ପାଗଳି ହୋଇଯାଇଛି । ଏଭଳି ଘଟଣା ତେଲକୋଇ ବନାଂଚଳ ଅଧିନର ବିମଳା ଫରେଷ୍ଟ ବିଟ ଅଧିନରେ ହୋଇଥିବା ବେଳେ ଏହା ଚର୍ଚ୍ଚାର ବିଷୟ ହୋଇଛି ।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

ସୂଚନାଅନୁସାରେ  ୨ ବର୍ଷ ପୂର୍ବରୁ ଜଙ୍ଗଲକୁ ପୁରୁଷୋତ୍ତମପୁର ଗ୍ରାମର ମହିଳା କୁନ୍ତଳା କୁମାରୀ ପେଣ୍ଠେଇ ଜାଳେଣୀ କାଠ ଆଣିବା ପାଇଁ ଯାଇଥିଲା । ଜଙ୍ଗଲ ମଧ୍ୟରେ ଏକ ବାରହା ଶାବକ ଏକା ଏକା ତା ମା କୁ ଖୋଜୁଥିଲା ହେଲେ ମହିଳା ଜଣଙ୍କ ତାକୁ ଉଦ୍ଧାର କରି ନିଜ ଘରକୁ ଆଣି ଛୁଆ ଭଳି ସ୍ନେହ ଦେଇ ପାଖରେ ରଖିଥିଲେ । ଶିଶୁ ଶାବକ ମା ର ସ୍ନେହ ପାଇ ତାଙ୍କରି ଘରେ ରହିବା ପରେ ଏବେ ବଡ ହୋଇଯାଇଛି ।

ଆହୁରି ପଢ଼ନ୍ତୁ: ପ୍ରେମିକାକୁ ହତ୍ୟା କରି ଦୁର୍ଘଟଣା ରୂପ ଦେଇଥିଲା ପ୍ରେମିକ, ବାନ୍ଧିଲା ପୋଲିସ

ତେବେ ଜଙ୍ଗଲ ଜନ୍ତୁ ରଖିବା ଅପରାଧ ଏବଂ ଲୋକ ମାନଙ୍କ ଅଭିଯୋଗ କ୍ରମେ ବନବିଭାଗ ଜନ୍ତୁଙ୍କୁ ଉଦ୍ଧାର କରିବା ସହିତ ମହିଳାଙ୍କୁ ଗତ ମଙ୍ଗଳବାର ତେଲକୋଇ ମୂଖ୍ୟାଳୟକୁ ଆଣିଥିଲେ । ମହିଳାଙ୍କୁ ଜଙ୍ଗଲ ଆକ୍ଟ ବିଷୟ ରେ ବୁଝାଇବା ସହିତ ବାରାହାଟିକୁ ତେଲକୋଇ ନିକଟସ୍ଥ କମଳାଙ୍ଗ ଜଙ୍ଗଲ ରେ ଛାଡିଦେଇଥିଲେ । ହେଲେ ମହିଳାଙ୍କ ସ୍ନେହର ଜନ୍ତୁ ପାଇଁ ପ୍ରତିଦିନ ଭାତ ଧରି ଜଙ୍ଗଲ ରେ ବୁଲିବା ସହିତ ତା ଧୁଡୁ (ଜନ୍ତୁ ର ନାଁ ) ବୋଲି ଜଙ୍ଗଲ ମଧ୍ୟରେ ପାଗଳିଙ୍କ ଭଳି ଡାକ ଛାଡିବା ଆରମ୍ଭ କରିଛନ୍ତି । ମହିଳାଙ୍କ ବିଶ୍ଵାସ ସେ ଭୋକରେ ଥିବ । ମୋ ଡାକ ଶୁଣିଲେ ପୁଣି ଫେରି ଆସିବ ଏବଂ ମୁଁ ଘରକୁ ନେଇ ଯତ୍ନ କରିବି । ବନାଂଚଳ ଅଧିକାରୀ ପ୍ରମୋଦ କୁମାର ସେଠୀ ଙ୍କୁ ପଚାରିବାରୁ ସେ କହିଲେ ଜଙ୍ଗଲ ଜନ୍ତୁ ଘରେ ପାଳିବା ଅନୁଚିତ । ଜଙ୍ଗଲ ଆକ୍ଟ ଅନୁଯାୟୀ ତାଙ୍କୁ ଜଙ୍ଗଲରେ ଛାଡି ଦେଇଛୁ ।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ପୋଷ୍ଟମର୍ଟମ ରିପୋର୍ଟରେ ସାମ୍ନାକୁ ଆସିଲା ମୃତ୍ୟୁର ଅସଲ କାରଣ...

14 Mar 2021 By The Sakala

ଧୁଡୁକୁ ଖୁଆଇବା ପାଇଁ ଜଙ୍ଗଲରେ ପାଗଳିଙ୍କ ପରି ବୁଲୁଛନ୍ତି କୁନ୍ତଳା

ତେଲକୋଇ  : ପଶୁ ଓ ମଣିଷ ମଧ୍ୟରେ ଅନାବିଳ ସ୍ନେହ ରହିଛି । ମଣିଷ ପାଖରୁ ପଶୁ ଟିକୁ ବିଛେଦ କରି ଜଙ୍ଗଲରେ ଛାଡିବା ଘଟଣାରେ ଜଣେ ମହିଳା ଜଙ୍ଗଲ ମଧ୍ୟରେ ଥିବା ନିଜ ପାଳିତ ପଶୁ କୁ ଖୋଜିବା ପାଇଁ ପାଗଳି ହୋଇଯାଇଛି । ଏଭଳି ଘଟଣା ତେଲକୋଇ ବନାଂଚଳ ଅଧିନର ବିମଳା ଫରେଷ୍ଟ ବିଟ ଅଧିନରେ ହୋଇଥିବା ବେଳେ ଏହା ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନାଅନୁସାରେ  ୨ ବର୍ଷ ପୂର୍ବରୁ ଜଙ୍ଗଲକୁ ପୁରୁଷୋତ୍ତମପୁର ଗ୍ରାମର ମହିଳା କୁନ୍ତଳା କୁମାରୀ ପେଣ୍ଠେଇ ଜାଳେଣୀ କାଠ ଆଣିବା ପାଇଁ ଯାଇଥିଲା । ଜଙ୍ଗଲ ମଧ୍ୟରେ ଏକ ବାରହା ଶାବକ ଏକା ଏକା ତା ମା କୁ ଖୋଜୁଥିଲା ହେଲେ ମହିଳା ଜଣଙ୍କ ତାକୁ ଉଦ୍ଧାର କରି ନିଜ ଘରକୁ ଆଣି ଛୁଆ ଭଳି ସ୍ନେହ ଦେଇ ପାଖରେ ରଖିଥିଲେ । ଶିଶୁ ଶାବକ ମା ର ସ୍ନେହ ପାଇ ତାଙ୍କରି ଘରେ ରହିବା ପରେ ଏବେ ବଡ ହୋଇଯାଇଛି ।

ତେବେ ଜଙ୍ଗଲ ଜନ୍ତୁ ରଖିବା ଅପରାଧ ଏବଂ ଲୋକ ମାନଙ୍କ ଅଭିଯୋଗ କ୍ରମେ ବନବିଭାଗ ଜନ୍ତୁଙ୍କୁ ଉଦ୍ଧାର କରିବା ସହିତ ମହିଳାଙ୍କୁ ଗତ ମଙ୍ଗଳବାର ତେଲକୋଇ ମୂଖ୍ୟାଳୟକୁ ଆଣିଥିଲେ । ମହିଳାଙ୍କୁ ଜଙ୍ଗଲ ଆକ୍ଟ ବିଷୟ ରେ ବୁଝାଇବା ସହିତ ବାରାହାଟିକୁ ତେଲକୋଇ ନିକଟସ୍ଥ କମଳାଙ୍ଗ ଜଙ୍ଗଲ ରେ ଛାଡିଦେଇଥିଲେ । ହେଲେ ମହିଳାଙ୍କ ସ୍ନେହର ଜନ୍ତୁ ପାଇଁ ପ୍ରତିଦିନ ଭାତ ଧରି ଜଙ୍ଗଲ ରେ ବୁଲିବା ସହିତ ତା ଧୁଡୁ (ଜନ୍ତୁ ର ନାଁ ) ବୋଲି ଜଙ୍ଗଲ ମଧ୍ୟରେ ପାଗଳିଙ୍କ ଭଳି ଡାକ ଛାଡିବା ଆରମ୍ଭ କରିଛନ୍ତି । ମହିଳାଙ୍କ ବିଶ୍ଵାସ ସେ ଭୋକରେ ଥିବ । ମୋ ଡାକ ଶୁଣିଲେ ପୁଣି ଫେରି ଆସିବ ଏବଂ ମୁଁ ଘରକୁ ନେଇ ଯତ୍ନ କରିବି । ବନାଂଚଳ ଅଧିକାରୀ ପ୍ରମୋଦ କୁମାର ସେଠୀ ଙ୍କୁ ପଚାରିବାରୁ ସେ କହିଲେ ଜଙ୍ଗଲ ଜନ୍ତୁ ଘରେ ପାଳିବା ଅନୁଚିତ । ଜଙ୍ଗଲ ଆକ୍ଟ ଅନୁଯାୟୀ ତାଙ୍କୁ ଜଙ୍ଗଲରେ ଛାଡି ଦେଇଛୁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର