ମୋତେ ଚାକିରି ଫେରାଇ ଦିଅନ୍ତୁ… ମୁଁ କେମିତି ବଞ୍ଚିବି….ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଭୋ ଭୋ ହୋଇ କାନ୍ଦିଲେ ଯୁବତୀ

Madhusudan Das Picture
Published On

କୋରାପୁଟ: ମୋତେ ଚାକିରି ଫେରାଇ ଦିଅନ୍ତୁ… ମୁଁ କେମିତି ବଞ୍ଚିବି….। କୋରାପୁଟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଭୋ ଭୋ ହୋଇ କାନ୍ଦି କିଛି ଏମିତି ଗୁହାରି ଜଣାଇଲେ ଜଣେ ଯୁବତୀ । କୋରାପୁଟର ମାନସ ବିଦ୍ୟାଳୟରେ ୧୨ ବର୍ଷ ଧରି ପିଅନ ଭାବେ କାମ କରୁଥିଲେ ସଙ୍ଗୀତା ମୁଦୁଲି । ତେବେ ନିୟମିତ କର୍ମଚାରୀ ଆସିବା ପରେ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିବା ସଙ୍ଗୀତା ଅଭିଯୋଗ କରିଛନ୍ତି । ଏପରିକି ଡିଏସଏସଓ ଅଫିସକୁ ବାରମ୍ବାର ଦୌଡୁଲେ ବି ସମାଧାନ ହେଉନଥିବା କହିଛନ୍ତି । ଏନେଇ କୋରାପୁଟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ସଙ୍ଗୀତା ଭୋ ଭୋ ହୋଇ କାନ୍ଦି କାନ୍ଦି ନିଜର ଅଭିଯୋଗ ଜିଲ୍ଲାପାଳଙ୍କୁ କହିଥିଲେ । ନିଜକୁ ଅନାଥ ବୋଲି କହିଥିଲେ ଯୁବତୀ । ଚାକିରି ହରାଇବା ପରେ ଏବେ କିପରି ଜୀବନ ଚାଲିବ ସେନେଇ ଚିନ୍ତାରେ ପଡ଼ିଛନ୍ତି। ତୁରନ୍ତ ଚାକିରି ନମିଳିଲେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି କାନ୍ଦି କାନ୍ଦି କହିଛନ୍ତି ଯୁବତୀ ।

ଆହୁରି ପଢ଼ନ୍ତୁ: ବ୍ରହ୍ମପୁର ଗିରିରୋଡରେ ଅମାନୁଷିକ ଆକ୍ରମଣ ଘଟଣାକୁ ନିନ୍ଦା କଲେ ନବୀନ, କହିଲେ 'ରାଜ୍ୟରେ ବିଜେପିର ଶାସନ ନୁହେଁ ତ ଲାଗୁଛି ଗୁଣ୍ଡାରାଜ୍ ଚାଲିଛି'

କୋରାପୁଟରେ ଆୟୋଜିତ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ ଦେଖିବାକୁ ମିଳିଥିଲା ଏକ ହୃଦୟବିଦାରକ ଦୃଶ୍ୟ। ଦୀର୍ଘ ୧୨ ବର୍ଷ ଧରି ମାନସ ବିଦ୍ୟାଳୟରେ ମାତ୍ର ୨୫ଶହ ଟଙ୍କା ଦରମାରେ କେୟାର ଟେକର ଭାବେ କାମ କରୁଥିଲେ । ରେଗୁଲାର ପୋଷ୍ଟ ବାହାରିବା ପରେ ତାଙ୍କୁ କାମରୁ ବାହାର କରାଯାଇଥିବା ଅଭିଯୋଗ ହୋଇଛି। ଚାକିରି ହରାଇ ଜୀବନ ଜୀବିକା ନେଇ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି ଯୁବତୀ । ଘଟଣାକୁ ଗୁରୁତ୍ୱର ସହ ନେଇ କୋରାପୁଟ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ତଦନ୍ତ କରି ଶୀଘ୍ର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଶିଶୁଙ୍କ ଚାଉଳ ଓ ଛତୁଆ ବିକୁଥିଲେ ଅଙ୍ଗନବାଡ଼ି ଦିଦି, ଅଟୋ ସହ ରାସନ ସାମଗ୍ରୀ ଜବତ କଲେ ଗ୍ରାମବାସୀ

26 May 2026 By Madhusudan Das

ମୋତେ ଚାକିରି ଫେରାଇ ଦିଅନ୍ତୁ… ମୁଁ କେମିତି ବଞ୍ଚିବି….ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଭୋ ଭୋ ହୋଇ କାନ୍ଦିଲେ ଯୁବତୀ

କୋରାପୁଟ: ମୋତେ ଚାକିରି ଫେରାଇ ଦିଅନ୍ତୁ… ମୁଁ କେମିତି ବଞ୍ଚିବି….। କୋରାପୁଟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଭୋ ଭୋ ହୋଇ କାନ୍ଦି କିଛି ଏମିତି ଗୁହାରି ଜଣାଇଲେ ଜଣେ ଯୁବତୀ । କୋରାପୁଟର ମାନସ ବିଦ୍ୟାଳୟରେ ୧୨ ବର୍ଷ ଧରି ପିଅନ ଭାବେ କାମ କରୁଥିଲେ ସଙ୍ଗୀତା ମୁଦୁଲି । ତେବେ ନିୟମିତ କର୍ମଚାରୀ ଆସିବା ପରେ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିବା ସଙ୍ଗୀତା ଅଭିଯୋଗ କରିଛନ୍ତି । ଏପରିକି ଡିଏସଏସଓ ଅଫିସକୁ ବାରମ୍ବାର ଦୌଡୁଲେ ବି ସମାଧାନ ହେଉନଥିବା କହିଛନ୍ତି । ଏନେଇ କୋରାପୁଟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ସଙ୍ଗୀତା ଭୋ ଭୋ ହୋଇ କାନ୍ଦି କାନ୍ଦି ନିଜର ଅଭିଯୋଗ ଜିଲ୍ଲାପାଳଙ୍କୁ କହିଥିଲେ । ନିଜକୁ ଅନାଥ ବୋଲି କହିଥିଲେ ଯୁବତୀ । ଚାକିରି ହରାଇବା ପରେ ଏବେ କିପରି ଜୀବନ ଚାଲିବ ସେନେଇ ଚିନ୍ତାରେ ପଡ଼ିଛନ୍ତି। ତୁରନ୍ତ ଚାକିରି ନମିଳିଲେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି କାନ୍ଦି କାନ୍ଦି କହିଛନ୍ତି ଯୁବତୀ ।

କୋରାପୁଟରେ ଆୟୋଜିତ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ ଦେଖିବାକୁ ମିଳିଥିଲା ଏକ ହୃଦୟବିଦାରକ ଦୃଶ୍ୟ। ଦୀର୍ଘ ୧୨ ବର୍ଷ ଧରି ମାନସ ବିଦ୍ୟାଳୟରେ ମାତ୍ର ୨୫ଶହ ଟଙ୍କା ଦରମାରେ କେୟାର ଟେକର ଭାବେ କାମ କରୁଥିଲେ । ରେଗୁଲାର ପୋଷ୍ଟ ବାହାରିବା ପରେ ତାଙ୍କୁ କାମରୁ ବାହାର କରାଯାଇଥିବା ଅଭିଯୋଗ ହୋଇଛି। ଚାକିରି ହରାଇ ଜୀବନ ଜୀବିକା ନେଇ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି ଯୁବତୀ । ଘଟଣାକୁ ଗୁରୁତ୍ୱର ସହ ନେଇ କୋରାପୁଟ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ତଦନ୍ତ କରି ଶୀଘ୍ର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର