ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ବିବାହ ପ୍ରସ୍ତାବରେ ରାଜିହେଲେନି ଯୁବତୀ : ନଗ୍ନ ଫଟୋ ଭାଇରାଲ କଲେ କୋରିଅର ବୟ

The Sakala Picture
Published On

କେନ୍ଦ୍ରାପଡ଼ା : ଏକତରଫା ଭଲ ପାଇ ବିବାହ ପ୍ରସ୍ତାବ ଦେବାରୁ ଯୁବତୀ ଜଣକ ଅରାଜି ହୋଇଥିଲେ। ଫଳରେ ପ୍ରେମ କରୁଥିବା ଯୁବକ ଜଣକ ଯୁବତୀଙ୍କ ନଗ୍ନ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିବା ନେଇ ପାଟକୁରା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ପାଟକୁରା ଥାନା ଅଧୀନ କନ୍ତିଆ ଅଞ୍ଚଳର ଜଣେ ୨୧ ବର୍ଷୀୟ ଯୁବତୀଙ୍କ ସହ ଏଭଳି ଘଟଣା ଘଟିଛି। ଯୁବତୀଙ୍କ ଘର ନିକଟରେ ଭଡ଼ା ଘରେ ଏକ କୋରିଅର କାର୍ଯ୍ୟାଳୟ ଚାଲିଛି। ସେହି କାର୍ଯ୍ୟାଳୟରେ […]

କେନ୍ଦ୍ରାପଡ଼ା : ଏକତରଫା ଭଲ ପାଇ ବିବାହ ପ୍ରସ୍ତାବ ଦେବାରୁ ଯୁବତୀ ଜଣକ ଅରାଜି ହୋଇଥିଲେ। ଫଳରେ ପ୍ରେମ କରୁଥିବା ଯୁବକ ଜଣକ ଯୁବତୀଙ୍କ ନଗ୍ନ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିବା ନେଇ ପାଟକୁରା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ପାଟକୁରା ଥାନା ଅଧୀନ କନ୍ତିଆ ଅଞ୍ଚଳର ଜଣେ ୨୧ ବର୍ଷୀୟ ଯୁବତୀଙ୍କ ସହ ଏଭଳି ଘଟଣା ଘଟିଛି। ଯୁବତୀଙ୍କ ଘର ନିକଟରେ ଭଡ଼ା ଘରେ ଏକ କୋରିଅର କାର୍ଯ୍ୟାଳୟ ଚାଲିଛି। ସେହି କାର୍ଯ୍ୟାଳୟରେ କୋରିଅର ବୟ ଭାବେ ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳର ମହେଶ୍ୱର ପାତ୍ର କାର୍ଯ୍ୟ କରନ୍ତି। ଯୁବତୀଙ୍କ ଘର ନିକଟରେ ହୋଇଥିବାରୁ ତାଙ୍କୁ ସବୁବେଳେ ମହେଶ୍ୱର ପିଛା କରନ୍ତି। ଏମିତିକି ଯୁବତୀଙ୍କ ଅଜାଣତରେ ବାଥରୁମ ସ୍କାଇଲାଇଟ କଣା ବାଟେ ମୋବାଇଲ ରଖି ଗାଧୋଇବା ବେଳର ଭିଡିଓ କରିଛନ୍ତି। ଏସବୁ ଘଟଣା ସମ୍ପର୍କରେ ଯୁବତୀ ଜଣଙ୍କ କିଛି ଜାଣିପାରି ନ ଥିଲେ। ପରେ ସମ୍ପୃକ୍ତ ଯୁବକ ଜଣଙ୍କ ଏକତରଫା ପ୍ରେମ ନେଇ ପ୍ରସ୍ତାବ ଦେଇଥିଲେ।

ମୋବାଇଲରେ ରଖିଥିବା ନଗ୍ନ ଭିଡିଓ ଓ ଫଟୋ ଦେଖାଇ ବିବାହ କରିବାକୁ କହିଥିଲେ। ଯଦି ତାଙ୍କ ସହ ଶାରୀରିକ ସମ୍ପର୍କ ନ ରଖନ୍ତି, ତେବେ ଏ ସମସ୍ତ ନଗ୍ନ ଭିଡିଓ ଓ ଫଟୋ ଭାଇରାଲ କରିବା ନେଇ ଧମକ ଦେଇଥିଲେ। ବାରମ୍ୱାର ଏଭଳି ଧମକ ଦେଇଥିଲେ ମଧ୍ୟ ଯୁବତୀ ଜଣଙ୍କ ତାଙ୍କର କୌଣସି ପ୍ରସ୍ତାବରେ ରାଜି ହୋଇ ନ ଥିଲେ। ଏହାର କିଛିଦିନ ପରେ ସଂସ୍ଥାର କାର୍ଯ୍ୟାଳୟ ବନ୍ଦ ହୋଇଯାଇଥିଲା। ଅଭିଯୁକ୍ତ ମହେଶ୍ୱର ନିଜ ଘର ଯାଜପୁରକୁ ପଳାଇଥିଲେ। ନିଜ ଘରେ ରହି ସମ୍ପୃକ୍ତ ଅଭିଯୁକ୍ତ ପୁଣିଥରେ ଯୁବତୀଙ୍କ ଘର ନମ୍ୱରରେ କଲ ଓ ମେସେଜ କରିଥିଲା। ଯୁବତୀ ଜଣକ କୌଣସି ଉତ୍ତର ନ ଦେବାରୁ ଶେଷରେ ତାଙ୍କ ନାଁରେ ଫେସବୁକରେ ଏକ ଫେକ ଆଇଡି ଖୋଲି ସମସ୍ତ ନଗ୍ନ ଭିଡିଓ ଓ ଫଟୋ ଭାଇରାଲ କରିଛି। ଏହାପରେ ଯୁବତୀ ଜଣକ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ନ୍ୟାୟ ନ ମିଳିଲେ ଜୀବନରୁ ମରିଯିବାକୁ କହିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପାଟକୁରା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଏକ ମାମଲା ୨୭୯/୨୨ରେ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

14 Jul 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର