ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ, ମେଡିକାଲ ପରିସରରେ ଉତ୍ତେଜନା

The Sakala Picture
Published On

ତୁରୁମୁଙ୍ଗା: କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାରେ ଅବହେଳା ଯୋଗୁ ନବଜାତ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୋଗ ଅନୁଯାୟୀ, ମୋଉଦୀପା ଗ୍ରାମର ପଙ୍କଜ ନାଏକଙ୍କ ସ୍ତ୍ରୀ ଅନୀତାଙ୍କର ରବିବାର ସନ୍ଧ୍ୟାରେ ପ୍ରସବ ଯନ୍ତ୍ରଣା ହେବାରୁ ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ବିଳମ୍ବିତ ରାତିରେ ପ୍ରସବ ବେଳକୁ ଡାକ୍ତରଙ୍କୁ ଡାକିବାରୁ ସେ ଆସି ନ ଥିଲେ ବୋଲି ଅଭିଯୋଗ ହୋଇଛି। […]

ତୁରୁମୁଙ୍ଗା: କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାରେ ଅବହେଳା ଯୋଗୁ ନବଜାତ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଅଭିଯୋଗ ଅନୁଯାୟୀ, ମୋଉଦୀପା ଗ୍ରାମର ପଙ୍କଜ ନାଏକଙ୍କ ସ୍ତ୍ରୀ ଅନୀତାଙ୍କର ରବିବାର ସନ୍ଧ୍ୟାରେ ପ୍ରସବ ଯନ୍ତ୍ରଣା ହେବାରୁ ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ବିଳମ୍ବିତ ରାତିରେ ପ୍ରସବ ବେଳକୁ ଡାକ୍ତରଙ୍କୁ ଡାକିବାରୁ ସେ ଆସି ନ ଥିଲେ ବୋଲି ଅଭିଯୋଗ ହୋଇଛି। ପ୍ରସୂତି ସ୍ବାସ୍ଥ୍ୟକେନ୍ଦ୍ରରେ ନବଜାତ ଶିଶପୁତ୍ରକୁ ଜନ୍ମ ଦେବା ପରେ ଶିଶୁପୁତ୍ରଟି ଆଉ କାନ୍ଦିନଥିଲା। ଏହାପରେ ବି ଡାକ୍ତର ନ ଆସିବାରୁ ନବଜାତ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତେବେ ସୋମବାର ଏହାକୁ ନେଇ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ଡାକ୍ତର ଜଣକ ଫେରାର ହୋଇ ଯାଇଥିବା କୁହା ଯାଉଛି। ଅନ୍ୟପଟେ ମେଡିକାଲରେ ଡାକ୍ତର ନ ଥିବାରୁ ପ୍ରସୂତିଙ୍କ ମଧ୍ୟ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ପ୍ରସୂତିଙ୍କୁ ଅନ୍ୟ ମେଡିକାଲକୁ ନେବାକୁ ପରିବାର ଲୋକେ ଚାହୁଁ ଥିଲେ ମଧ୍ୟ ରେଫର କରିବାକୁ ଡାକ୍ତର ନ ଥିବାରୁ ଅନ୍ୟ ମେଡିକାଲକୁ ନେଇ ନ ପାରି ଘରକୁ ନେଇଯାଇଛନ୍ତି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

23 Jan 2023 By The Sakala

ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ, ମେଡିକାଲ ପରିସରରେ ଉତ୍ତେଜନା

ତୁରୁମୁଙ୍ଗା: କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାରେ ଅବହେଳା ଯୋଗୁ ନବଜାତ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି ।

ଅଭିଯୋଗ ଅନୁଯାୟୀ, ମୋଉଦୀପା ଗ୍ରାମର ପଙ୍କଜ ନାଏକଙ୍କ ସ୍ତ୍ରୀ ଅନୀତାଙ୍କର ରବିବାର ସନ୍ଧ୍ୟାରେ ପ୍ରସବ ଯନ୍ତ୍ରଣା ହେବାରୁ ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ବିଳମ୍ବିତ ରାତିରେ ପ୍ରସବ ବେଳକୁ ଡାକ୍ତରଙ୍କୁ ଡାକିବାରୁ ସେ ଆସି ନ ଥିଲେ ବୋଲି ଅଭିଯୋଗ ହୋଇଛି। ପ୍ରସୂତି ସ୍ବାସ୍ଥ୍ୟକେନ୍ଦ୍ରରେ ନବଜାତ ଶିଶପୁତ୍ରକୁ ଜନ୍ମ ଦେବା ପରେ ଶିଶୁପୁତ୍ରଟି ଆଉ କାନ୍ଦିନଥିଲା। ଏହାପରେ ବି ଡାକ୍ତର ନ ଆସିବାରୁ ନବଜାତ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତେବେ ସୋମବାର ଏହାକୁ ନେଇ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ଡାକ୍ତର ଜଣକ ଫେରାର ହୋଇ ଯାଇଥିବା କୁହା ଯାଉଛି। ଅନ୍ୟପଟେ ମେଡିକାଲରେ ଡାକ୍ତର ନ ଥିବାରୁ ପ୍ରସୂତିଙ୍କ ମଧ୍ୟ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ପ୍ରସୂତିଙ୍କୁ ଅନ୍ୟ ମେଡିକାଲକୁ ନେବାକୁ ପରିବାର ଲୋକେ ଚାହୁଁ ଥିଲେ ମଧ୍ୟ ରେଫର କରିବାକୁ ଡାକ୍ତର ନ ଥିବାରୁ ଅନ୍ୟ ମେଡିକାଲକୁ ନେଇ ନ ପାରି ଘରକୁ ନେଇଯାଇଛନ୍ତି।

https://www.thesakala.in/latest-odisha-news/kendujhar/allegation-of-death-of-newborn-baby-boy-due-to-medical-negligence/article-18357
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର