ଶୌଚ ହେବାକୁ ଯାଇଥିବା ଭିନ୍ନକ୍ଷମଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା; ଜଣେ ଆତ୍ମସମର୍ପଣ, ଜଣେ ଫେରାର

The Sakala Picture
Published On

କେନ୍ଦ୍ରାପଡ଼ା: ଶୌଚ ହେବାକୁ ଯାଇଥିବା ଜଣେ ଶାରୀରିକ ଭିନ୍ନକ୍ଷମଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିବା ଭଳି ଲୋମ ହର୍ଷଣକାରୀ ଘଟଣା କେନ୍ଦ୍ରାପଡା ସଦର ଥାନା ଅଧିନ ଖସାଡି ଗ୍ରାମରେ ଦେଖିବାକୁ ମିଳିଛି। ଶାରୀରିକ ଭିନ୍ନକ୍ଷମଙ୍କୁ ପୂର୍ବ ଜମିବାଡି ବିବାଦକୁ ନେଇ ଠେଙ୍ଗାରେ ପିଟି ହତ୍ୟା କରାଯାଇଥିବା ନେଇ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁଯାୟୀ, କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଖସାଡି ଗ୍ରାମର ନନ୍ଦ କିଶୋର ସ୍ୱାଇଁ ଅଭିଯୋଗ କରିଛନ୍ତି ଯେ […]

କେନ୍ଦ୍ରାପଡ଼ା: ଶୌଚ ହେବାକୁ ଯାଇଥିବା ଜଣେ ଶାରୀରିକ ଭିନ୍ନକ୍ଷମଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିବା ଭଳି ଲୋମ ହର୍ଷଣକାରୀ ଘଟଣା କେନ୍ଦ୍ରାପଡା ସଦର ଥାନା ଅଧିନ ଖସାଡି ଗ୍ରାମରେ ଦେଖିବାକୁ ମିଳିଛି। ଶାରୀରିକ ଭିନ୍ନକ୍ଷମଙ୍କୁ ପୂର୍ବ ଜମିବାଡି ବିବାଦକୁ ନେଇ ଠେଙ୍ଗାରେ ପିଟି ହତ୍ୟା କରାଯାଇଥିବା ନେଇ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ପୁଲିସ ସୂଚନା ଅନୁଯାୟୀ, କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଖସାଡି ଗ୍ରାମର ନନ୍ଦ କିଶୋର ସ୍ୱାଇଁ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅ ଶାରୀରିକ ଭିନ୍ନକ୍ଷମ ଏକାଦଶୀ ସ୍ୱାଇଁ ରବିବାର ସକାଳ ପ୍ରାୟ ୮ଟା ସମୟରେ ଘରୁ ଛୋଟେଇ ଛୋଟେଇ ଚାଲି ଚାଲି ଶୌଚ ହେବାକୁ ଯାଉଥିବା ସମୟରେ ସେହି ଗ୍ରାମର ନିଧିରାମ ସ୍ୱାଇଁ ଓ ତାଙ୍କ ପୁଅ ସନ୍ତୋଷ ପଛପଟରୁ ଏକାଦଶୀର ମୁଣ୍ଡକୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଠେଙ୍ଗାରେ ପ୍ରହାର ଉପରେ ପ୍ରହାର ଦେବା ଫଳରେ ସେ ଅଚେତ ହୋଇ ତଳେ ପଡିଯାଇଥିଲା । ଭିନ୍ନକ୍ଷମ ଏକାଦଶୀ ତଳେ ପଡିଯିବା ପରେ ନିଧିରାମ, ତାଙ୍କ ପୁଅ ସନ୍ତୋଷ ଓ ତାଙ୍କ ପତ୍ନୀ ଏକାଦଶୀକୁ ଜୀବନରେ ମାରିଦେବା ଉଦେଶ୍ୟରେ ଠେଙ୍ଗାରେ ପିଟି ଚାଲିଥିଲେ । ଫଳରେ ସେ ଅଚେତ ହୋଇ ପଡିଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକାଦଶୀ ତଳେ ପଡିବାର ସ୍ଥାନୀୟ ଲୋକମାନେ ରୁଣ୍ଡ ହୋଇଯାଇଥିଲେ। ଏହାଦେଖି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଖସି ପଳାଇଯାଇଥିଲେ । ପରେ ଖବର ପାଇ ପୋଲିସ ପହଞ୍ଚି ଏକାଦଶୀକୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଭିନ୍ନକ୍ଷମ ଏକାଦଶୀ ଦିଲ୍ଲୀରେ ବ୍ୟବସାୟ କରନ୍ତି । କରୋନା ଜନିତ କଟକଣା ଲାଗୁ ହେବା ପରେ ସେ କିଛିଦିନ ପୂର୍ବରୁ ଘରକୁ ଆସିଥିଲେ । ଜମିବାଡି ବିବାଦ ନେଇ ତାଙ୍କର ସେହି ଗ୍ରାମର ନିଧିରାମଙ୍କ ପରିବାର ସହିତ ବିବାଦ ଲାଗି ରହିଥିଲା । ନିଧିରାମ ଏକାଦଶୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ସୁଯୋଗ ଅପେକ୍ଷାରେ ଥିଲେ । ଏସମ୍ପର୍କରେ ସଦର ଥାନାରେ ଏକାଦଶୀଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲେବି ପୋଲିସ ଘଟଣାକୁ ଗୁରୁତ୍ୱ ଦେଇନଥିଲା । ଫଳରେ ଏଭଳି ଏକ ହତ୍ୟା କାଣ୍ଡ ଘଟିଗଲା । ସଦର ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି । ହତ୍ୟାକାଣ୍ଡ ପରେ ଅପରାଧୀ ନିଧିରାମ ସ୍ୱାଇଁ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ହତ୍ୟାକାଣ୍ଡରେ ଜଡିତ ଅନ୍ୟ ଜଣେ ଅପରାଧୀ ସନ୍ତୋଷ ସ୍ୱାଇଁ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛିି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

ସେହିପରି ଅନ୍ୟ ଏକ ଘଟଣାରେ ଗତ ୨ ତାରିଖ ପୋଇ ଗଛ ଲଗାକୁ କେନ୍ଦ୍ର କରି ପଟ୍ଟାମୁଣ୍ଡାଇ ସୋବଳା ଅଂଚଳରେ ବଡ଼ ଭାଇର ମାଡ଼ରେ ସାନ ଭାଇର ମୃତ୍ୟୁ ହୋଇଥିଲା । ଏହି ଦୁଇଟି ଘଟଣାରେ ପୂର୍ବରୁ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ହେଲେ ପୋଲିସ ଜମିବାଡ଼ି ବିବାଦ ହେତୁ ଘଟଣାକୁ ହାଲକା ନେବାରୁ ଦୁଇ ଦୁଇଟି ଜୀବନ ଗଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

04 Jul 2021 By The Sakala

ଶୌଚ ହେବାକୁ ଯାଇଥିବା ଭିନ୍ନକ୍ଷମଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା; ଜଣେ ଆତ୍ମସମର୍ପଣ, ଜଣେ ଫେରାର

କେନ୍ଦ୍ରାପଡ଼ା: ଶୌଚ ହେବାକୁ ଯାଇଥିବା ଜଣେ ଶାରୀରିକ ଭିନ୍ନକ୍ଷମଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିବା ଭଳି ଲୋମ ହର୍ଷଣକାରୀ ଘଟଣା କେନ୍ଦ୍ରାପଡା ସଦର ଥାନା ଅଧିନ ଖସାଡି ଗ୍ରାମରେ ଦେଖିବାକୁ ମିଳିଛି। ଶାରୀରିକ ଭିନ୍ନକ୍ଷମଙ୍କୁ ପୂର୍ବ ଜମିବାଡି ବିବାଦକୁ ନେଇ ଠେଙ୍ଗାରେ ପିଟି ହତ୍ୟା କରାଯାଇଥିବା ନେଇ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି।

ପୁଲିସ ସୂଚନା ଅନୁଯାୟୀ, କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଖସାଡି ଗ୍ରାମର ନନ୍ଦ କିଶୋର ସ୍ୱାଇଁ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅ ଶାରୀରିକ ଭିନ୍ନକ୍ଷମ ଏକାଦଶୀ ସ୍ୱାଇଁ ରବିବାର ସକାଳ ପ୍ରାୟ ୮ଟା ସମୟରେ ଘରୁ ଛୋଟେଇ ଛୋଟେଇ ଚାଲି ଚାଲି ଶୌଚ ହେବାକୁ ଯାଉଥିବା ସମୟରେ ସେହି ଗ୍ରାମର ନିଧିରାମ ସ୍ୱାଇଁ ଓ ତାଙ୍କ ପୁଅ ସନ୍ତୋଷ ପଛପଟରୁ ଏକାଦଶୀର ମୁଣ୍ଡକୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଠେଙ୍ଗାରେ ପ୍ରହାର ଉପରେ ପ୍ରହାର ଦେବା ଫଳରେ ସେ ଅଚେତ ହୋଇ ତଳେ ପଡିଯାଇଥିଲା । ଭିନ୍ନକ୍ଷମ ଏକାଦଶୀ ତଳେ ପଡିଯିବା ପରେ ନିଧିରାମ, ତାଙ୍କ ପୁଅ ସନ୍ତୋଷ ଓ ତାଙ୍କ ପତ୍ନୀ ଏକାଦଶୀକୁ ଜୀବନରେ ମାରିଦେବା ଉଦେଶ୍ୟରେ ଠେଙ୍ଗାରେ ପିଟି ଚାଲିଥିଲେ । ଫଳରେ ସେ ଅଚେତ ହୋଇ ପଡିଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକାଦଶୀ ତଳେ ପଡିବାର ସ୍ଥାନୀୟ ଲୋକମାନେ ରୁଣ୍ଡ ହୋଇଯାଇଥିଲେ। ଏହାଦେଖି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଖସି ପଳାଇଯାଇଥିଲେ । ପରେ ଖବର ପାଇ ପୋଲିସ ପହଞ୍ଚି ଏକାଦଶୀକୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଭିନ୍ନକ୍ଷମ ଏକାଦଶୀ ଦିଲ୍ଲୀରେ ବ୍ୟବସାୟ କରନ୍ତି । କରୋନା ଜନିତ କଟକଣା ଲାଗୁ ହେବା ପରେ ସେ କିଛିଦିନ ପୂର୍ବରୁ ଘରକୁ ଆସିଥିଲେ । ଜମିବାଡି ବିବାଦ ନେଇ ତାଙ୍କର ସେହି ଗ୍ରାମର ନିଧିରାମଙ୍କ ପରିବାର ସହିତ ବିବାଦ ଲାଗି ରହିଥିଲା । ନିଧିରାମ ଏକାଦଶୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ସୁଯୋଗ ଅପେକ୍ଷାରେ ଥିଲେ । ଏସମ୍ପର୍କରେ ସଦର ଥାନାରେ ଏକାଦଶୀଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲେବି ପୋଲିସ ଘଟଣାକୁ ଗୁରୁତ୍ୱ ଦେଇନଥିଲା । ଫଳରେ ଏଭଳି ଏକ ହତ୍ୟା କାଣ୍ଡ ଘଟିଗଲା । ସଦର ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି । ହତ୍ୟାକାଣ୍ଡ ପରେ ଅପରାଧୀ ନିଧିରାମ ସ୍ୱାଇଁ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ହତ୍ୟାକାଣ୍ଡରେ ଜଡିତ ଅନ୍ୟ ଜଣେ ଅପରାଧୀ ସନ୍ତୋଷ ସ୍ୱାଇଁ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛିି ।

ସେହିପରି ଅନ୍ୟ ଏକ ଘଟଣାରେ ଗତ ୨ ତାରିଖ ପୋଇ ଗଛ ଲଗାକୁ କେନ୍ଦ୍ର କରି ପଟ୍ଟାମୁଣ୍ଡାଇ ସୋବଳା ଅଂଚଳରେ ବଡ଼ ଭାଇର ମାଡ଼ରେ ସାନ ଭାଇର ମୃତ୍ୟୁ ହୋଇଥିଲା । ଏହି ଦୁଇଟି ଘଟଣାରେ ପୂର୍ବରୁ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ହେଲେ ପୋଲିସ ଜମିବାଡ଼ି ବିବାଦ ହେତୁ ଘଟଣାକୁ ହାଲକା ନେବାରୁ ଦୁଇ ଦୁଇଟି ଜୀବନ ଗଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

https://www.thesakala.in/latest-odisha-news/kendrapara/the-dissident-was-beaten-to-death-with-a-stick/article-3480
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର