ମାଓ ମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନଓ୍ୱର ବିଶାଳ ସିଂହଙ୍କ ସୂଚନା

Madhusudan Das Picture
Published On

କୋରାପୁଟ: ଆଜିଠୁ ମାଓ ମୁକ୍ତ ହେଲା କୋରାପୁଟ ଜିଲ୍ଲା । ପ୍ରେସମିଟରେ ସୂଚନା ଦେଲେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଡକ୍ଟର କନୱର ବିଶାଳ ସିଂହ । ଏସିଏମ କ୍ୟାଡର ମାଓବାଦୀ ମମତା ପଡ଼ିଆମି ଆତ୍ମସମର୍ପଣ କରିଛନ୍ତି । ରାଜ୍ୟ ସରକାରଙ୍କ ନୂତନ ଆତ୍ମସମର୍ପଣ ଯୋଜନାରେ ଅନୁପ୍ରାଣିତ ହୋଇ ଛତିଶଗଡ଼ ରାଜ୍ୟର ବିଜାପୁର ଡିଭିଜନରେ ସାମିଲ ଥିବା ମମତା ପଡ଼ିଆମୀ ଏସଏଲଆର ସହ ଆତ୍ମସମର୍ପଣ କରିଛନ୍ତି। ରାଇଫଲ ଓ ବିଭିନ୍ନ ଗୋଳାବାରୁଦ ସହ ମମତା ଆତ୍ମସମର୍ପଣ କରିଛନ୍ତି । ମମତାଙ୍କ ଆତ୍ମସମର୍ପଣ ପରେ କୋରାପୁଟ ଜିଲ୍ଲା ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ହେଲା ବୋଲି କହିଛନ୍ତି ଡିଆଇଜି କନୱର ବିଶାଳ ସିଂହ। ୨୦୨୩ ମସିହାରେ ମମତା ଛତିଶଗଡ ବିଜାପୁର ଅଞ୍ଚଳର ବିଭିନ୍ନ ହତ୍ୟା ମାମଲାରେ ଜଡ଼ିତ ଥିଲେ । ମମତାଙ୍କଠାରୁ ଗୋଟିଏ ରାଇଫଲ ଏଵଂ ୧୦ ପ୍ରକାର ବିଭିନ୍ନ ଗୋଳାବାରୁଦ ଜବତ ହୋଇଛି ।

ଆହୁରି ପଢ଼ନ୍ତୁ: ଅଜିତ ପାୱାରଙ୍କ ଦେହାନ୍ତ ପରେ ଅନିଶ୍ଚିତତାରେ ଏନସିପି ମିଶ୍ରଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp