ସଉଦା ଆଣି ଫେରିଵାବେଳେ ଆକ୍ରମଣ କଲା ଦନ୍ତା, ମହିଳା ମୃତ

The Sakala Picture
Published On

ତେଲକୋଇ: ତେଲକୋଇ ବନବିହାରିପୁର ନିକଟରେ ଦନ୍ତା ଆକ୍ରମଣରେ ଜଣେ ମହିଳା ମୃତ । ସଉଦା ଆଣି ଫେରିଵାବେଳେ ଆକ୍ରମଣ କରିଛି ଏକ ଦନ୍ତା ହାତୀ । କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ବନବିହାରିପୁର ମୁଣ୍ଡାସାହି ନିକଟରେ ଦନ୍ତା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ସୂଚନା ଅନୁସାରେ ଖୁଣ୍ଟାପଡ଼ା ପଞ୍ଚାୟତ କୁଲାଡେରା ଗ୍ରାମର ଜହ୍ନି ମଲ୍ହାର(ଛୋଟି)ଵନବିହାରୀପୁର ନୂଆଗାଁ ଚାଷ ଜମି ଦେଇ ସେଠାକାର ଦୋକାନରୁ ସଉଦା ଆଣିବାକୁ ଯାଇଥିଲେ। ଫେରିବା ବାଟରେ ବନବିହାରୀପୁର […]

ତେଲକୋଇ: ତେଲକୋଇ ବନବିହାରିପୁର ନିକଟରେ ଦନ୍ତା ଆକ୍ରମଣରେ ଜଣେ ମହିଳା ମୃତ । ସଉଦା ଆଣି ଫେରିଵାବେଳେ ଆକ୍ରମଣ କରିଛି ଏକ ଦନ୍ତା ହାତୀ । କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ବନବିହାରିପୁର ମୁଣ୍ଡାସାହି ନିକଟରେ ଦନ୍ତା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ସୂଚନା ଅନୁସାରେ ଖୁଣ୍ଟାପଡ଼ା ପଞ୍ଚାୟତ କୁଲାଡେରା ଗ୍ରାମର ଜହ୍ନି ମଲ୍ହାର(ଛୋଟି)ଵନବିହାରୀପୁର ନୂଆଗାଁ ଚାଷ ଜମି ଦେଇ ସେଠାକାର ଦୋକାନରୁ ସଉଦା ଆଣିବାକୁ ଯାଇଥିଲେ। ଫେରିବା ବାଟରେ ବନବିହାରୀପୁର ମୁଣ୍ଡା ସାହି ନିକଟ କାଜୁ ଜଙ୍ଗଲରେ ଦନ୍ତା ହାବୁଡ଼ରେ ପଡ଼ିଥିଲେ। ଦନ୍ତାଟି ତାଙ୍କୁ ଚାପି ମାରି ଦେଇଥିଲା। ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଛି ।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର