ସାହାସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୯୯ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ପୁରଷ୍କାର ବିତରଣ ଉତ୍ସବ ପାଳିତ

Madhusudan Das Picture
Published On

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ସାହାସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୯୯ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ପୁରଷ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ଵରସ୍ଥିତ ପଟିଆ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜର ଅଧ୍ୟାପକ ପ୍ରବୀଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ପୁଅକୁ ଡାକ୍ତର କରିବାକୁ ପଣ: ଋଣ ଶୁଝିବା ଯାଏଁ ଏସ୍‌ଏଚ୍‌ଜି ନିକଟରେ ବାର୍ଦ୍ଧକ୍ୟ କାର୍ଡ ବନ୍ଧକ

ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋଲାକ ବିହାରୀ ଦଳବେହେରା, ମୁଖ୍ୟ ବକ୍ତା ଭାବେ ବାଣପୁର ବ୍ଲକ ସିଆରସିସି ପ୍ରମୋଦ କୁମାର ପାତ୍ର, ସମ୍ମାନିତ ଅତିଥି ଭାବେ ବିଭୁତି ଭୂଷଣ ଦାସ, ଅନନ୍ତ ଚରଣ ଖଟେଇ, ବିଶ୍ଵନାଥ ନାୟକ, କଲ୍ୟାଣୀ ସାହୁ, ରଘୁନାଥ ମହାରଣା ଯୋଗଦେଇଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶା ସରକାର ଆନ୍ଧ୍ର ନିକଟରେ ଆତ୍ମସମର୍ପଣ କରିଛନ୍ତି: ବିଜେଡି

ପ୍ରାରମ୍ଭରେ ବିଦ୍ୟାଳୟର ଶିକ୍ଷକ ମାନସ ରଞ୍ଜନ ହୋତାଙ୍କ ସଂଯୋଜନା ପରେ ପ୍ରଧାନଶିକ୍ଷକ ସୋମନାଥ ପ୍ରଧାନ ଅତିଥିମାନଙ୍କର ପରିଚୟ ପ୍ରଦାନ ଓ ବାର୍ଷିକ ବିବରଣୀ ପଠନ କରିଥିଲେ। ଏହା ସହିତ ପ୍ରଧାନ ଶିକ୍ଷକଙ୍କ ଦ୍ଵାରା ସ୍ଵାଗତ ଅଭିଭାଷଣରେ ଆସନ୍ତା ବର୍ଷ ବିଦ୍ୟାଳୟର ଶତ ବାର୍ଷିକୀ ଉତ୍ସବ ପାଳନ ସମ୍ପର୍କରେ ନିଜର ମତ ରଖିଥିଲେ।ସମ୍ମାନିତ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ଛାତ୍ରଛାତ୍ରୀମାନେ କିପରି ଏକ ସୁନ୍ଦର ଭବିଷ୍ୟତ ଗଠନ କରିପାରିବେ ଏବଂ ସମାଜରେ ନିଜକୁ ପ୍ରତିଷ୍ଠା କରିପାରିବେ, ତାହା ଉପରେ ଆଲୋକପାତ କରିଥିଲେ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୂଜା ଗେଟ୍ ଏବଂ ତୋରଣ ହଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଛାତ୍ରଛାତ୍ରୀମାନେ ବିଭିନ୍ନ ସରକାରୀ ଯୋଜନା ଦ୍ଵାରା କିପରି ଉପକୃତ ହୋଇପାରିବେ, ତାହା ଉପରେ ମୁଖ୍ୟ ବକ୍ତା ନିଜର ବକ୍ତବ୍ୟ ରଖିଥିଲେ।

ସେହିଭଳି ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ଛାତ୍ରଛାତ୍ରୀମାନେ କିଭଳି ସର୍ବାଙ୍ଗୀନ ଉନ୍ନତି କରିପାରିବେ, ତାହା ଉପରେ ପରାମର୍ଶ ଦେଇଥିଲେ। ପରେ ସଭାପତି ଆସନ୍ତା ବର୍ଷ ଶତ ବାର୍ଷିକୀ ଉତ୍ସବ କିଭଳି ଧୁମଧାମରେ ପାଳନ କରାଯାଇପାରିବ ଏବଂ ଗ୍ରାମବାସୀଙ୍କ ସହଯୋଗରେ ଏହାକୁ ଓଡିଶାର ଏକ ସ୍ମରଣୀୟ ଉତ୍ସବ କରିପାରିବା ବୋଲି ନିଜର ବକ୍ତବ୍ୟ ରଖିଥିଲେ।ଏହି ଅବସରରେ ପ୍ରାୟ ୩୩ ବିଭାଗର ୧୦୦ ପ୍ରତିଯୋଗୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୋମନାଥ ପ୍ରଧାନ, ସତ୍ୟ ନାରାୟଣ ପ୍ରଧାନ, ମାନସ ରଞ୍ଜନ ହୋତା, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ଶୁଭଲକ୍ଷ୍ମୀ କାଣ୍ଡି, ପ୍ରଜ୍ଞାପରମିତା ନାୟକ, ସୁରଞ୍ଜିକା ବେହେରାଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ପରିଚାଳନା କରିଥିଲେ। ଶିକ୍ଷକ ମାନସ ରଞ୍ଜନ ହୋତା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଭାର ସଭାପତିଙ୍କ ଦ୍ଵାରା ସଭା ସାଙ୍ଗ କରାଯାଇ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର