ଯୁବକଙ୍କ ଗୁପ୍ତାଙ୍ଗ କାଟିବା ଘଟଣା : ମହିଳାଙ୍କୁ ୭ ବର୍ଷ ଜେଲ୍‍ ଦଣ୍ଡ

The Sakala Picture
Published On

କେନ୍ଦୁଝର : ଜଣେ ଯୁବକଙ୍କ ଗୁପ୍ତାଙ୍ଗ କାଟିବା ଘଟଣାରେ ଶୁକ୍ରବାର କେନ୍ଦୁଝର ସିଜେଏମ୍‍ ରଞ୍ଜୁଲତା ଲେଙ୍କା ଜଣେ ମହିଳାଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ସୂଚନା ଅନୁଯାୟୀ, ୨୦୧୮ ମସିହା ନଭେମ୍ବର ୮ ତାରିଖ ସକାଳେ ପଣ୍ଡାପଡ଼ା ଥାନା ଝାରବେଡା ଗ୍ରାମର ଅଭିମନ୍ୟୁ ନାଏକ ହରିଚନ୍ଦନପୁର ଥାନାରେ ଅଭିଯୋଗ କରିଥିଲେ ଯେ, ତାଙ୍କ ପୁଅ ରାଜେନ୍ଦ୍ର ନାଏକ (୨୪)ଙ୍କ ଗୁପ୍ତାଙ୍ଗକୁ ହରିଚନ୍ଦନପୁର ଥାନା ନୂଆଗାଁର ରାଉତା ପାତ୍ରଙ୍କ […]

କେନ୍ଦୁଝର : ଜଣେ ଯୁବକଙ୍କ ଗୁପ୍ତାଙ୍ଗ କାଟିବା ଘଟଣାରେ ଶୁକ୍ରବାର କେନ୍ଦୁଝର ସିଜେଏମ୍‍ ରଞ୍ଜୁଲତା ଲେଙ୍କା ଜଣେ ମହିଳାଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ସୂଚନା ଅନୁଯାୟୀ, ୨୦୧୮ ମସିହା ନଭେମ୍ବର ୮ ତାରିଖ ସକାଳେ ପଣ୍ଡାପଡ଼ା ଥାନା ଝାରବେଡା ଗ୍ରାମର ଅଭିମନ୍ୟୁ ନାଏକ ହରିଚନ୍ଦନପୁର ଥାନାରେ ଅଭିଯୋଗ କରିଥିଲେ ଯେ, ତାଙ୍କ ପୁଅ ରାଜେନ୍ଦ୍ର ନାଏକ (୨୪)ଙ୍କ ଗୁପ୍ତାଙ୍ଗକୁ ହରିଚନ୍ଦନପୁର ଥାନା ନୂଆଗାଁର ରାଉତା ପାତ୍ରଙ୍କ ସ୍ତ୍ରୀ କମଳା ପାତ୍ର (୨୬) କାଟି ଦେଇଥିଲେ। ଫଳରେ ରାଜେନ୍ଦ୍ର ଗୁରୁତର ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଅଭିମନ୍ୟୁଙ୍କ ଅଭିଯୋଗ ଅନୁଯାୟୀ, କମଳା ୨୦୧୮ ନଭେମ୍ବର ୭ ତାରିଖ ରାତିରେ ପୁଅ ରାଜେନ୍ଦ୍ରକୁ ତାଙ୍କ ଘରକୁ ଡକାଇ ମଦ ପିଆଇଥିଲେ। ମଦ ପିଇବା ପରେ ନିଶା ହେବାରୁ ଏକ ଧାରୁଆ ଛୁରୀରେ ତାଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିଲେ। ଫଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାଜେନ୍ଦ୍ର ଚିତ୍କାର କରି ବାହାରକୁ ଧାଇଁ ଆସିଥିଲେ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ହରିଚନ୍ଦନପୁର ଡାକ୍ତରଖାନା ଓ ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ ଅଭିଯୁକ୍ତ କମଳାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହରିଚନ୍ଦନପୁର ଥାନା କେସ ନମ୍ବର ୧୧୧/୨୦୧୮ ତାଙ୍କ ବିରୋଧରେ ୩୦୭ ଓ ୩୨୬ ଦଫା ଲାଗିଥିଲା। ତେବେ ବିଚାରପତି ୧୭ ଜଣ ସାକ୍ଷୀ ବୟାନ ଶୁଣିବା ପରେ କମଳାଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଥିଲେ। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ୍‍ଦଣ୍ଡ ଭୋଗିବାକୁ ପଡ଼ିବ। ସରକାରଙ୍କ ପକ୍ଷରୁ ଏପିପି ଅଶୋକ କୁମାର ଦାସ କେସ୍‍ ପରିଚାଳନା କରୁଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର