ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ଯକ୍ରମ; ଭିଜନ୍ ଡକ୍ୟୁମେଣ୍ଟ୍ ଉନ୍ମୋଚନ କଲେ ୫ଟି ସଚିବ ଭି.କେ ପାଣ୍ଡିଆନ୍

The Sakala Picture
Published On

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ ପାଣ୍ଡିଆନ୍ ଶୁକ୍ରବାର ଭିଡିଓ କନଫରେନ୍ସିଂ ଜରିଆରେ ଖୋର୍ଦ୍ଧା ଜିଲ୍ଲାର ହାଇସ୍କୁଲ୍ ଟ୍ରାନ୍ସଫର୍ମେସନ୍ (ବିଦ୍ୟାଳୟ ରୂପାନ୍ତରଣ) କାର୍ଯ୍ଯକ୍ରମ ଅନ୍ତର୍ଗତ ଏକ ଭିଜନ୍ ଡକ୍ୟୁମେଣ୍ଟ୍ ଉନ୍ମୋଚନ କରିଛନ୍ତି । ଅତ୍ୟାଧୁନିକ ଭିତ୍ତିଭୂମି ସୁବିଧା ସହିତ ବିଦ୍ୟାଳୟ ପରିବେଶରେ ସାମଗ୍ରିକ ବିକାଶ ଆଣିବା ଲକ୍ଷ୍ୟରେ ପ୍ରଥମ ପର୍ଯ୍ଯାୟରେ ଜିଲ୍ଲାର ୩୨ଟି ବିଦ୍ୟାଳୟରେ ଏହି ଉଚ୍ଚାଭିଳାଷୀ କାର୍ଯ୍ଯକ୍ରମ କାର୍ଯ୍ଯକାରୀ ହେବାକୁ ଯାଉଛି । ଏହି ଅବସରରେ ୫ଟି ସଚିବ, ଖୋର୍ଦ୍ଧାର ଜିଲ୍ଲାପାଳ ସନତ କୁମାର […]

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ ପାଣ୍ଡିଆନ୍ ଶୁକ୍ରବାର ଭିଡିଓ କନଫରେନ୍ସିଂ ଜରିଆରେ ଖୋର୍ଦ୍ଧା ଜିଲ୍ଲାର ହାଇସ୍କୁଲ୍ ଟ୍ରାନ୍ସଫର୍ମେସନ୍ (ବିଦ୍ୟାଳୟ ରୂପାନ୍ତରଣ) କାର୍ଯ୍ଯକ୍ରମ ଅନ୍ତର୍ଗତ ଏକ ଭିଜନ୍ ଡକ୍ୟୁମେଣ୍ଟ୍ ଉନ୍ମୋଚନ କରିଛନ୍ତି ।

ଅତ୍ୟାଧୁନିକ ଭିତ୍ତିଭୂମି ସୁବିଧା ସହିତ ବିଦ୍ୟାଳୟ ପରିବେଶରେ ସାମଗ୍ରିକ ବିକାଶ ଆଣିବା ଲକ୍ଷ୍ୟରେ ପ୍ରଥମ ପର୍ଯ୍ଯାୟରେ ଜିଲ୍ଲାର ୩୨ଟି ବିଦ୍ୟାଳୟରେ ଏହି ଉଚ୍ଚାଭିଳାଷୀ କାର୍ଯ୍ଯକ୍ରମ କାର୍ଯ୍ଯକାରୀ ହେବାକୁ ଯାଉଛି । ଏହି ଅବସରରେ ୫ଟି ସଚିବ, ଖୋର୍ଦ୍ଧାର ଜିଲ୍ଲାପାଳ ସନତ କୁମାର ମହାନ୍ତି, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ, ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ବନ୍ଦନା ମହାପାତ୍ର, ସମସ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ, ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ୩୨ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ, ସ୍ଥାନୀୟ ସରପଞ୍ଚ, ପ୍ରାକ୍ତନ ଛାତ୍ରଛାତ୍ରୀ, ଏସଏମସି ସଦସ୍ୟ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।

ହାଇସ୍କୁଲ ରୂପାନ୍ତରଣ ପଦକ୍ଷେପର ଏକ ଅଂଶ ଭାବରେ ବିଦ୍ୟାଳୟ ଗୁଡ଼ିକ ସ୍ମାର୍ଟ ଶ୍ରେଣୀ ଗୃହ, ଇ-ଲାଇବ୍ରେରୀ, ସାଇନ୍ସ ଲାବୋରେଟୋରୀ, କ୍ରୀଡା ତଥା କ୍ରୀଡା ଉପକରଣ, ବିଶୁଦ୍ଧ ପାନୀୟ ଜଳ ଆଦି ଅନ୍ୟାନ୍ୟ ଆଧୁନିକ ସୁବିଧା ସହିତ ସଜ୍ଜିତ ହେବକ୍ଷ ବିଦ୍ୟାଳୟ ରୂପାନ୍ତରଣ ଶିକ୍ଷଣ ପରିବେଶରେ ଉନ୍ନତି ତଥା ଶିକ୍ଷାର ମାନ ବିକାଶରେ ସହାୟକ ହେବ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ।

ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଅଂଶଗ୍ରହଣକାରୀମାନେ ସ୍ୱତନ୍ତ୍ର ସ୍ଲୋଗାନ ’ବିଦ୍ୟାଳୟ ରୂପାନ୍ତରଣ – ଆମ ସ୍ବପ୍ନ ପୂରଣ’ ଉପରେ ଆଲୋକପାତ କରିଥିଲେକ୍ଷ ଏହି ଅବସରରେ ୫-ଟି ସଚିବ ପ୍ରଯତ୍ନ, ପ୍ରକ୍ରିୟା, ପରିବର୍ତ୍ତନ ଓ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଆଣି ପାରିବା ବୋଲି କହିଥିଲେ କ୍ଷ ଛାତ୍ରଛାତ୍ରୀ ମାନେ ଭଲ ମଣିଷ ହୋଇ ଆଗକୁ ବଢିବା ପାଇଁ ଇଛା ପ୍ରକଟ କରିବା ସହ ମେଡିକାଲ୍, ଇଞ୍ଜିନିୟରିଂରେ ୧୫% ସଂରକ୍ଷଣ ପାଇଁ ନିଜ ନିଜର ଖୁସି ବ୍ୟକ୍ତ କରିଥିଲେ ଓ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।

23 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର