ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଓରମାସ ଓ ମିଶନ ଶକ୍ତି ଦେଲା ସହାୟତା: କେନ୍ଦୁଝରରେ ଖୋଲିଲା ଏସଏସଜି ମା’ ମାନଙ୍କ ଦ୍ୱାରା କାଗଜରେ ତିଆରି ରାକ୍ଷୀ ଷ୍ଟଲ

The Sakala Picture
Published On

କେନ୍ଦୁଝର: କେନ୍ଦୁଝର ସହରର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଜିଲ୍ଲାର ପ୍ରଥମ ଥର ପାଇଁ ଏସଏସଜି ମା’ ମାନଙ୍କ ହାତ ତିଆରି କାଗଜ ରାକ୍ଷୀ ବିକ୍ରି ଷ୍ଟଲ ମଙ୍ଗଳବାର ଉଦଘାଟନ ହୋଇଛି। ଅବ୍ୟବହୃତ କାଗଜରେ ମହିଳା ମାନଙ୍କ ହାତ ତିଆରି ରାକ୍ଷୀ ଲୋକେ ଶସ୍ତାରେ ମାତ୍ର ୨୫ ରୁ ୩୫ ଟଙ୍କା ମଧ୍ୟରେ ଏଠାରୁ ପାଇ ପାରିବେ। ଆନନ୍ଦପୁର ମାଆ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର ମାଆ ମାନଙ୍କ ଦ୍ୱାରା ଏହି ରାକ୍ଷୀ ପ୍ରସ୍ତୁତ ହୋଇଛି। ମିଶନ […]

କେନ୍ଦୁଝର: କେନ୍ଦୁଝର ସହରର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଜିଲ୍ଲାର ପ୍ରଥମ ଥର ପାଇଁ ଏସଏସଜି ମା’ ମାନଙ୍କ ହାତ ତିଆରି କାଗଜ ରାକ୍ଷୀ ବିକ୍ରି ଷ୍ଟଲ ମଙ୍ଗଳବାର ଉଦଘାଟନ ହୋଇଛି। ଅବ୍ୟବହୃତ କାଗଜରେ ମହିଳା ମାନଙ୍କ ହାତ ତିଆରି ରାକ୍ଷୀ ଲୋକେ ଶସ୍ତାରେ ମାତ୍ର ୨୫ ରୁ ୩୫ ଟଙ୍କା ମଧ୍ୟରେ ଏଠାରୁ ପାଇ ପାରିବେ। ଆନନ୍ଦପୁର ମାଆ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର ମାଆ ମାନଙ୍କ ଦ୍ୱାରା ଏହି ରାକ୍ଷୀ ପ୍ରସ୍ତୁତ ହୋଇଛି। ମିଶନ ଶକ୍ତି, ଜିଲ୍ଲା ପ୍ରଶାସନ ଏବଂ ଓରମାସ ର ସହଯୋଗରେ ଏଠାରେ ରାକ୍ଷୀ ଷ୍ଟଲ ଖୋଲିଛି। ଓରମାସ ଦ୍ୱାରା ରାକ୍ଷୀ ବିକ୍ରୟ ଷ୍ଟଲ ,ପ୍ୟାକେଟିଂ, ପ୍ରଚାର ପ୍ରସାର ବ୍ୟବସ୍ଥା କରାଯାଇଛି। ଷ୍ଟଲରେ ରାକ୍ଷୀ ସହିତ ଛୋଟ ଛୋଟ ଉପହାର ସାମଗ୍ରୀ ମଧ୍ୟ ଉପଲବ୍ଧ ହେଉଛି। ଏହି ଷ୍ଟଲରେ ନରଣପୁରର ମାଆ ମିଶନ ଶକ୍ତି ଦ୍ୱାରା ପ୍ରସ୍ତୁତ ମାଣ୍ଡିଆ ଲଡୁ ମଧ୍ୟ ବିକ୍ରି କରାଯାଉଥିବା ଜଣାପଡିଛି।

ମଙ୍ଗଳବାର ପୂର୍ବାହ୍ନରେ ଏହି ଷ୍ଟଲକୁ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜୟଶ୍ରୀ ବେହେରା ଓ କେନ୍ଦୁଝରଗଡ଼ ପୌରପାଳିକାର ନିର୍ବାହୀ ଅଧିକାରୀ ଡା ମଧୁସ୍ମିତା ସାମନ୍ତରାୟ ଉଦଘାଟନ କରିଥିଲେ। ଏହି ଅବସରରେ ମିଶନ ଶକ୍ତି ଡିପିସି ଶିଶିର ଷଡ଼ଙ୍ଗୀ, ଏପିଡ଼ି ଡ଼ିଆରଡିଏ ପଦ୍ମାବତୀ ମହାକୁଡ଼, ଓରମାସର ଶିବାଶିଷ ଦାସ, ଚନ୍ଦ୍ର ଶେଖର ପଟ୍ଟନାୟକ, ଭାଗବତ ନାଏକ ଓ ଭରତ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ବିକ୍ରି ରାକ୍ଷୀ ଲୋକଙ୍କ ମଧ୍ୟରେ ବେଶ ଆଦୃତ ହେଉଥିବାବେଳେ ଏହି ରାକ୍ଷୀ ଷ୍ଟଲ ଅଗଷ୍ଟ ୧୭ ରୁ ୨୨ ପର୍ଯ୍ଯନ୍ତ ଖୋଲିବ ବୋଲି ଜଣାପଡିଛି।

17 Aug 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର