ଟ୍ରକ ପଛ ପଟରୁ ଧକ୍କା ଦେଲା ବାଇକ୍‌, ଚାଲିଗଲା ଚାଳକଙ୍କ ଜୀବନ

The Sakala Picture
Published On

ବେଗୁନିଆ : ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ- ସାରୁଅ ମଧ୍ୟବର୍ତ୍ତୀ ଶଙ୍ଖ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଖରାପ ହୋଇ ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ବାଇକ୍‌ ପଛ ପଟୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ- ସାରୁଅ ମଧ୍ୟବର୍ତ୍ତୀ ଶଙ୍ଖ ନିକଟରେ ଏକ ଟ୍ରକ ଖରାପ ହୋଇ ରହିଥିଲା।  […]

ବେଗୁନିଆ : ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ- ସାରୁଅ ମଧ୍ୟବର୍ତ୍ତୀ ଶଙ୍ଖ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଖରାପ ହୋଇ ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ବାଇକ୍‌ ପଛ ପଟୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ- ସାରୁଅ ମଧ୍ୟବର୍ତ୍ତୀ ଶଙ୍ଖ ନିକଟରେ ଏକ ଟ୍ରକ ଖରାପ ହୋଇ ରହିଥିଲା।  ସନ୍ଧ୍ୟାରେ ବାଇକରେ ଦୁଇ ଜଣ ଖୋର୍ଦ୍ଧା ପଟରୁ ଫେରୁଥିବା ବେଳେ ଟ୍ରକର ପଛ ପଟରୁ ଧକ୍କା ଦେଇଥିଲେ। ସ୍ଥାନୀୟଲୋକ ଦୁଇ ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ବାଇକ ଚଳାଉଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ତେବେ ଦୁର୍ଘଟଣା ପରେ ରାସ୍ତାର ଉଭୟ ପାର୍ଶ୍ବରେ ଯାତାୟାତ କରୁଥିବା ଯାନବାହାନ ଅଟକି ରହିଥିବା ବେଳେ ବାଘମାରୀ ଥାନା ଅଧିକାରୀ ଶମ୍ଭୁନାଥ ନାୟକଙ୍କ ନିର୍ଦ୍ଦେଶରେ ପୁଲିସ କର୍ମଚାରୀ ପହଂଚି ଟ୍ରାଫିକ ନିୟନ୍ତ୍ରଣ କରିଥିଲେ । ଖବର ଲେଖା ହେବା ବେଳକୁ ମୃତକ ଜଣକ ବୋଲଗଡ ଥାନା ଅଂଚଳର ବୋଲି ଜଣା ପଡ଼ିଛି।

07 Jun 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର