ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ଯୁ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଜଡିଚାତର ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟା, ଆଜି ପୂର୍ବାହ୍ନରେ ସଦର ଥାନା ଜଡିଚାତର ଠାରେ ଏକ ଟ୍ରକ ବାଇକରେ ଯାଉଥିବା ଦୁଇ ଜଣଙ୍କୁ ଧକ୍କା ଦେଇଥିଲା । ଫଳରେ ବାଇକ ଚଳାଉଥିବା ଚାଳକ ଜଣକ ଟ୍ରକ ଚକାତଳେ ଚାପି ହୋଇଯାଇଥିଲେ । ଏଥିରେ ବାଇକ ଚାଳକଙ୍କ […]
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଜଡିଚାତର ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟା, ଆଜି ପୂର୍ବାହ୍ନରେ ସଦର ଥାନା ଜଡିଚାତର ଠାରେ ଏକ ଟ୍ରକ ବାଇକରେ ଯାଉଥିବା ଦୁଇ ଜଣଙ୍କୁ ଧକ୍କା ଦେଇଥିଲା । ଫଳରେ ବାଇକ ଚଳାଉଥିବା ଚାଳକ ଜଣକ ଟ୍ରକ ଚକାତଳେ ଚାପି ହୋଇଯାଇଥିଲେ । ଏଥିରେ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ସଦର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିବାବେଳେ ଶବ ଜବତ କରି ବ୍ୟବଛେଦ ପାଇଁ ଡାକ୍ତର ଖାନାକୁ ପଠାଇଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁ୍ଜ୍ଜୁ କରିଛି । ଖବର ଲେଖା ହେବା ପର୍ଯ୍ୟନ୍ତ ମୃତକର ପରିଚୟ ମିଳିନାହିଁ ।