ପରିବାର ନିୟୋଜନ ଅସ୍ତ୍ରୋପଚାର କରିବାରୁ ୧୧ ଛୁଆର ମା’ଙ୍କୁ ଘରେ ପୂରାଉନାହାନ୍ତି ସ୍ବାମୀ

The Sakala Picture
Published On

ଟେଲକୋଇ- ସ୍ବାମୀଙ୍କୁ ନଜଣାଇ ପରିବାର ନିୟୋଜନ ଅସ୍ତ୍ରୋପଚାର ପଡିଲା ମହଙ୍ଗା। ପରିବାର ନିୟୋଜନ ଅସ୍ତ୍ରୋପଚାର ପରେ ଚାରି ଦିନ ହେଲା ଗଛମୂଳରେ ଆଶ୍ରୟ ନେଇଛନ୍ତି ପ୍ରସୂତୀ ମହିଳା ଓ ମାସକର ଶିଶୁପୁତ୍ର। ତୁ ମୋତେ ନଜଣାଇ କିପରି ଅସ୍ତ୍ରୋପଚାର କରାଇଲୁ, ତୋତେ ଆଉ ଘରେ ପୁରାଇବିନି କହି ଘରୁ ବାହାର କରିଦେଲେ ସ୍ବାମୀ। ଘରେ ପଶିଲେ ମାରିଦେବି, ଗରମ ପାଣି ଢାଳିଦେବି କହି ଦେଉଛନ୍ତି ଧମକ ସ୍ବାମୀ ରବି ଦେହୁରୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି […]

ଟେଲକୋଇ- ସ୍ବାମୀଙ୍କୁ ନଜଣାଇ ପରିବାର ନିୟୋଜନ ଅସ୍ତ୍ରୋପଚାର ପଡିଲା ମହଙ୍ଗା। ପରିବାର ନିୟୋଜନ ଅସ୍ତ୍ରୋପଚାର ପରେ ଚାରି ଦିନ ହେଲା ଗଛମୂଳରେ ଆଶ୍ରୟ ନେଇଛନ୍ତି ପ୍ରସୂତୀ ମହିଳା ଓ ମାସକର ଶିଶୁପୁତ୍ର। ତୁ ମୋତେ ନଜଣାଇ କିପରି ଅସ୍ତ୍ରୋପଚାର କରାଇଲୁ, ତୋତେ ଆଉ ଘରେ ପୁରାଇବିନି କହି ଘରୁ ବାହାର କରିଦେଲେ ସ୍ବାମୀ। ଘରେ ପଶିଲେ ମାରିଦେବି, ଗରମ ପାଣି ଢାଳିଦେବି କହି ଦେଉଛନ୍ତି ଧମକ ସ୍ବାମୀ ରବି ଦେହୁରୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଡିମିରିଆ ଗ୍ରାମରେ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଗ୍ରାମର ରବି ଦେହୁରୀଙ୍କ ସ୍ତ୍ରୀ ଜାନକୀ ଦେହୁରୀ ଗତ ୧୪ ତାରିଖରେ ତେଲକୋଇ ମେଡିକାଲରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଇଥିଲେ। ତାଙ୍କର ପୂର୍ବରୁ ୧୧ଟି ସନ୍ତାନ ପ୍ରସବ ହୋଇ ସାରିଥିବା ସୂଚନା ରହିଛି। ତେବେ ଗ୍ରାମର ଆଶାଦିଦି ଜାନକୀଙ୍କ ସ୍ବାମୀଙ୍କ ଅଗୋଚରରେ ସେ ଘରେ ଅନୁପସ୍ଥିତ ଥିବା ସମୟରେ ଅସ୍ତ୍ରୋପଚାର ପାଇଁ ଜାନକୀ ଦେହୁରୀଙ୍କୁ ମେଡିକାଲ ନେଇଆସିଥିଲେ ଏବଂ ଅସ୍ତ୍ରୋପଚାର ପରେ ଜାନକୀଙ୍କୁ ଘରେ ଛାଡ଼ିବା ପରେ ମଧ୍ଯ ସ୍ବାମୀ ରବି ଦେହୁରୀଙ୍କୁ ଏ ବିଷୟରେ କୌଣସି ସୂଚନା ଦିଆଯାଇ ନଥିଲା ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଏଥିରେ କ୍ଷୁବ୍ଧ ହୋଇ ରବି ନିଜ ସ୍ତ୍ରୀ ଜାନକୀଙ୍କୁ ଘରୁ ବାହାର କରିଦେଇଥିବା ବେଳେ ଘରକୁ ନପଶିବାକୁ ଧମକ ଦେଇଛନ୍ତି। ଫଳରେ ଜାନକୀ ଘର ନିକଟରେ ଥିବା ଏକ ଆମ୍ବ ଗଛ ମୂଳରେ ମାସକର ଶିଶୁପୁତ୍ରକୁ ନେଇ ଆଶ୍ରୟ ନେଇଛନ୍ତି। ୭୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ବେଳେ ଗତକାଲି ବିଳମ୍ବିତରେ ମେଡିକାଲ କର୍ତ୍ତୃପକ୍ଷ ରବିଙ୍କ ଘରକୁ ଯାଇ ବୁଝାସୁଝା କରି ଜାନକୀଙ୍କୁ ଘରେ ପୁରାଇଥିବା ସୂଚନା ଦେଇଥିବା ବେଳେ ଜାନକୀ ଅଦ୍ୟାବଧି ଗଛ ମୂଳରେ ରହିଛନ୍ତି । ଏ ବିଷୟରେ ତେଲକୋଇ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ପ୍ରିତୀଷ ଆଚାର୍ଯ୍ଯଙ୍କୁ ପଚାରିବାରୁ ସେ କିଛି କହିବା ପାଇଁ ମନା କରି ଥିଲେ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

18 Feb 2023 By The Sakala

ପରିବାର ନିୟୋଜନ ଅସ୍ତ୍ରୋପଚାର କରିବାରୁ ୧୧ ଛୁଆର ମା’ଙ୍କୁ ଘରେ ପୂରାଉନାହାନ୍ତି ସ୍ବାମୀ

ଟେଲକୋଇ- ସ୍ବାମୀଙ୍କୁ ନଜଣାଇ ପରିବାର ନିୟୋଜନ ଅସ୍ତ୍ରୋପଚାର ପଡିଲା ମହଙ୍ଗା। ପରିବାର ନିୟୋଜନ ଅସ୍ତ୍ରୋପଚାର ପରେ ଚାରି ଦିନ ହେଲା ଗଛମୂଳରେ ଆଶ୍ରୟ ନେଇଛନ୍ତି ପ୍ରସୂତୀ ମହିଳା ଓ ମାସକର ଶିଶୁପୁତ୍ର। ତୁ ମୋତେ ନଜଣାଇ କିପରି ଅସ୍ତ୍ରୋପଚାର କରାଇଲୁ, ତୋତେ ଆଉ ଘରେ ପୁରାଇବିନି କହି ଘରୁ ବାହାର କରିଦେଲେ ସ୍ବାମୀ। ଘରେ ପଶିଲେ ମାରିଦେବି, ଗରମ ପାଣି ଢାଳିଦେବି କହି ଦେଉଛନ୍ତି ଧମକ ସ୍ବାମୀ ରବି ଦେହୁରୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଡିମିରିଆ ଗ୍ରାମରେ।

ଗ୍ରାମର ରବି ଦେହୁରୀଙ୍କ ସ୍ତ୍ରୀ ଜାନକୀ ଦେହୁରୀ ଗତ ୧୪ ତାରିଖରେ ତେଲକୋଇ ମେଡିକାଲରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଇଥିଲେ। ତାଙ୍କର ପୂର୍ବରୁ ୧୧ଟି ସନ୍ତାନ ପ୍ରସବ ହୋଇ ସାରିଥିବା ସୂଚନା ରହିଛି। ତେବେ ଗ୍ରାମର ଆଶାଦିଦି ଜାନକୀଙ୍କ ସ୍ବାମୀଙ୍କ ଅଗୋଚରରେ ସେ ଘରେ ଅନୁପସ୍ଥିତ ଥିବା ସମୟରେ ଅସ୍ତ୍ରୋପଚାର ପାଇଁ ଜାନକୀ ଦେହୁରୀଙ୍କୁ ମେଡିକାଲ ନେଇଆସିଥିଲେ ଏବଂ ଅସ୍ତ୍ରୋପଚାର ପରେ ଜାନକୀଙ୍କୁ ଘରେ ଛାଡ଼ିବା ପରେ ମଧ୍ଯ ସ୍ବାମୀ ରବି ଦେହୁରୀଙ୍କୁ ଏ ବିଷୟରେ କୌଣସି ସୂଚନା ଦିଆଯାଇ ନଥିଲା ।

ଏଥିରେ କ୍ଷୁବ୍ଧ ହୋଇ ରବି ନିଜ ସ୍ତ୍ରୀ ଜାନକୀଙ୍କୁ ଘରୁ ବାହାର କରିଦେଇଥିବା ବେଳେ ଘରକୁ ନପଶିବାକୁ ଧମକ ଦେଇଛନ୍ତି। ଫଳରେ ଜାନକୀ ଘର ନିକଟରେ ଥିବା ଏକ ଆମ୍ବ ଗଛ ମୂଳରେ ମାସକର ଶିଶୁପୁତ୍ରକୁ ନେଇ ଆଶ୍ରୟ ନେଇଛନ୍ତି। ୭୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ବେଳେ ଗତକାଲି ବିଳମ୍ବିତରେ ମେଡିକାଲ କର୍ତ୍ତୃପକ୍ଷ ରବିଙ୍କ ଘରକୁ ଯାଇ ବୁଝାସୁଝା କରି ଜାନକୀଙ୍କୁ ଘରେ ପୁରାଇଥିବା ସୂଚନା ଦେଇଥିବା ବେଳେ ଜାନକୀ ଅଦ୍ୟାବଧି ଗଛ ମୂଳରେ ରହିଛନ୍ତି । ଏ ବିଷୟରେ ତେଲକୋଇ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ପ୍ରିତୀଷ ଆଚାର୍ଯ୍ଯଙ୍କୁ ପଚାରିବାରୁ ସେ କିଛି କହିବା ପାଇଁ ମନା କରି ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର