ଦେଢ଼ଶହ ବର୍ଷର ଶୁଖୁଆ ହାଟ ରାଜସୁନାଖଳା

The Sakala Picture
Published On

ଖୋର୍ଦ୍ଧାରୁ (ରଞ୍ଜିତ କେ.ଏନ୍‌‌.ସାମନ୍ତରାୟ ଓ ବୋଲଗଡ଼ରୁ ଦେବୀ ପ୍ରସାଦ ମିଶ୍ର): ଗରିବ ଘରର କୋଟିନିଧି, ପଖାଳ କଂସାର ପ୍ରିୟ ସାଥି ହେଉଛି ଶୁଖୁଆ। ହୁଏତ ଏହାର ନାଁ ଶୁଣିଲେ କେହି କେହି ନାକ ଟେକନ୍ତି, ମାତ୍ର ସେହି ଶୁଖୁଆ ସିନା ଦାମରେ କମ କିନ୍ତୁ ଦେଖାଏ ଦମ। ଧନୀ ଖାଏ ସଉକରେ। ଗରିବଙ୍କର କଂସା ପାଖ ଛାଡି ନ ଥାଏ ଶୁଖୁଆ। ଗରିବର ଭଙ୍ଗା କୁଡ଼ିଆଠାରୁ ଧନୀର ଭବ୍ୟ ଭବନ ପର୍ଯ୍ୟନ୍ତ ଅନ୍ନ ସହ ବ୍ୟଞ୍ଜନ ଭାବେ […]

ଖୋର୍ଦ୍ଧାରୁ (ରଞ୍ଜିତ କେ.ଏନ୍‌‌.ସାମନ୍ତରାୟ ଓ ବୋଲଗଡ଼ରୁ ଦେବୀ ପ୍ରସାଦ ମିଶ୍ର): ଗରିବ ଘରର କୋଟିନିଧି, ପଖାଳ କଂସାର ପ୍ରିୟ ସାଥି ହେଉଛି ଶୁଖୁଆ। ହୁଏତ ଏହାର ନାଁ ଶୁଣିଲେ କେହି କେହି ନାକ ଟେକନ୍ତି, ମାତ୍ର ସେହି ଶୁଖୁଆ ସିନା ଦାମରେ କମ କିନ୍ତୁ ଦେଖାଏ ଦମ। ଧନୀ ଖାଏ ସଉକରେ। ଗରିବଙ୍କର କଂସା ପାଖ ଛାଡି ନ ଥାଏ ଶୁଖୁଆ। ଗରିବର ଭଙ୍ଗା କୁଡ଼ିଆଠାରୁ ଧନୀର ଭବ୍ୟ ଭବନ ପର୍ଯ୍ୟନ୍ତ ଅନ୍ନ ସହ ବ୍ୟଞ୍ଜନ ଭାବେ ପରସା ହୁଏ ସଭିଙ୍କ ପ୍ରିୟ ଶୁଖୁଆ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଲେ ମହିଳା !

ଶୁଖୁଆ ଅନେକ ସ୍ଥାନରେ ମିଳେ, କିନ୍ତୁ ରାଜସୁନାଖଳାର ଶୁଖୁଆ ସବୁଠୁ ନିଆରା। ସ୍ୱାଦ, ସୁଲଭତା, ବିଭିନ୍ନ ପ୍ରଜାତି ଏବଂ ଗୁଣବତା ଦୃଷ୍ଟିରୁ ସାରା ଓଡ଼ିଶାରେ ବେଶ ସୁପରିଚିତ ଏଠାକାର ଶୁଖୁଆ। ଖୋର୍ଦ୍ଧାରୁ ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରେ ଯିବାବେଳେ ପଡ଼େ ରାଜସୁନାଖଳାର ଶୁଖୁଆ ବଜାର। ସ୍ଥାନୀୟ ଅଞ୍ଚଳବାସିଙ୍କ ମତାନୁସାରେ ଏହି ଶୁଖୁଆ ବ୍ୟବସାୟ ୧୫୦ବର୍ଷରୁ ଊର୍ଦ୍ଧ୍ୱ ହେଲେ ୧୯୭୦ରୁ ୧୯୭୩ ମସିହାରେ ଏଠାରେ ସ୍ଥାୟୀ ବଜାର ସୃଷ୍ଟି ହୋଇଥିଲା। ଶଙ୍କର ମଲିକ ନାମକ ଜଣେ ବ୍ୟବସାୟୀ ରାଜସୁନାଖଳା ବଜାରରେ ପ୍ରଥମ ଆରମ୍ଭ କରିଥିଲେ ସ୍ଥାୟୀ ଭାବରେ ଏହି ବ୍ୟବସାୟ।

ଆହୁରି ପଢ଼ନ୍ତୁ: କିଏ ସାଜିବ ଓଡ଼ିଶାର ସ୍ୱର; ରାଜ୍ୟସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟିଂ, ଅପରାହ୍ଣ ୫ଟାରେ ଆସିବ ରେଜଲ୍ଟ

ପରିବହନ ଦୃଷ୍ଟିରୁ ବାଲୁଗାଁ, ହୁମା, ଅସ୍ତରଙ୍ଗ, ଚିଲିକା, ପାରଦୀପ, ଇଛାପୁର, ଗୋପାଳପୁର,ଆଦି ଅଞ୍ଚଳରୁ ଟ୍ରକ ଟ୍ରକ ଶୁଖୁଆ ଏଠାକୁ ଆସିଥାଏ। ରାଜସୁନାଖଳାରେ ନାମ ଅନୁସାରେ ୧୦୦ରୁ ଊର୍ଦ୍ଧ୍ବ ପ୍ରକାରର ଶୁଖୁଆ ମିଳେ ବର୍ଷ ସାରା। ପୌରାଣିକ ଦୃଷ୍ଟିକୋଣରୁ ଦେଖିଲେ ଏହି ଶୁଖୁଆକୁ ଅନେକ ଶକ୍ତିପୀଠରେ ପୋଡାବଳି କାର୍ଯ୍ୟରେ ଲଗାଇବା ସହ, ଦଶାହ କାର୍ଯ୍ୟରେ ମଧ୍ୟ ଲାଗିଥାଏ। କାଞ୍ଜିଅଁଳା ପର୍ବରେ ଏହି ଶୁଖୁଆକୁ ପୂଜା କରାଯିବାର ବିଧି ବହୁ ପ୍ରାଚୀନ। ବର୍ତ୍ତମାନର ଚାହିଦା ଦୃଷ୍ଟିରୁ ସ୍ୱାଦିଷ୍ଟ ଓ ଦାମୀ ଶୁଖୁଆ ଭାବରେ ଇଲିସି, ଖଇଙ୍ଗା, ଚିଙ୍ଗୁଡ଼ି ଆଦି ପ୍ରଧାନ।

ଆହୁରି ପଢ଼ନ୍ତୁ: କୋକୋଇ ବନ୍ଧା ସରିଥିଲା, ଅନ୍ତିମ ସଂସ୍କାର ବେଳେ ଚେଇଁ ଉଠିଲା ଶବ

ଅଲଣା ଶୁଖୁଆ ଭାବରେ କୋକଲି, ପାତୁଆ, ଚିଙ୍ଗୁଡ଼ି, କେରାଣ୍ଡି ଛୋଟ ଓ ବଡ଼, କାଉଆ, ମରାଳ, ଚେମି, କଣ୍ଟାଳ, ପାନୁ, କଡ଼କଡ଼ି, ରାଙ୍ଗି, ଝିଲିମିଲି, କିସିକି, ଫୁଲଫୁଟି ଇତ୍ୟାଦି ପ୍ରଜାତିର ଶୁଖୁଆ ଏଠାରେ ଉପଲବ୍ଧ ହୋଇଥାଏ। ଶୁଖୁଆ ତିଆରି କରିବା ସମୟରେ ଲୁଣି ଶୁଖୁଆକୁ ଲୁଣ ଦେଇ ଶୁଖା ଯାଇଥାଏ, ଏଠାରେ ମିଳୁଥିବା ଶୁଖୁଆକୁ ପ୍ରାକୃତିକ ସୂର୍ଯ୍ୟକିରଣରେ ଶୁଖାଯାଏ ଏବଂ ଅଲଣା ଶୁଖୁଆକୁ ଖରାରେ ଶୁଖେଇ ପ୍ରସ୍ତୁତ କରାଯାଏ। ଶୁଖୁଆ ୩ ମାସରୁ ୪ ମାସ ସମୟ ପର୍ଯ୍ୟନ୍ତ ଭଲ ରହିଥାଏ।

13 Aug 2023 By The Sakala

ଦେଢ଼ଶହ ବର୍ଷର ଶୁଖୁଆ ହାଟ ରାଜସୁନାଖଳା

ଖୋର୍ଦ୍ଧାରୁ (ରଞ୍ଜିତ କେ.ଏନ୍‌‌.ସାମନ୍ତରାୟ ଓ ବୋଲଗଡ଼ରୁ ଦେବୀ ପ୍ରସାଦ ମିଶ୍ର): ଗରିବ ଘରର କୋଟିନିଧି, ପଖାଳ କଂସାର ପ୍ରିୟ ସାଥି ହେଉଛି ଶୁଖୁଆ। ହୁଏତ ଏହାର ନାଁ ଶୁଣିଲେ କେହି କେହି ନାକ ଟେକନ୍ତି, ମାତ୍ର ସେହି ଶୁଖୁଆ ସିନା ଦାମରେ କମ କିନ୍ତୁ ଦେଖାଏ ଦମ। ଧନୀ ଖାଏ ସଉକରେ। ଗରିବଙ୍କର କଂସା ପାଖ ଛାଡି ନ ଥାଏ ଶୁଖୁଆ। ଗରିବର ଭଙ୍ଗା କୁଡ଼ିଆଠାରୁ ଧନୀର ଭବ୍ୟ ଭବନ ପର୍ଯ୍ୟନ୍ତ ଅନ୍ନ ସହ ବ୍ୟଞ୍ଜନ ଭାବେ ପରସା ହୁଏ ସଭିଙ୍କ ପ୍ରିୟ ଶୁଖୁଆ।

ଶୁଖୁଆ ଅନେକ ସ୍ଥାନରେ ମିଳେ, କିନ୍ତୁ ରାଜସୁନାଖଳାର ଶୁଖୁଆ ସବୁଠୁ ନିଆରା। ସ୍ୱାଦ, ସୁଲଭତା, ବିଭିନ୍ନ ପ୍ରଜାତି ଏବଂ ଗୁଣବତା ଦୃଷ୍ଟିରୁ ସାରା ଓଡ଼ିଶାରେ ବେଶ ସୁପରିଚିତ ଏଠାକାର ଶୁଖୁଆ। ଖୋର୍ଦ୍ଧାରୁ ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରେ ଯିବାବେଳେ ପଡ଼େ ରାଜସୁନାଖଳାର ଶୁଖୁଆ ବଜାର। ସ୍ଥାନୀୟ ଅଞ୍ଚଳବାସିଙ୍କ ମତାନୁସାରେ ଏହି ଶୁଖୁଆ ବ୍ୟବସାୟ ୧୫୦ବର୍ଷରୁ ଊର୍ଦ୍ଧ୍ୱ ହେଲେ ୧୯୭୦ରୁ ୧୯୭୩ ମସିହାରେ ଏଠାରେ ସ୍ଥାୟୀ ବଜାର ସୃଷ୍ଟି ହୋଇଥିଲା। ଶଙ୍କର ମଲିକ ନାମକ ଜଣେ ବ୍ୟବସାୟୀ ରାଜସୁନାଖଳା ବଜାରରେ ପ୍ରଥମ ଆରମ୍ଭ କରିଥିଲେ ସ୍ଥାୟୀ ଭାବରେ ଏହି ବ୍ୟବସାୟ।

ପରିବହନ ଦୃଷ୍ଟିରୁ ବାଲୁଗାଁ, ହୁମା, ଅସ୍ତରଙ୍ଗ, ଚିଲିକା, ପାରଦୀପ, ଇଛାପୁର, ଗୋପାଳପୁର,ଆଦି ଅଞ୍ଚଳରୁ ଟ୍ରକ ଟ୍ରକ ଶୁଖୁଆ ଏଠାକୁ ଆସିଥାଏ। ରାଜସୁନାଖଳାରେ ନାମ ଅନୁସାରେ ୧୦୦ରୁ ଊର୍ଦ୍ଧ୍ବ ପ୍ରକାରର ଶୁଖୁଆ ମିଳେ ବର୍ଷ ସାରା। ପୌରାଣିକ ଦୃଷ୍ଟିକୋଣରୁ ଦେଖିଲେ ଏହି ଶୁଖୁଆକୁ ଅନେକ ଶକ୍ତିପୀଠରେ ପୋଡାବଳି କାର୍ଯ୍ୟରେ ଲଗାଇବା ସହ, ଦଶାହ କାର୍ଯ୍ୟରେ ମଧ୍ୟ ଲାଗିଥାଏ। କାଞ୍ଜିଅଁଳା ପର୍ବରେ ଏହି ଶୁଖୁଆକୁ ପୂଜା କରାଯିବାର ବିଧି ବହୁ ପ୍ରାଚୀନ। ବର୍ତ୍ତମାନର ଚାହିଦା ଦୃଷ୍ଟିରୁ ସ୍ୱାଦିଷ୍ଟ ଓ ଦାମୀ ଶୁଖୁଆ ଭାବରେ ଇଲିସି, ଖଇଙ୍ଗା, ଚିଙ୍ଗୁଡ଼ି ଆଦି ପ୍ରଧାନ।

ଅଲଣା ଶୁଖୁଆ ଭାବରେ କୋକଲି, ପାତୁଆ, ଚିଙ୍ଗୁଡ଼ି, କେରାଣ୍ଡି ଛୋଟ ଓ ବଡ଼, କାଉଆ, ମରାଳ, ଚେମି, କଣ୍ଟାଳ, ପାନୁ, କଡ଼କଡ଼ି, ରାଙ୍ଗି, ଝିଲିମିଲି, କିସିକି, ଫୁଲଫୁଟି ଇତ୍ୟାଦି ପ୍ରଜାତିର ଶୁଖୁଆ ଏଠାରେ ଉପଲବ୍ଧ ହୋଇଥାଏ। ଶୁଖୁଆ ତିଆରି କରିବା ସମୟରେ ଲୁଣି ଶୁଖୁଆକୁ ଲୁଣ ଦେଇ ଶୁଖା ଯାଇଥାଏ, ଏଠାରେ ମିଳୁଥିବା ଶୁଖୁଆକୁ ପ୍ରାକୃତିକ ସୂର୍ଯ୍ୟକିରଣରେ ଶୁଖାଯାଏ ଏବଂ ଅଲଣା ଶୁଖୁଆକୁ ଖରାରେ ଶୁଖେଇ ପ୍ରସ୍ତୁତ କରାଯାଏ। ଶୁଖୁଆ ୩ ମାସରୁ ୪ ମାସ ସମୟ ପର୍ଯ୍ୟନ୍ତ ଭଲ ରହିଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର