ମେଳା ଦେଖାଇ ନେବା ବାହାନାରେ ନାବାଳିକାକୁ ଦୁଷ୍କର୍ମ ଘଟଣା: ଦୋଷୀକୁ ୧୦ବର୍ଷ ଜେଲ ଦଣ୍ଡାଦେଶ ଦେଲେ କେନ୍ଦୁଝର ସ୍ୱତନ୍ତ୍ର ପକ୍ସୋ କୋର୍ଟ

The Sakala Picture
Published On

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ବାମେବାରୀ ଥାନା ଅଞ୍ଚଳରେ ୨୦୧୭ ମସିହାରେ ମେଳା ଦେଖାଇ ନେବା ବାହାନାରେ ନାବାଳିକା ଦୁଷ୍କର୍ମ ଘଟଣାରେ ଦୋଷୀକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି କେନ୍ଦୁଝର ସ୍ୱତନ୍ତ୍ର ପକ୍ସୋ କୋର୍ଟ। କୋର୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୧୫/୦୧/୨୦୧୭ ରେ ବାମେବାରୀ ଥାନା ବଡତୁଆଁ ଅଞ୍ଚଳରେ ମକର ମେଳା ଚାଲିଥିଲା। ସେହି ଅଞ୍ଚଳର ୧୫ ବର୍ଷିୟା ନାବାଳିକାକୁ ମେଳା ବୁଲାଇ ନେବା ବାହାନାରେ ପିଣ୍ଟୁ ଓରଫ୍ ଗୋବିନ୍ଦ ସୋରେନ ଗୁରୁତୁଆଁ ନିକଟରେ ଥିବା […]

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ବାମେବାରୀ ଥାନା ଅଞ୍ଚଳରେ ୨୦୧୭ ମସିହାରେ ମେଳା ଦେଖାଇ ନେବା ବାହାନାରେ ନାବାଳିକା ଦୁଷ୍କର୍ମ ଘଟଣାରେ ଦୋଷୀକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି କେନ୍ଦୁଝର ସ୍ୱତନ୍ତ୍ର ପକ୍ସୋ କୋର୍ଟ। କୋର୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୧୫/୦୧/୨୦୧୭ ରେ ବାମେବାରୀ ଥାନା ବଡତୁଆଁ ଅଞ୍ଚଳରେ ମକର ମେଳା ଚାଲିଥିଲା। ସେହି ଅଞ୍ଚଳର ୧୫ ବର୍ଷିୟା ନାବାଳିକାକୁ ମେଳା ବୁଲାଇ ନେବା ବାହାନାରେ ପିଣ୍ଟୁ ଓରଫ୍ ଗୋବିନ୍ଦ ସୋରେନ ଗୁରୁତୁଆଁ ନିକଟରେ ଥିବା ଏକ ନାଳକୁ ନେଇ ନାବାଳିକାକୁ ଦୁଷ୍କର୍ମ କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ଦୁଷ୍କର୍ମ ଘଟଣା ସମୟରେ ଅଭିଯୁକ୍ତ ମଧ୍ୟ ନାବାଳକ ଥିବାରୁ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ପାଇଁ ଚେଷ୍ଟା ହୋଇଥିଲା। କିନ୍ତୁ ବୁଝାମଣା ବିଫଳ ହେବାରୁ ପରିବାର ପକ୍ଷରୁ ବାମେବାରୀ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ବାମେବାରୀ ପୋଲିସ ଥାନା କେଶ ନଂ ୪୫/୧୭ ଦଫା ୩୭୬(୨)(ଏନ୍),୫୦୬ ଆଇପିସି, ୬ ପକ୍ସୋ ଆକ୍ଟ ଅନୁସାରେ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତ ନାବାଳକକୁ ଗିରଫ କରିବା ସହ ରାଉରକେଲାସ୍ଥିତ ସୁଧାର ଗୃହକୁ ପଠାଇ ଦେଇଥିଲା। ସୋମବାର ଦିନ ଏହି ମାମଲାର ଚୁଡାନ୍ତ ରାୟ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ପକ୍ସୋ କୋର୍ଟ ର ଜଜ୍ ସୁଶ୍ରୀ ଶୁଭଶ୍ରୀ ତ୍ରିପାଠୀ ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ,୫ହଜାର ଟଙ୍କା ଜୋରିମାନା,ଜୋରିମାନା ଅନାଦେୟ ଅଧିକ ୩ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ପୀଡିତାଙ୍କୁ ୪ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ପାଇଁ କୋର୍ଟ ପକ୍ଷରୁ ଆଦେଶ ହୋଇଛି। ଅଭିଯୁକ୍ତକୁ ୨୧ ବର୍ଷ ବୟସ ହେବା ପର୍ଯ୍ୟନ୍ତ ସ୍ୱଧାର ଗୃହରେ ରଖାଯିବା ପରେ ନିୟମିତ ଜେଲକୁ ପଠାଯିବ ବୋଲି ଜଣାପଡିଛି। ସରକାରଙ୍କ ପକ୍ଷରୁ ଏହି ମାମଲାଟିକୁ ଏଡିଜେ କୋର୍ଟର ସ୍ୱତନ୍ତ୍ର ପିପି ଗଶେଷ ପ୍ରସାଦ ମହାପାତ୍ର ପରିଚାଳନା କରୁଥିଲେ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

18 Apr 2022 By The Sakala

ମେଳା ଦେଖାଇ ନେବା ବାହାନାରେ ନାବାଳିକାକୁ ଦୁଷ୍କର୍ମ ଘଟଣା: ଦୋଷୀକୁ ୧୦ବର୍ଷ ଜେଲ ଦଣ୍ଡାଦେଶ ଦେଲେ କେନ୍ଦୁଝର ସ୍ୱତନ୍ତ୍ର ପକ୍ସୋ କୋର୍ଟ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ବାମେବାରୀ ଥାନା ଅଞ୍ଚଳରେ ୨୦୧୭ ମସିହାରେ ମେଳା ଦେଖାଇ ନେବା ବାହାନାରେ ନାବାଳିକା ଦୁଷ୍କର୍ମ ଘଟଣାରେ ଦୋଷୀକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି କେନ୍ଦୁଝର ସ୍ୱତନ୍ତ୍ର ପକ୍ସୋ କୋର୍ଟ। କୋର୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୧୫/୦୧/୨୦୧୭ ରେ ବାମେବାରୀ ଥାନା ବଡତୁଆଁ ଅଞ୍ଚଳରେ ମକର ମେଳା ଚାଲିଥିଲା। ସେହି ଅଞ୍ଚଳର ୧୫ ବର୍ଷିୟା ନାବାଳିକାକୁ ମେଳା ବୁଲାଇ ନେବା ବାହାନାରେ ପିଣ୍ଟୁ ଓରଫ୍ ଗୋବିନ୍ଦ ସୋରେନ ଗୁରୁତୁଆଁ ନିକଟରେ ଥିବା ଏକ ନାଳକୁ ନେଇ ନାବାଳିକାକୁ ଦୁଷ୍କର୍ମ କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ଦୁଷ୍କର୍ମ ଘଟଣା ସମୟରେ ଅଭିଯୁକ୍ତ ମଧ୍ୟ ନାବାଳକ ଥିବାରୁ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ପାଇଁ ଚେଷ୍ଟା ହୋଇଥିଲା। କିନ୍ତୁ ବୁଝାମଣା ବିଫଳ ହେବାରୁ ପରିବାର ପକ୍ଷରୁ ବାମେବାରୀ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ବାମେବାରୀ ପୋଲିସ ଥାନା କେଶ ନଂ ୪୫/୧୭ ଦଫା ୩୭୬(୨)(ଏନ୍),୫୦୬ ଆଇପିସି, ୬ ପକ୍ସୋ ଆକ୍ଟ ଅନୁସାରେ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତ ନାବାଳକକୁ ଗିରଫ କରିବା ସହ ରାଉରକେଲାସ୍ଥିତ ସୁଧାର ଗୃହକୁ ପଠାଇ ଦେଇଥିଲା। ସୋମବାର ଦିନ ଏହି ମାମଲାର ଚୁଡାନ୍ତ ରାୟ ପ୍ରକାଶ ପାଇଛି।

କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ପକ୍ସୋ କୋର୍ଟ ର ଜଜ୍ ସୁଶ୍ରୀ ଶୁଭଶ୍ରୀ ତ୍ରିପାଠୀ ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ,୫ହଜାର ଟଙ୍କା ଜୋରିମାନା,ଜୋରିମାନା ଅନାଦେୟ ଅଧିକ ୩ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ପୀଡିତାଙ୍କୁ ୪ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ପାଇଁ କୋର୍ଟ ପକ୍ଷରୁ ଆଦେଶ ହୋଇଛି। ଅଭିଯୁକ୍ତକୁ ୨୧ ବର୍ଷ ବୟସ ହେବା ପର୍ଯ୍ୟନ୍ତ ସ୍ୱଧାର ଗୃହରେ ରଖାଯିବା ପରେ ନିୟମିତ ଜେଲକୁ ପଠାଯିବ ବୋଲି ଜଣାପଡିଛି। ସରକାରଙ୍କ ପକ୍ଷରୁ ଏହି ମାମଲାଟିକୁ ଏଡିଜେ କୋର୍ଟର ସ୍ୱତନ୍ତ୍ର ପିପି ଗଶେଷ ପ୍ରସାଦ ମହାପାତ୍ର ପରିଚାଳନା କରୁଥିଲେ ବୋଲି ସୂଚନା ମିଳିଛି।

https://www.thesakala.in/latest-odisha-news/kendujhar/minor-rape-case-pocso-court-convict-to-10-years-in-prison/article-10872
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp