ବାତ୍ୟା ଜୱାଦ ପ୍ରଭାବରେ ଫସଲ କ୍ଷୟକ୍ଷତିର ଆକଳନ ପାଇଁ ବିଧାୟକଙ୍କ ସମୀକ୍ଷା, ୨୯ଟି ଟିମ ଗଠନ

The Sakala Picture
Published On

ରାଜନଗର: ବାତ୍ୟା ଜୱାଦ ପ୍ରଭାବରେ ରାଜନଗର ବ୍ଲକରେ ୩ଦିନ ହେଲା ଲଗାଣ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ଧନଜୀବନ ହାନି ହୋଇନଥିଲେ ମଧ୍ୟ ବ୍ୟାପକ ଫସଲ ହାନି ହୋଇଛି । ଚାଷୀକୂଳ ଫସଲ ଅମଳ କରି ଘରକୁ ନେବା ସମୟରେ ପ୍ରାକୃତିକ ଦୁର୍ବିପାକ ମେରୁଦଣ୍ଡ ଭାଙ୍ଗି ଦେଇଛି । ପ୍ରବଳ ବର୍ଷା ଯୋଗୁଁ ରାଜନଗର ଓ ପଟ୍ଟାମୁଣ୍ଡାଇ ବ୍ଲକର ସମସ୍ତ ପଂଚାୟତରେ ବ୍ୟାପକ ଫସଲ ହାନୀ ହୋଇଛି । ଚାଷ ଜମିରେ ପାଚିଲା ଧାନ […]

ରାଜନଗର: ବାତ୍ୟା ଜୱାଦ ପ୍ରଭାବରେ ରାଜନଗର ବ୍ଲକରେ ୩ଦିନ ହେଲା ଲଗାଣ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ଧନଜୀବନ ହାନି ହୋଇନଥିଲେ ମଧ୍ୟ ବ୍ୟାପକ ଫସଲ ହାନି ହୋଇଛି । ଚାଷୀକୂଳ ଫସଲ ଅମଳ କରି ଘରକୁ ନେବା ସମୟରେ ପ୍ରାକୃତିକ ଦୁର୍ବିପାକ ମେରୁଦଣ୍ଡ ଭାଙ୍ଗି ଦେଇଛି । ପ୍ରବଳ ବର୍ଷା ଯୋଗୁଁ ରାଜନଗର ଓ ପଟ୍ଟାମୁଣ୍ଡାଇ ବ୍ଲକର ସମସ୍ତ ପଂଚାୟତରେ ବ୍ୟାପକ ଫସଲ ହାନୀ ହୋଇଛି । ଚାଷ ଜମିରେ ପାଚିଲା ଧାନ ଫସଲ ଶୋଇଥିବା ବେଳେ ଫସଲ ଉପରେ ପାଣି ଜମି ରହିଛି । ଆଜି ରାଜନଗର ବିଧାୟକ ଧ୍ରୁବ ସାହୁ ରାଜନଗର ବ୍ଲକରେ ପହଁଚି ଉଜୁଡା କ୍ଷେତ ଦେଖିଛନ୍ତି । ଏହାପରେ ବ୍ଲକ କାର୍ୟ୍ୟାଳୟରେ ଚାଷୀଙ୍କୁ କିପରି ଫସଲ କ୍ଷୟକ୍ଷତିର ସହାୟତା ମିଳିବ ଓ ଫସଲ କ୍ଷୟକ୍ଷତିର ସର୍ଭେ କାମ ଶୀଘ୍ର କରାଯିବ, ସେ ନେଇ ସମୀକ୍ଷା କରିଥିଲେ ।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

ବୈଠକରେ ବିଡିଓ ରବିନ୍ଦ୍ର କୁମାର ପ୍ରଧାନ, ତହସିଲଦାର ଭୋଳାନାଥ ସେଠୀ, ସାଂସଦଙ୍କ ପ୍ରତିନିଧି ଅଶୋକ କୁମାର ପ୍ରତିହାରୀ, ସହକାରୀ ଯନ୍ତ୍ରୀ ଜଳଧର ବେହେରା, କନିଷ୍ଠଯନ୍ତ୍ରୀ ଦେବ ରଂଜନ ବେହେରାଙ୍କ ସହିତ କୃଷି ଓ ଉଦ୍ୟାନ କୃଷି ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ବର୍ଷା ଛାଡିବା କ୍ଷଣି ରାଜନଗର ବ୍ଲକରେ ଫସଲ କ୍ଷୟକ୍ଷତିର ସର୍ଭେ କରାଯିବ । ଗ୍ରାମୀଣ କୃଷି ନିରୀକ୍ଷକ, ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ୱ ନିରୀକ୍ଷକ, ପଂଚାୟତ ନିର୍ବାହୀ ଅଧିକାରୀଙ୍କ ନେଇ ୨୯ଟି ପଂଚାୟତ ପାଇଁ ୨୯ଟି ଟିମ ଗଠନ କରାଯିବ । ଏହାବାଦେ ବିଡିଓ, ତହସିଲଦାର, କୃଷି ଅଧିକାରୀ ବିଭିନ୍ନ ଅଂଚଳ ପରିଦର୍ଶନ କରି ଫସଲ କ୍ଷୟକ୍ଷତିର ଆକଳନ କରିବେ । ୭ଦିନ ଭିତରେ ୨୯ ପଂଚାୟତର ଖରିଫ ଧାନ ଫସଲର କ୍ଷୟକ୍ଷତି ତାଲିକା ପ୍ରସ୍ତୁତ କରାଯାଇ ଏସଆରସିଙ୍କୁ ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି ।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଏଥିସହ ରାଜନଗର ଓ ପଟ୍ଟାମୁଣ୍ଡାଇ ଅଂଚଳର ୮୦ଭାଗ ଲୋକେ କେବଳ ଖରିଫ ଧାନ ଫସଲ ଉପରେ ନିର୍ଭରଶୀଳ । ଚଳିତ ବର୍ଷ ଆରମ୍ଭରେ ମରୁଡିସ୍ଥିତି ଯୋଗୁଁ ଚାଷୀ ଖର୍ଚ୍ଚାନ୍ତ ହୋଇ ବିଳମ୍ବରେ ଚାଷ କରିଥିଲା । ନଭେମ୍ବରରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଫସଲ ଅମଳ ବିଳମ୍ବିତ ହୋଇଥିଲା । ଧାନବିଲ ଶୁଖି ନଥିବାରୁ ଫସଲ ଅମଳ ହୋଇପାରିନଥିଲା । ଫସଲ ଅମଳ ପୂର୍ବରୁ ବାତ୍ୟା ଜୱାଦ ସୁନାର ଫସଲକୁ ଉଜାଡି ଦେଇଛି । ରାଜନଗରର ଫସଲ କ୍ଷୟକ୍ଷତି ସଂପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଓ କୃଷି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଫସଲ କ୍ଷୟକ୍ଷତି ହୋଇଥିବା ଚାଷୀ ମାନଙ୍କୁ ସରକାରୀ ସହାୟତା ଯେଗାଇ ଦେବା ପାଇଁ ବିଧାୟକ ଶ୍ରୀ ସାହୁ ଦାବି କରିଛନ୍ତି ।

05 Dec 2021 By The Sakala

ବାତ୍ୟା ଜୱାଦ ପ୍ରଭାବରେ ଫସଲ କ୍ଷୟକ୍ଷତିର ଆକଳନ ପାଇଁ ବିଧାୟକଙ୍କ ସମୀକ୍ଷା, ୨୯ଟି ଟିମ ଗଠନ

ରାଜନଗର: ବାତ୍ୟା ଜୱାଦ ପ୍ରଭାବରେ ରାଜନଗର ବ୍ଲକରେ ୩ଦିନ ହେଲା ଲଗାଣ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ଧନଜୀବନ ହାନି ହୋଇନଥିଲେ ମଧ୍ୟ ବ୍ୟାପକ ଫସଲ ହାନି ହୋଇଛି । ଚାଷୀକୂଳ ଫସଲ ଅମଳ କରି ଘରକୁ ନେବା ସମୟରେ ପ୍ରାକୃତିକ ଦୁର୍ବିପାକ ମେରୁଦଣ୍ଡ ଭାଙ୍ଗି ଦେଇଛି । ପ୍ରବଳ ବର୍ଷା ଯୋଗୁଁ ରାଜନଗର ଓ ପଟ୍ଟାମୁଣ୍ଡାଇ ବ୍ଲକର ସମସ୍ତ ପଂଚାୟତରେ ବ୍ୟାପକ ଫସଲ ହାନୀ ହୋଇଛି । ଚାଷ ଜମିରେ ପାଚିଲା ଧାନ ଫସଲ ଶୋଇଥିବା ବେଳେ ଫସଲ ଉପରେ ପାଣି ଜମି ରହିଛି । ଆଜି ରାଜନଗର ବିଧାୟକ ଧ୍ରୁବ ସାହୁ ରାଜନଗର ବ୍ଲକରେ ପହଁଚି ଉଜୁଡା କ୍ଷେତ ଦେଖିଛନ୍ତି । ଏହାପରେ ବ୍ଲକ କାର୍ୟ୍ୟାଳୟରେ ଚାଷୀଙ୍କୁ କିପରି ଫସଲ କ୍ଷୟକ୍ଷତିର ସହାୟତା ମିଳିବ ଓ ଫସଲ କ୍ଷୟକ୍ଷତିର ସର୍ଭେ କାମ ଶୀଘ୍ର କରାଯିବ, ସେ ନେଇ ସମୀକ୍ଷା କରିଥିଲେ ।

ବୈଠକରେ ବିଡିଓ ରବିନ୍ଦ୍ର କୁମାର ପ୍ରଧାନ, ତହସିଲଦାର ଭୋଳାନାଥ ସେଠୀ, ସାଂସଦଙ୍କ ପ୍ରତିନିଧି ଅଶୋକ କୁମାର ପ୍ରତିହାରୀ, ସହକାରୀ ଯନ୍ତ୍ରୀ ଜଳଧର ବେହେରା, କନିଷ୍ଠଯନ୍ତ୍ରୀ ଦେବ ରଂଜନ ବେହେରାଙ୍କ ସହିତ କୃଷି ଓ ଉଦ୍ୟାନ କୃଷି ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ବର୍ଷା ଛାଡିବା କ୍ଷଣି ରାଜନଗର ବ୍ଲକରେ ଫସଲ କ୍ଷୟକ୍ଷତିର ସର୍ଭେ କରାଯିବ । ଗ୍ରାମୀଣ କୃଷି ନିରୀକ୍ଷକ, ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ୱ ନିରୀକ୍ଷକ, ପଂଚାୟତ ନିର୍ବାହୀ ଅଧିକାରୀଙ୍କ ନେଇ ୨୯ଟି ପଂଚାୟତ ପାଇଁ ୨୯ଟି ଟିମ ଗଠନ କରାଯିବ । ଏହାବାଦେ ବିଡିଓ, ତହସିଲଦାର, କୃଷି ଅଧିକାରୀ ବିଭିନ୍ନ ଅଂଚଳ ପରିଦର୍ଶନ କରି ଫସଲ କ୍ଷୟକ୍ଷତିର ଆକଳନ କରିବେ । ୭ଦିନ ଭିତରେ ୨୯ ପଂଚାୟତର ଖରିଫ ଧାନ ଫସଲର କ୍ଷୟକ୍ଷତି ତାଲିକା ପ୍ରସ୍ତୁତ କରାଯାଇ ଏସଆରସିଙ୍କୁ ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି ।

ଏଥିସହ ରାଜନଗର ଓ ପଟ୍ଟାମୁଣ୍ଡାଇ ଅଂଚଳର ୮୦ଭାଗ ଲୋକେ କେବଳ ଖରିଫ ଧାନ ଫସଲ ଉପରେ ନିର୍ଭରଶୀଳ । ଚଳିତ ବର୍ଷ ଆରମ୍ଭରେ ମରୁଡିସ୍ଥିତି ଯୋଗୁଁ ଚାଷୀ ଖର୍ଚ୍ଚାନ୍ତ ହୋଇ ବିଳମ୍ବରେ ଚାଷ କରିଥିଲା । ନଭେମ୍ବରରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଫସଲ ଅମଳ ବିଳମ୍ବିତ ହୋଇଥିଲା । ଧାନବିଲ ଶୁଖି ନଥିବାରୁ ଫସଲ ଅମଳ ହୋଇପାରିନଥିଲା । ଫସଲ ଅମଳ ପୂର୍ବରୁ ବାତ୍ୟା ଜୱାଦ ସୁନାର ଫସଲକୁ ଉଜାଡି ଦେଇଛି । ରାଜନଗରର ଫସଲ କ୍ଷୟକ୍ଷତି ସଂପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଓ କୃଷି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଫସଲ କ୍ଷୟକ୍ଷତି ହୋଇଥିବା ଚାଷୀ ମାନଙ୍କୁ ସରକାରୀ ସହାୟତା ଯେଗାଇ ଦେବା ପାଇଁ ବିଧାୟକ ଶ୍ରୀ ସାହୁ ଦାବି କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର