ମନୋରଞ୍ଜନ
ଓଡ଼ିଶା
ଥାନାରେ ପ୍ରେମୀ ଯୁଗଳଙ୍କ ବିବାହ, ଉଭୟ ଘରୁ ହୋଇଯାଇଥିଲେ ଫେରାର…
କୋରାପୁଟ: କୋରାପୁଟ ଜିଲ୍ଲା ପାଡୁଆ ଥାନା ପରିସର ମଧ୍ୟରେ ପ୍ରେମୀ ଯୁଗଳଙ୍କ ବିବାହ ହୋଇଛି । ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟ ସମାପନ ହୋଇଛି । ବାଡେଲ ଗାଁର ରବୀନ୍ଦ୍ର ଚାଲାଣ ଓ ସେହି ଗାଁର ମଞ୍ଜୁଳା ହନ୍ତାଳ ବିବାହ ବନ୍ଧନରେ ଆବଧ ହୋଇଛନ୍ତି । ସୂଚନା ଅନୁଯାୟୀ, ରବୀନ୍ଦ୍ର ଓ ମଞ୍ଜୁଳା ଦୁହେଁ ପରସ୍ପରକୁ ଦୀର୍ଘ ଦିନ ହେଲା ଭଲ ପାଉଥିଲେ। ବିବାହ କରିବାକୁ ଦୁହେଁ ପ୍ରତିଶୃତି ମଧ୍ୟ ନେଇଥିଲେ। ଗତ ୩ତାରିଖରେ […]
କୋରାପୁଟ: କୋରାପୁଟ ଜିଲ୍ଲା ପାଡୁଆ ଥାନା ପରିସର ମଧ୍ୟରେ ପ୍ରେମୀ ଯୁଗଳଙ୍କ ବିବାହ ହୋଇଛି । ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟ ସମାପନ ହୋଇଛି । ବାଡେଲ ଗାଁର ରବୀନ୍ଦ୍ର ଚାଲାଣ ଓ ସେହି ଗାଁର ମଞ୍ଜୁଳା ହନ୍ତାଳ ବିବାହ ବନ୍ଧନରେ ଆବଧ ହୋଇଛନ୍ତି ।
ସୂଚନା ଅନୁଯାୟୀ, ରବୀନ୍ଦ୍ର ଓ ମଞ୍ଜୁଳା ଦୁହେଁ ପରସ୍ପରକୁ ଦୀର୍ଘ ଦିନ ହେଲା ଭଲ ପାଉଥିଲେ। ବିବାହ କରିବାକୁ ଦୁହେଁ ପ୍ରତିଶୃତି ମଧ୍ୟ ନେଇଥିଲେ। ଗତ ୩ତାରିଖରେ ଉଭୟେ ଘରୁ ଫେରାର ହୋଇ ଯାଇଥିଲେ। ତେବେ ତିନି ଦିନ ପରେ ରବୀନ୍ଦ୍ର ମଞ୍ଜୁଳାକୁ ଗାଁ ମୁଣ୍ଡରେ ଛାଡି ଫେରାର ହୋଇଯାଇଥିଲେ। ରବିନ୍ଦ୍ରଙ୍କ ଦେଖା ନ ମିଳିବାରୁ ମଞ୍ଜୁଳା ଓ ପରିବାର ଲୋକେ ବାଧ୍ୟ ହୋଇ ୨୨ତାରିଖରେ ପାଡୁଆ ଥାନାର ଦ୍ୱାରସ୍ଥ ହୋଇଥିଲେ ।
ଅଭିଯୋଗ ପାଇବା ପରେ ପୁଲିସ ରବୀନ୍ଦ୍ରଙ୍କୁ ଧରିବାରେ ସଫଳ ହୋଇଥିଲା । ଉଭୟ ପରିବାରକୁ ଥାନାରେ ଡାକି ବୁଝାସୁଝା କରିବା ପରେ ଦୁହେଁ ବିବାହ କରିବାକୁ ସମ୍ମତି ପ୍ରକାଶ କରିଥିଲେ। ଚୁକ୍ତି ନାମା ଅନୁସାରେ ପାଡୁଆ ଥାନା ପରିସର ମଧ୍ୟରେ ପରସ୍ପରକୁ ଫୁଲମାଳ ପିନ୍ଧାଇ ଓ କେକ୍ କାଟି ବିବାହ କରିଥିଲେ। ଥାନା କର୍ମଚାରୀ ଏବଂ ଉଭୟ ପରିବାର ଲୋକେ ଦୁହିଁଙ୍କୁ ଆଶୀର୍ବାଦ ମଧ୍ୟ କରିଥିଲେ। ପ୍ରଥମ ଥର ପାଇଁ ସୀମାନ୍ତ ପାଡୁଆ ଥାନା ବିବାହ ମଣ୍ଡପ ସାଜିଥିବା ନେଇ ବେଶ ଚର୍ଚ୍ଚାର ବିଷୟ ହୋଇପଡିଛି ।