ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ରସିକିଆ ଟେଲର ମାଷ୍ଟର: ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ଲୁଟିନେଲେ ଟଙ୍କା ଅଳଙ୍କାର

The Sakala Picture
Published On

କେନ୍ଦ୍ରାପଡା: ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶୃତି ଦେଇ ରସିକିଆ ଟେଲର ମାଷ୍ଟର ଲୁଟିନେଲେ ଲକ୍ଷାଧିକ ଟଙ୍କା ଆଉ ସୁନା ଅଳଙ୍କାର। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧିନ ଅମୃତମଣୋହିର ଜଗନ୍ନାଥପୁର ଅଞ୍ଚଳରେ । ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଅଭିଯୋଗ ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀ ମାସରୁ ଜଗନ୍ନାଥପୁର ଅଞ୍ଚଳର ଜଣେ ବାମନ ଯୁବତୀ ସେହି ଗ୍ରାମକୁ ଟେଲରିଂ ଶିଖିବାକୁ ଯାଉଥିଲେ। […]

କେନ୍ଦ୍ରାପଡା: ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶୃତି ଦେଇ ରସିକିଆ ଟେଲର ମାଷ୍ଟର ଲୁଟିନେଲେ ଲକ୍ଷାଧିକ ଟଙ୍କା ଆଉ ସୁନା ଅଳଙ୍କାର। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧିନ ଅମୃତମଣୋହିର ଜଗନ୍ନାଥପୁର ଅଞ୍ଚଳରେ । ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।
ଅଭିଯୋଗ ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀ ମାସରୁ ଜଗନ୍ନାଥପୁର ଅଞ୍ଚଳର ଜଣେ ବାମନ ଯୁବତୀ ସେହି ଗ୍ରାମକୁ ଟେଲରିଂ ଶିଖିବାକୁ ଯାଉଥିଲେ। ସେହି ଟେଲରରେ ଜଣେ ଯୁବକ ବିଶାଖା ପାତ୍ର ମାଷ୍ଟର ଥିଲେ । କମ ଉଚ୍ଚତା ସମ୍ପର୍ଣ୍ଣ ଯୁବତୀ ଜଣଙ୍କ ବିବାହ ପାଇଁ ପୂର୍ବରୁ ତାଙ୍କ ଘରେ ମନା କରିଥିଲେ। ଟେଲରିଂ ଶିକ୍ଷା ଲାଭ କରି ଦୁଇ ପଇସା ଆୟ କରି ନିଜେ ଚଳିବେ ବୋଲି ଭାବିଥିଲେ। ହେଲେ ଯୁବକ ଜଣଙ୍କ ତାଙ୍କୁ ଜୋର ଜବରଦସ୍ତ ପ୍ରେମ ଜାଲରେ ଫସାଇଥିଲେ। ସମ୍ପର୍କ ରଖି ବିବାହ କରିବାକୁ ପ୍ରତିଶୃତି ଦେଇଥିଲେ। ଆଉ ଘରୁ ଟଙ୍କା ସୁନା ଅଳଙ୍କାର ଆଣିଲେ ଅଞ୍ଚଳ ଛାଡି ଦୁଇଜଣ କୁଆଡେ ପଳାଇଯିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଯୁବତୀ ଜଣଙ୍କ ରସିକିଆ ମାଷ୍ଟରଙ୍କ କଥାରେ ତାଙ୍କ ଘରୁ ୧୦ଟି ସୁନା ଚେନ, ୯ଟି ସୁନା ମୁଦି, କାନଫୁଲ, ମଙ୍ଗଳସୁତ୍ର, ସୁନା ବ୍ରେସଲେଟ, ୬୦ ହଜାର ନଗଦ ଟଙ୍କା ସହ ଫୋନପେ ରେ ୩୦ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ । ଏହିସବୁ ଟଙ୍କା ସୁନା ଅଳଙ୍କାର ଟେଲର ମାଷ୍ଟର ନେଲା ପରେ କୁଆଡେ ଫେରାର ହୋଇଗଲେ। ଏନେଇ ବିବାହ କରିବାକୁ ଧାର୍ଯ୍ୟ ହୋଇଥିବା ତାରିଖରେ ଯୁବତୀ ଜଣଙ୍କ ଫୋନ କରିବାରୁ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ବିବାହ ପାଇଁ ଆଉଥରେ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏନେଇ ଖବର ପାଇ ଯୁବତୀ ଜଣଙ୍କ ବିଶାଖାଙ୍କ ଘରକୁ ଯାଇଥିଲେ ହେଲେ ସେଠାରେ ତାଙ୍କୁ ବାମନ ଝିଅ କହି ତଣ୍ଟିଆ ମାରି ବିଦା କରିଦେଇଥିଲେ। ଏହାପରେ ବିଶାଖା କୁଆଡେ ଫେରାର ହୋଇଯାଇଛନ୍ତି। ଶେଷରେ ଯୁବତୀ ଜଣଙ୍କ ବାଧ୍ୟ ହୋଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ୪୮୩/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
11 Aug 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର