କପିଳେଶ୍ୱରଙ୍କ ଅଶୋକାଷ୍ଟମୀ ରଥଯାତ୍ରା: ରଥ ଗଢା ଅନ୍ତିମ ପର୍ଯ୍ୟାୟରେ, ଆଜି ଶ୍ରୀକ୍ଷେତ୍ରରୁ ଆସିବ ଆଜ୍ଞାମାଳ ଓ ପାଟପତନି

The Sakala Picture
Published On

ନିରାକାରପୁର: ଚୈତ୍ର ଶୁକ୍ଳପକ୍ଷ ଅଷ୍ଟମୀରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଡିଆ ଗ୍ରାମରେ ଥିବା କପିଳେଶ୍ୱରଙ୍କ ଅଶୋକାଷ୍ଟମୀ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଦ୍ବାଦଶୀ ତିଥିରେ କପିଳେଶ୍ୱରଙ୍କ ବିଜୟାରଥ ନିଶାର୍ଦ୍ଧ ସମୟରେ ଓ ଗହୀର ମଧ୍ୟରେ ଟଣାଯାଇ ଥାଏ। ଏହି ପରମ୍ପରା ବହୁ ପୁରାତନ। ଚଳିତ ବର୍ଷ  ଶ୍ରୀ ଜୀଉଙ୍କ ରଥ ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ରଥଯାତ୍ରା ପାଇଁ ଆଜି ଅର୍ଥାତ୍ ୧୫ ତାରିଖରେ  ଶ୍ରୀକ୍ଷେତ୍ରରୁ ଆଜ୍ଞାମାଳ ଆଣିବା ପାଇଁ ଟାଙ୍ଗୀ ତହସିଲଦାର […]

ନିରାକାରପୁର: ଚୈତ୍ର ଶୁକ୍ଳପକ୍ଷ ଅଷ୍ଟମୀରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଡିଆ ଗ୍ରାମରେ ଥିବା କପିଳେଶ୍ୱରଙ୍କ ଅଶୋକାଷ୍ଟମୀ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଦ୍ବାଦଶୀ ତିଥିରେ କପିଳେଶ୍ୱରଙ୍କ ବିଜୟାରଥ ନିଶାର୍ଦ୍ଧ ସମୟରେ ଓ ଗହୀର ମଧ୍ୟରେ ଟଣାଯାଇ ଥାଏ। ଏହି ପରମ୍ପରା ବହୁ ପୁରାତନ। ଚଳିତ ବର୍ଷ  ଶ୍ରୀ ଜୀଉଙ୍କ ରଥ ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ରଥଯାତ୍ରା ପାଇଁ ଆଜି ଅର୍ଥାତ୍ ୧୫ ତାରିଖରେ  ଶ୍ରୀକ୍ଷେତ୍ରରୁ ଆଜ୍ଞାମାଳ ଆଣିବା ପାଇଁ ଟାଙ୍ଗୀ ତହସିଲଦାର ଓ କମିଟିର ଜଣେ ସଦସ୍ୟ ଯିବାର କାର୍ଯ୍ୟକ୍ରମ ରହିଛି। ୧୬ ତାରିଖ ଅଷ୍ଟମୀ ଦିନ ପୂର୍ବାହ୍ନ ରେ ରଥ ପ୍ରତିଷ୍ଠା ପରେ  ଶ୍ରୀ କପିଳେଶ୍ୱରଙ୍କ ଦ୍ବାରା ଆମନ୍ତ୍ରିତ ହୋଇ ଅପରାହ୍ନ ସୁଦ୍ଧା ଆରେଡି ଗ୍ରାମବାସୀଙ୍କ ଦ୍ବାରା ପଟୁଆରରେ କପିଳେଶ୍ୱରଙ୍କ ବଡ଼ଭାଇ ଗ୍ରାମେଶ୍ବର ଦେବ ଓ ଭାଉଜ ଗ୍ରାମେଶ୍ବରୀ ଆସି ମଣ୍ଡପରେ ବିଜେ କରିବେ। ଏହାପରେ ନିଜ ମନ୍ଦିରରୁ ଶ୍ରୀ କପିଳେଶ୍ୱର ଦେବ ଓ ମା ପାର୍ବତୀ ଆସି ଉକ୍ତ ମଣ୍ଡପରେ ବିଜେ କରି ପୂଜା ନୀତି ସଂପନ୍ନ ପରେ ଗ୍ରାମବାସୀଙ୍କ ଦ୍ବାରା ଚୁଡାଘସା ଲାଗି ହେବ।ପରେ ଚାରି ଠାକୁର ପହଣ୍ଡି ହୋଇ ରଥାରୂଢ଼ ହେବେ। ଏହା ପରେ ଶ୍ରଦ୍ଧାଳୁମାନେ ରଥକୁ ଟାଣି ଟାଣି ପଣା କିଆରୀ ପଯ୍ୟନ୍ତ ନେବେ। ନବମୀ ସଂଧ୍ୟାରେ ଠାକୁର ମାନଙ୍କୁ ରଥରୁ ଗୁଣ୍ଡିଚା ମନ୍ଦିରକୁ ନିଆ ଯିବ। ଦଶମୀରେ ଚାରି ଭଉଣୀ ମା ସରସ୍ବତୀ, ଲକ୍ଷ୍ମୀ,କାଳୀ, ନାରାୟଣୀ ଆସି ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ଅଭିମାନରେ ରଥର ଏକ ଅଂଶକୁ ଭାଙ୍ଗି ନିଜ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ଏକାଦଶୀରେ ରଥର ଦିଗ ପରିବର୍ତ୍ତନ କରାଯିବ।

ପରେ ୨୦ ତାରିଖ ଦ୍ଵାଦଶୀରେ ଠାକୁର ମାନେ ଗୁଣ୍ଡିଚା ମନ୍ଦିରରୁ ବାହାରି ଗ୍ରାମରେ ଭୋଗ ଖାଇ ରଥାରୂଢ଼ ହେବେ। ପରିଚାଳନା କମିଟି ତରଫରୁ ଠାକୁରମାନଙ୍କ ପାଖରେ ସ୍ବତନ୍ତ୍ର ପଣା ଲାଗି ହେବା ସହିତ ନିଶାର୍ଦ୍ଧ ସମୟରେ ଗହୀର ବିଲରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ରଥକୁ ଟାଣି ଟାଣି ନେଇ ଭେଟବାଲି ନିକଟରେ ପହଞ୍ଚାଇବେ। ଏଠାରେ ସ୍ଥାନୀୟ ଗୋପାଳଙ୍କ ଦ୍ବାରା ସ୍ବତନ୍ତ୍ର ପଣା ଲାଗି କରାଯିବ। ଏହାପରେ ପୁଣିଥରେ ରଥକୁ ଟାଣି ଟାଣି ମନ୍ଦିର ପଯ୍ୟନ୍ତ ନିଆଯାଇ ଅପରାହ୍ନରେ ଠାକୁର ମାନେ ନିଜ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ଏହି ଅବସରରେ ପୁରୀ ଗଜପତିଙ୍କ ଦ୍ବାରା ନିୟୋଜିତ ଦଳବେହେରାଙ୍କୁ ଶିରପା ପ୍ରଦାନ କରାଯାଇଥାଏ। ଡିଆ, ନିରାକାର ପୁର, ରାମେଶ୍ବର ପଂଚାୟତ ସମେତ ପାଖ ଆଖ ଅଂଚଳରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଏହି ରଥଯାତ୍ରା ଦେଖିବାକୁ ଆସିଥାନ୍ତି। ଏହି ୫ ଦିନିଆ ରଥଯାତ୍ରାରେ ଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ନିରାକାର ପୁର ପୋଲିସ ମୃତୟନ ହୋଇଥାନ୍ତି। ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା, ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରନ୍ତି ବୋଲି ସଭାପତି କିଶୋର କୁମାର ଦାଶ ସୂଚନା ଦେଇଛନ୍ତି।

14 Apr 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର