ସୁନାବେଡ଼ାରେ ନିର୍ମାଣ ହେବ ସୁଖୋଇ ଇଞ୍ଜିନ୍‌, ପ୍ରତିରକ୍ଷା ବିଭାଗ ଓ ହାଲ୍‌ ମଧ୍ୟରେ ଏମ୍‌ଓୟୁ

The Sakala Picture
Published On

ଭୁବନେଶ୍ୱର : କୋରାପୁଟ ଜିଲ୍ଲା ସୁନାବେଡାସ୍ଥିତ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ (ଏଚ୍‌ଏଏଲ୍‌) ନିର୍ମାଣ କରିବ ସୁଖୋଇ ଯୁଦ୍ଧ ବିମାନ। ଗତ ୨ ତାରିଖରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍‌ କମିଟିରେ ଏଚ୍‌ଏଏଲ୍‌କୁ ୨୬୦୦୦ କୋଟି ଟଙ୍କାରେ ୨୪୦ଟି ଏରୋ-ଇଞ୍ଜିନ୍‌ ନିର୍ମାଣ ଦାୟିତ୍ୱ ଦେବା ପାଇଁ ଆସିଥିବା ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଥିଲା। ସୋମବାର ଏ ନେଇ ନୂଆଦିଲ୍ଲୀରେ ପ୍ରତିରକ୍ଷା ସଚିବ ଗିରିଧର ଅରମାନେ ଏବଂ ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ଭିଆର ଚୌଧୂରୀଙ୍କ ଉପସ୍ଥିତିରେ ଏ ନେଇ ଏକ […]

ଭୁବନେଶ୍ୱର : କୋରାପୁଟ ଜିଲ୍ଲା ସୁନାବେଡାସ୍ଥିତ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ (ଏଚ୍‌ଏଏଲ୍‌) ନିର୍ମାଣ କରିବ ସୁଖୋଇ ଯୁଦ୍ଧ ବିମାନ। ଗତ ୨ ତାରିଖରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍‌ କମିଟିରେ ଏଚ୍‌ଏଏଲ୍‌କୁ ୨୬୦୦୦ କୋଟି ଟଙ୍କାରେ ୨୪୦ଟି ଏରୋ-ଇଞ୍ଜିନ୍‌ ନିର୍ମାଣ ଦାୟିତ୍ୱ ଦେବା ପାଇଁ ଆସିଥିବା ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଥିଲା।

ସୋମବାର ଏ ନେଇ ନୂଆଦିଲ୍ଲୀରେ ପ୍ରତିରକ୍ଷା ସଚିବ ଗିରିଧର ଅରମାନେ ଏବଂ ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ଭିଆର ଚୌଧୂରୀଙ୍କ ଉପସ୍ଥିତିରେ ଏ ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। କୋରାପୁଟ ଏଚ୍‌ଏଏଲ୍‌ ଦ୍ୱାରା ଏଏସ୍‌ୟୁ-୩୦ ଏମ୍‌କେଆଇ ବିମାନ ପାଇଁ ୨୪୦ଟି ଏଏଲ୍‌-୩୧ ଏଫ୍‌ପି ଏରୋ ଇଞ୍ଜିନ୍‌ ନିର୍ମାଣ କରିବ। ଚୁକ୍ତି ଅନୁସାରେ ଏଚ୍‌ଏଏଲ୍‌ ବାର୍ଷିକ ୩୦ଟି ଏରୋ ଇଞ୍ଜିନ୍‌ ବାୟୁସେନାକୁ ଯୋଗାଇ ଦେବ। ଆଗାମୀ ୮ ବର୍ଷ ଭିତରେ ୨୪୦ଟି ଇଞ୍ଜିନ୍‌ର ନିର୍ମାଣ ଶେଷ ହେବ। ଏଚ୍‌ଏଏଲ୍‌ ଯୁଦ୍ଧ ବିମାନ ଇଞ୍ଜିନ୍‌ ନିର୍ମାଣ କଲେ ରାଜ୍ୟର ବହୁ ଛୋଟ ଛୋଟ କମ୍ପାନୀ ସମେତ ସରକାରୀ ଓ ବେସରକାରୀ ଉଦ୍ୟୋଗ ଉପକୃତ ହେବେ ବୋଲି କୁହାଯାଇଛି।

10 Sep 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର