ଜୁନ୍‌ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଆନନ୍ଦପୁର ବ୍ୟାରେଜ: ମୁଖ୍ୟ ଶାସନ ସଚିବ

The Sakala Picture
Published On

କେନ୍ଦୁଝର/ଆନନ୍ଦପୁର: ଓଡିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଆନନ୍ଦପୁର ଗସ୍ତରେ ଆସି ଆନନ୍ଦପୁର ବ୍ୟାରେଜର କେନାଲ କାର୍ଯ୍ୟ ଓ ମେଗା ଉଠାଜଳସେଚନ ପ୍ରକଳ୍ପ ଗୁଡିକର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହିତ ତଦାରଖ କରିଛନ୍ତି । ଆନନ୍ଦପୁର ଫରେଷ୍ଟ ଗେଷ୍ଟ ହାଉସଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଉପରୋକ୍ତ ପ୍ରକଳ୍ପ ଗୁଡିକର ଅଗ୍ରଗତି ସମୀକ୍ଷା କରିବା ସହିତ ନିର୍ମାଣ କାର୍ଯ୍ୟର ଗୁଣାତ୍ମକ ମାନ ଉପରେ ଗୁରୁତ୍ୱ […]

କେନ୍ଦୁଝର/ଆନନ୍ଦପୁର: ଓଡିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଆନନ୍ଦପୁର ଗସ୍ତରେ ଆସି ଆନନ୍ଦପୁର ବ୍ୟାରେଜର କେନାଲ କାର୍ଯ୍ୟ ଓ ମେଗା ଉଠାଜଳସେଚନ ପ୍ରକଳ୍ପ ଗୁଡିକର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହିତ ତଦାରଖ କରିଛନ୍ତି । ଆନନ୍ଦପୁର ଫରେଷ୍ଟ ଗେଷ୍ଟ ହାଉସଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଉପରୋକ୍ତ ପ୍ରକଳ୍ପ ଗୁଡିକର ଅଗ୍ରଗତି ସମୀକ୍ଷା କରିବା ସହିତ ନିର୍ମାଣ କାର୍ଯ୍ୟର ଗୁଣାତ୍ମକ ମାନ ଉପରେ ଗୁରୁତ୍ୱ ଆରୋପ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସଂପୃକ୍ତ ବିଭାଗୀୟ କତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ଜିଲ୍ଲାପାଳ ଆଶିଷ ଠାକ୍‌ରେ ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବଙ୍କୁ ସ୍ୱାଗତ ଜଣାଇବା ସହ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ଓ ସ୍ଥିତି ସଂପର୍କରେ ଅବଗତ କରାଇଥିଲେ। ସମୀକ୍ଷା ବୈଠକରେ ଆନନ୍ଦପୁର ବ୍ୟାରେଜର ୧୧୦ କିମି ବିଶିଷ୍ଟ ମୁଖ୍ୟ କେନାଲର ୭୦ କିମି କେନାଲ ଖୋଳା ସରିଛି ଏବଂ ତନ୍ମଧ୍ୟରୁ ୪୫ କିମି କେନାଲର ସିମେଣ୍ଟ କଂକ୍ରିଟ ଲାଇନିଂ କାମ ଶେଷ ହୋଇସାରିଛି। ବିଭିନ୍ନ ପ୍ୟାକେଜରେ ହେଉଥିବା କେନାଲ କାମ ଏବଂ ହେବାକୁ ଥିବା କେନାଲ କାମ ସଂପର୍କରେ ସମୀକ୍ଷା କରି ୨୦୨୪ ସୁଦ୍ଧା ସେସବୁ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏତଦ୍‌ବ୍ୟତୀତ ବୈତରଣୀ ଲେଫ୍ଟ ବ୍ୟାଙ୍କ କେନାଲର ଅଗ୍ରଗତି ସମୀକ୍ଷା କରି ୨୦୨୩ ଜୁନ୍‌ ମାସ ସୁଦ୍ଧା ଶେଷ କରିବା ସହ ଚାଷ ପାଇଁ ଜଳସେଚନ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ଆନନ୍ଦପୁର ବ୍ୟାରେଜ ନିକଟରେ ନିର୍ମାଣ ଆରମ୍ଭ ହୋଇଥିବା ୱାଚ୍‌ ଟାୱାର ବର୍ଷେ ମଧ୍ୟରେ ଶେଷ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଏତଦ୍‌ବ୍ୟତୀତ ଜିଲ୍ଲାରେ ତଥା ଆନନ୍ଦପୁର ସବ୍‌ଡିଭିଜନରେ ହାତକୁ ନିଆଯାଇଥିବା ମେଗା ଉଠାଜଳସେଚନ ପ୍ରକଳ୍ପ ଗୁଡିକର ନିର୍ମାଣ କାର୍ଯ୍ୟ ଓ ସ୍ଥିତି ସଂପର୍କରେ ସମୀକ୍ଷା କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ ଗୁଡିକର ନିର୍ମାଣ ଶେଷ କରି ଚାଷୀମାନଙ୍କ ନିମନ୍ତେ ଜଳସେଚନ ବ୍ୟବସ୍ଥା ଉପଲବ୍ଧ କରାଇବାକୁ ସଂପୃକ୍ତ କତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କ ସମେତ ଡିଏଫ୍‌ଓ ବନ୍ୟପ୍ରାଣୀ ଡିଭିଜନ ଆନନ୍ଦପୁର ଅଭୟ କୁମାର ଦଳେଇ,ଆନନ୍ଦପୁର ବ୍ୟାରେଜ ପ୍ରୋଜେକ୍ଟର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅବିନାଶ ରାଉଲ, ଅଧିକ୍ଷଣ ଯନ୍ତ୍ରୀ କିଶୋର କୁମାର କର, ଅଧିକ୍ଷଣ ଯନ୍ତ୍ରୀ ସୁଶାନ୍ତ କୁମାର ମାଝୀ, ସେଣ୍ଟ୍ରାଲ ମେଗା ଲିଫ୍ଟ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ସମେତ ବିଭାଗୀୟ ନିର୍ବହୀ ଯନ୍ତ୍ରୀ ପ୍ରମୁଖ ଉକ୍ତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ଏହାପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କ୍ଷେତ୍ର ପରିଦର୍ଶନରେ ଯାଇ ବୈତରଣୀ ଲେଫ୍ଟ ବ୍ୟାଙ୍କ କେନାଲ ୦ ରୁ ୪ କିମି ପର୍ଯ୍ୟନ୍ତ କେନାଲର ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ ଏବଂ ନିର୍ମାଣ କାର୍ଯ୍ୟରେ କଡାକଡି ଭାବେ ଗୁଣାତ୍ମକ ମାନ ଅନୁପାଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ଆନନ୍ଦପୁର ବ୍ୟାରେଜର ଆନୁସଙ୍ଗିକ କାର୍ଯ୍ୟ ଓ ଜିଲ୍ଲାରେ ମେଗା ଉଠାଜଳସେଚନ ପ୍ରକଳ୍ପଗୁଡିକର ଅଗ୍ରଗତି ଅନୁଧ୍ୟାନ ତାଙ୍କ ଗସ୍ତର ଉଦ୍ଦେଶ୍ୟ । ମୁଖ୍ୟ ଲିଙ୍କ କେନାଲର ନିର୍ମାଣ କାର୍ଯ୍ୟର ଅଗ୍ରଗତିରେ ଥିବା ସମସ୍ୟା ଦୂର ହୋଇଛି । ମୁଖ୍ୟ କେନାଲର କାର୍ଯ୍ୟ ଜୋରସୋରରେ ଚାଲିଛି ଏବଂ ଏହା ୨୦୨୩ ଜୁନ୍‌ ମାସ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାଦ୍ୱାରା ଆନନ୍ଦପୁର ବ୍ୟାରେଜରୁ ବିଦ୍ୟାଧରପୁର ବ୍ୟାରେଜ ପର୍ଯ୍ୟନ୍ତ ପାଣି ଯିବ ଏବଂ ଚଳିତବର୍ଷ ଖରିଫ୍‌ ଋତୁରେ ପାଣି ଦିଆଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏତଦ୍‌ବ୍ୟତୀତ କେନ୍ଦୁଝର ଜିଲ୍ଲାରେ ତଥା ଆନନ୍ଦପୁର ଉପଖଣ୍ଡରେ ଅନେକ ମେଗା ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି। ଏଥିରେ ଆନନ୍ଦପୁର ଓ ବିଦ୍ୟାଧରପୁର ବ୍ୟାରେଜର ପାଣି ବ୍ୟବହାର କରାଯିବ। ଏହାଦ୍ୱାରା ପ୍ରାୟ ୫୦ ହଜାର ଏକର ଜମିରେ ଜଳସେଚନ ହୋଇପାରିବ । ମେଗା ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି ଏବଂ ଖୁବଶୀଘ୍ର କାମ ଆରମ୍ଭ ହେବ । ଚଳିତବର୍ଷ ଜୁଲାଇ ମାସ ମଧ୍ୟରେ କେନାଲ ଯୋଗେ ୬ ହଜାର ହେକ୍ଟର ଜମିକୁ ପାଣି ଯୋଗାଇ ଦିଆଯାଇପାରିବ । କାନପୁର ଜଳସେଚନ ପ୍ରକଳ୍ପର ବାକି ଥିବା ଆନୁସଙ୍ଗିକ କାମ ମଧ୍ୟ ଜୋରସୋରରେ ଚାଲିଛି ଏବଂ ଏହା ଅତିଶୀଘ୍ର ଶେଷ କରାଯିବ । ଏଠାରୁ ମଧ୍ୟ ମେଗା ଲିଫ୍ଟ ଇରିଗେସନ ପ୍ରୋଜେକ୍ଟ ଜରିଆରେ ଜମିରେ ଜଳସେଚନ ବ୍ୟବସ୍ଥା ଉପଲବ୍ଧ କରାଯିବ । ଏତଦ୍‌ବ୍ୟତୀତ କାନପୁର ଜଳସେଚନ ପ୍ରକଳ୍ପରୁ ମଧ୍ୟ ଚାଷ ଜମିକୁ ପାଣି ଉପଲବ୍ଧ କରାଯିବ ।

ଏସବୁ ପ୍ରକଳ୍ପ ଶେଷ ହେଲେ କେନ୍ଦୁଝର ଜିଲ୍ଲାରେ ପାଖାପାଖି ୮୦ ହଜାରରୁ ୯୦ ହଜାର ହେକ୍ଟର ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା ହୋଇପାରିବ । ଆନନ୍ଦପୁର ବ୍ୟାରେଜ ଓ ବିଦ୍ୟାଧରପୁର ବ୍ୟାରେଜରୁ ଆନନ୍ଦପୁର ଉପଖଣ୍ଡର ଅନେକ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା ଉପଲବ୍ଧ ହୋଇପାରିବ । ଏତଦ୍‌ବ୍ୟତୀତ ସାହାରପଡା ବ୍ଲକରେ ନିର୍ମାଣଧିନ ଦୁଇଟି ପ୍ରକଳ୍ପ ସଂପର୍କରେ ସୂଚନା ଦେଇଥିଲେ । ସବୁ ପ୍ରକଳ୍ପ ଦ୍ୱାରା ଚାଷୀମାନେ ବର୍ଷକୁ ଦୁଇ ତିନୋଟି ଫସଲ ଅମଳ କରିପାରିବେ ଏବଂ ସେମାନଙ୍କର ଆୟ ବୃଦ୍ଧି ହୋଇପାରିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ।

18 Feb 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର