ଚାଷୀଙ୍କୁ ନାକେଦମ କଲାଣି ୧୦ ଟିକିଆ ହାତୀ ପଲ

The Sakala Picture
Published On

ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ଶଗଡ଼ଭଙ୍ଗା ପଂଚାୟତର ବେତରଜଙ୍ଗ, ନନ୍ଦପୁର ଓ ମାନପୁର ଆଦି ଗ୍ରାମର ଚାଷୀ ମାନେ ରାତିରେ ଉଜାଗର ରହି ୧୦ ଟିକିଆ ହାତୀପଲକୁ ଘଉଡାଇବାକୁ ଚେଷ୍ଟା ଜାରି ରଖିଥିବା ବେଳେ ସେମାନଙ୍କୁ ନାକେଦମ ହବାକୁ ପଡୁଛି। ତେବେ ଶନିବାର ଦିନ ଠାରୁ ଲଗାତର ଭାବେ ହାତୀ ପଲ ଖାଦ୍ୟ ଅନ୍ବେଷଣରେ ଆସି ବର୍ଷ ଯାକର ଧାନ କଟା ହୋଇ ଗଦା ହୋଇଥିବା ସ୍ଥାନକୁ ବିକ୍ଷିପ୍ତ ଭାବରେ ନଷ୍ଟ କରିଥିବାରୁ ଦ୍ୱିଗୁଣିତ ଦୁଃଖ ପ୍ରଦାନ […]

ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ଶଗଡ଼ଭଙ୍ଗା ପଂଚାୟତର ବେତରଜଙ୍ଗ, ନନ୍ଦପୁର ଓ ମାନପୁର ଆଦି ଗ୍ରାମର ଚାଷୀ ମାନେ ରାତିରେ ଉଜାଗର ରହି ୧୦ ଟିକିଆ ହାତୀପଲକୁ ଘଉଡାଇବାକୁ ଚେଷ୍ଟା ଜାରି ରଖିଥିବା ବେଳେ ସେମାନଙ୍କୁ ନାକେଦମ ହବାକୁ ପଡୁଛି। ତେବେ ଶନିବାର ଦିନ ଠାରୁ ଲଗାତର ଭାବେ ହାତୀ ପଲ ଖାଦ୍ୟ ଅନ୍ବେଷଣରେ ଆସି ବର୍ଷ ଯାକର ଧାନ କଟା ହୋଇ ଗଦା ହୋଇଥିବା ସ୍ଥାନକୁ ବିକ୍ଷିପ୍ତ ଭାବରେ ନଷ୍ଟ କରିଥିବାରୁ ଦ୍ୱିଗୁଣିତ ଦୁଃଖ ପ୍ରଦାନ କରିଛି। ଏପରିକି କଦଳୀ କାନ୍ଧି ଓ ଗଛ ଗୁଡ଼ିକ ନଷ୍ଟ କରୁଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହେବା ସହ ପ୍ରତିକାର ସ୍ୱରୂପ କ୍ଷତି ପୂରଣ ଦାବୀ ପ୍ରଦାନ କରିବାକୁ ଜୋର ଧରିଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଗତ ଦୁଇ ଦିନ ତଳେ ଅଦିନିଆ ଲଘୁଚାପ ବର୍ଷା ଜନିତ ବର୍ଷାରେ ଅମଳ ଧାନ ଫସଲ ଗଜା ହେବା ସମସ୍ୟାଟି ସରି ନଥିବା ବେଳେ ଅତର୍କିତ ଭାବେ ହାତୀ ଗୁଡିକର ଆଗମନରେ କ୍ଷୟକ୍ଷତି ହେଉଥିବା ବେଳେ ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଏଥିରେ ବେତରଜଙ୍ଗ ଗ୍ରାମର ସନ୍ତୋଷ କୁମାର ସାହୁଙ୍କ କଦଳୀ ଗଛ ସହ କାନ୍ଧି, ସଞ୍ଜୟ ଭଞ୍ଜ, ଗୋଲକ ବିହାରୀ ସାମନ୍ତରାୟ, ରାମଚନ୍ଦ୍ର ସ୍ଵାଇଁ, ସର୍ବେଶ୍ଵର ବଳିୟାରସିଂହ, ମହେଶ୍ୱର ସୁବୁଦ୍ଧି, ଛବି ନାୟକ, ଦାସ ନାୟକ, କାହ୍ନୁ ଚରଣ ନାୟକ, ଅଧିକାରୀ ନାୟକ ଓ ବାନାମ୍ବର ଜୟସିଂହ କ୍ଷତିଗ୍ରସ୍ତ ହୋଇଥିବାର ସ୍ଥାନୀୟ ଅଂଚଳର ଜନସାଧାରଣ ଜଣାଇଛନ୍ତି। ତେବେ ରଣପୁର ବନାଞ୍ଚଳ ଅଧିକାରୀ ପୂର୍ବାହ୍ନରେ ପହଂଚି କ୍ଷତିଗ୍ରସ୍ତ ଚାଷୀ ମାନଙ୍କର ଜମି ତଦନ୍ତ ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

29 Dec 2024 By The Sakala

ଚାଷୀଙ୍କୁ ନାକେଦମ କଲାଣି ୧୦ ଟିକିଆ ହାତୀ ପଲ

ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ଶଗଡ଼ଭଙ୍ଗା ପଂଚାୟତର ବେତରଜଙ୍ଗ, ନନ୍ଦପୁର ଓ ମାନପୁର ଆଦି ଗ୍ରାମର ଚାଷୀ ମାନେ ରାତିରେ ଉଜାଗର ରହି ୧୦ ଟିକିଆ ହାତୀପଲକୁ ଘଉଡାଇବାକୁ ଚେଷ୍ଟା ଜାରି ରଖିଥିବା ବେଳେ ସେମାନଙ୍କୁ ନାକେଦମ ହବାକୁ ପଡୁଛି। ତେବେ ଶନିବାର ଦିନ ଠାରୁ ଲଗାତର ଭାବେ ହାତୀ ପଲ ଖାଦ୍ୟ ଅନ୍ବେଷଣରେ ଆସି ବର୍ଷ ଯାକର ଧାନ କଟା ହୋଇ ଗଦା ହୋଇଥିବା ସ୍ଥାନକୁ ବିକ୍ଷିପ୍ତ ଭାବରେ ନଷ୍ଟ କରିଥିବାରୁ ଦ୍ୱିଗୁଣିତ ଦୁଃଖ ପ୍ରଦାନ କରିଛି। ଏପରିକି କଦଳୀ କାନ୍ଧି ଓ ଗଛ ଗୁଡ଼ିକ ନଷ୍ଟ କରୁଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହେବା ସହ ପ୍ରତିକାର ସ୍ୱରୂପ କ୍ଷତି ପୂରଣ ଦାବୀ ପ୍ରଦାନ କରିବାକୁ ଜୋର ଧରିଛି।

ଗତ ଦୁଇ ଦିନ ତଳେ ଅଦିନିଆ ଲଘୁଚାପ ବର୍ଷା ଜନିତ ବର୍ଷାରେ ଅମଳ ଧାନ ଫସଲ ଗଜା ହେବା ସମସ୍ୟାଟି ସରି ନଥିବା ବେଳେ ଅତର୍କିତ ଭାବେ ହାତୀ ଗୁଡିକର ଆଗମନରେ କ୍ଷୟକ୍ଷତି ହେଉଥିବା ବେଳେ ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଏଥିରେ ବେତରଜଙ୍ଗ ଗ୍ରାମର ସନ୍ତୋଷ କୁମାର ସାହୁଙ୍କ କଦଳୀ ଗଛ ସହ କାନ୍ଧି, ସଞ୍ଜୟ ଭଞ୍ଜ, ଗୋଲକ ବିହାରୀ ସାମନ୍ତରାୟ, ରାମଚନ୍ଦ୍ର ସ୍ଵାଇଁ, ସର୍ବେଶ୍ଵର ବଳିୟାରସିଂହ, ମହେଶ୍ୱର ସୁବୁଦ୍ଧି, ଛବି ନାୟକ, ଦାସ ନାୟକ, କାହ୍ନୁ ଚରଣ ନାୟକ, ଅଧିକାରୀ ନାୟକ ଓ ବାନାମ୍ବର ଜୟସିଂହ କ୍ଷତିଗ୍ରସ୍ତ ହୋଇଥିବାର ସ୍ଥାନୀୟ ଅଂଚଳର ଜନସାଧାରଣ ଜଣାଇଛନ୍ତି। ତେବେ ରଣପୁର ବନାଞ୍ଚଳ ଅଧିକାରୀ ପୂର୍ବାହ୍ନରେ ପହଂଚି କ୍ଷତିଗ୍ରସ୍ତ ଚାଷୀ ମାନଙ୍କର ଜମି ତଦନ୍ତ ଆରମ୍ଭ କରିଛନ୍ତି।

https://www.thesakala.in/latest-odisha-news/khordha/herd-of-10-elephants-creates-havoc-in-begunia-range/article-37613
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର