ଥମୁନି ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ ସହ ଭାଙ୍ଗିଲେ ଘର
ପାଟଣା: ପାଟଣା ରେଞ୍ଜରେ ଥମୁନି ୨୬ ଟିକିଆ ହାତୀପଲଙ୍କ ଉପଦ୍ରବ। ପାଟଣା ରେଞ୍ଜ ଅନ୍ତର୍ଗତ ଫୁଲପାହାଡ଼ି, ବଡ଼ଧନୁର୍ଜୟପୁର, କୁଣ୍ଡଳା, ମିରିଗିଖୋଜି, ଆଦି ଗ୍ରାମରେ ଏକର ଏକର ଧାନ ଫସଲକୁ ଦଳିଚକଟି ନଷ୍ଟ କରିଦେଇଛନ୍ତି ହାତୀପଲ । ତା ସହ ଫୁଲପାହାଡ଼ି ଗ୍ରାମର ବଗୁନ ମୁଣ୍ଡା, ବଡଧନୁର୍ଜୟପୁର ଗ୍ରାମର ଶ୍ରୀକାନ୍ତ ମହାନ୍ତ, କୁଣ୍ଡୁଳା ଗ୍ରାମର ଛତିଶ ନାଏକ ଏବଂ ମିରିଗିଖୋଜି ଗ୍ରାମର ବାଳକୃଷ୍ଣ ମହାନ୍ତଙ୍କ ଘର ହାତୀପଲ ଭାଙ୍ଗିଦେଇଥିବା ଜଣାପଡିଛି। ବନବିଭାଗ ହାତୀଙ୍କୁ ନିରୀକ୍ଷଣ କରି ଘଉଦେଇବା ଆବଶ୍ୟକ […]
ପାଟଣା: ପାଟଣା ରେଞ୍ଜରେ ଥମୁନି ୨୬ ଟିକିଆ ହାତୀପଲଙ୍କ ଉପଦ୍ରବ। ପାଟଣା ରେଞ୍ଜ ଅନ୍ତର୍ଗତ ଫୁଲପାହାଡ଼ି, ବଡ଼ଧନୁର୍ଜୟପୁର, କୁଣ୍ଡଳା, ମିରିଗିଖୋଜି, ଆଦି ଗ୍ରାମରେ ଏକର ଏକର ଧାନ ଫସଲକୁ ଦଳିଚକଟି ନଷ୍ଟ କରିଦେଇଛନ୍ତି ହାତୀପଲ । ତା ସହ ଫୁଲପାହାଡ଼ି ଗ୍ରାମର ବଗୁନ ମୁଣ୍ଡା, ବଡଧନୁର୍ଜୟପୁର ଗ୍ରାମର ଶ୍ରୀକାନ୍ତ ମହାନ୍ତ, କୁଣ୍ଡୁଳା ଗ୍ରାମର ଛତିଶ ନାଏକ ଏବଂ ମିରିଗିଖୋଜି ଗ୍ରାମର ବାଳକୃଷ୍ଣ ମହାନ୍ତଙ୍କ ଘର ହାତୀପଲ ଭାଙ୍ଗିଦେଇଥିବା ଜଣାପଡିଛି।
ବନବିଭାଗ ହାତୀଙ୍କୁ ନିରୀକ୍ଷଣ କରି ଘଉଦେଇବା ଆବଶ୍ୟକ ଥିବା ବେଳେ ହାତୀଙ୍କ କବଳରୁ ଲୋକଙ୍କ ଧନଜୀବନ ରକ୍ଷା କରିବାରେ ବନବିଭାଗ ସଜାଗ ରହିବା ଦରକାର ବୋଲି ସ୍ଥାନୀୟ ଜନସାଧାରଣ ମତପ୍ରକାଶ କରିଛନ୍ତି।ବାରମ୍ବାର ହାତୀ ଉପଦ୍ରବ ଶିକାର ହେବା ସହ ଲୋକଙ୍କ ଧନଜୀବନ ଓ ଫସଲ ନଷ୍ଟ ହେବା ଦ୍ୱାରା ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭୁଷୁଡି ପଡୁଛି। ଏ ନେଇ ଲାକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।