ରସିକିଆ କଲେଜ ଅଧ୍ୟକ୍ଷ: ମହଙ୍ଗା ପଡ଼ିଲା କେମେଷ୍ଟ୍ରି ଅଧ୍ୟାପିକାଙ୍କୁ ଅଶ୍ଳୀଳ ମେସେଜ ଦେଇ ପ୍ରେମ ନିବେଦନ, ଥାନାରେ ଏତଲା....

Deviprasad Mohanty Picture
Published On

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଅଧ୍ୟାପିକାଙ୍କୁ କଲେଜ ଅଧ୍ୟକ୍ଷ ପ୍ରେମ ନିବେଦନ କରିବା ମହଙ୍ଗା ପଡ଼ିଛି। ରସିକିଆ ଅଧ୍ୟକ୍ଷଙ୍କ ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ମୋବାଇଲ ବିଭିନ୍ନ ପ୍ରକାର ଅଶ୍ଳୀଳ ବାର୍ତ୍ତା ପଠାଉଥିଲେ। କେବଳ ଭଏସ ମେସେଜ ନୁହେଁ କଲେଜରେ କ୍ଲାସ କଲାବେଳେ ଫୋନ କରି ଭିଡିଓ କଲ କରିବାକୁ ନିବେଦନ ମଧ୍ଯ କରୁଥିଲେ। କିଛି ମାସ ତଳେ ରସାୟନ ବିଭାଗରେ ନିଯୁକ୍ତି ପାଇଥିବା ଜଣେ ଯୁବତୀଙ୍କ ଫୋନକୁ ଉକ୍ତ କଲେଜର ଅଧ୍ୟକ୍ଷଙ୍କ ମେସେଜ ବର୍ତ୍ତମାନ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଯୁବତୀ ଜଣଙ୍କ ମାନସିକ ସ୍ତରରେ ଆଘାତ ପାଇ ନିଜ ବାପାମାଆଙ୍କୁ ଜଣାଇବା ପରେ ବାପା ବୋଲଗଡ଼ ଥାନାରେ ଏତଲା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ଯୁବତୀର ବାପାଙ୍କ ଅଭିଯୋଗ ଆଧାରରେ ରହିଛି ଯେ, ତାଙ୍କ ଝିଅକୁ ଉକ୍ତ କଲେଜର ଅଧ୍ୟକ୍ଷ ବିଭିନ୍ନ ପ୍ରକାରର ଅଶ୍ଳୀଳ ମେସେଜ ଦେଇ ପ୍ରେମ ନିବେଦନ କରିଛନ୍ତି। ଭଏସ ମେସେଜରେ ମଧ୍ୟ ବିଭିନ୍ନ ପ୍ରକାରର ଅଶ୍ଳୀଳ କଥା କହିଛନ୍ତି। ଶିକ୍ଷା ଅନୁଷ୍ଠାନ ଭଳି ପବିତ୍ର ଅନୁଷ୍ଠାନରେ ଏ ପ୍ରକାର ଘଟଣାକୁ ନେଇ କଲେଜରେ ଝିଅ, ମହିଳାଙ୍କ ସୁରକ୍ଷାକୁ ନେଇ ଦାବି କରିଛନ୍ତି ଅଧ୍ୟାପିକାଙ୍କ ବାପା ସୁଧୀର କୁମାର ନିଶଙ୍କ।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର