ତେଲକୋଇ ନାଳରେ ଗାଧୋଇବାବେଳେ ବୁଡିଗଲେ ବୃଦ୍ଧା

The Sakala Picture
Published On

ତେଲକୋଇ: କେନ୍ଦୁଝର ଜିଲ୍ଲାର ତେଲକୋଇ ଥାନା ଅଞ୍ଚଳରେ ନାଳରେ ଗାଧୋଇବାବେଳେ ବୁଡିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ତେଲକୋଇ ଥାନା କରଦାଙ୍ଗୀ ପଞ୍ଚାୟତ ଶ୍ରୀଧରପୁର ଗ୍ରାମର ଜାହାଜ ପେଣ୍ଠେଇ(୭୦) ନାମକ ଜଣେ ବୃଦ୍ଧା ଗାଁ ନିକଟସ୍ଥ ରୋହିଲା ନାଳକୁ ମଙ୍ଗଳବାର ସକାଳ ପ୍ରାୟ ୯.୩୦ରେ ଗାଧୋଇବାକୁ ଯାଇଥିଲେ। ଗାଧୋଇବାବେଳେ ସେ ହଠାତ ବୁଡି ଯାଇଥିଲେ। କିଛି ଦୂରରେ ଗାଧୋଉଥିବା କିଛି ଲୋକ ବହୁ କଷ୍ଟକରି ବୃଦ୍ଧଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ସଙ୍ଗେ ସଙ୍ଗେ […]

ତେଲକୋଇ: କେନ୍ଦୁଝର ଜିଲ୍ଲାର ତେଲକୋଇ ଥାନା ଅଞ୍ଚଳରେ ନାଳରେ ଗାଧୋଇବାବେଳେ ବୁଡିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ତେଲକୋଇ ଥାନା କରଦାଙ୍ଗୀ ପଞ୍ଚାୟତ ଶ୍ରୀଧରପୁର ଗ୍ରାମର ଜାହାଜ ପେଣ୍ଠେଇ(୭୦) ନାମକ ଜଣେ ବୃଦ୍ଧା ଗାଁ ନିକଟସ୍ଥ ରୋହିଲା ନାଳକୁ ମଙ୍ଗଳବାର ସକାଳ ପ୍ରାୟ ୯.୩୦ରେ ଗାଧୋଇବାକୁ ଯାଇଥିଲେ। ଗାଧୋଇବାବେଳେ ସେ ହଠାତ ବୁଡି ଯାଇଥିଲେ। କିଛି ଦୂରରେ ଗାଧୋଉଥିବା କିଛି ଲୋକ ବହୁ କଷ୍ଟକରି ବୃଦ୍ଧଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା। ଆମ୍ବୁଲାନ୍ସ ଆଣି ତେଲକୋଇ ଡାକ୍ତରଖାନାରେ ପହଁଚିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାଟି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଅନୁସନ୍ଧାନ କରୁଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର