ଜେଲରେ ବିଚାରଧୀନ କଏଦୀଙ୍କ ଆତ୍ମହତ୍ୟା ମାମଲା: ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

The Sakala Picture
Published On

କେନ୍ଦ୍ରାପଡ଼ା: ଓଡ଼ିଶା ମାନବ ଅଧିକାର ଆୟୋଗ (ଓଏଚଆରସି) ୧୨ ମଇ ୨୦୧୮ରେ ଝାରପଡାସ୍ଥିତ ସ୍ୱତନ୍ତ୍ର ଜେଲରେ ଆତ୍ମହତ୍ୟା କରିଥିବା ଅଭିଯୋଗରେ ଜଣେ ବିଚାରଧିନ କଏଦୀ ଜିତେନ୍ଦ୍ର କୁମାର ବିଶ୍ବାଳଙ୍କ ସମ୍ପର୍କୀୟଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତି ଋତୁରାଜଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ଅଧିକାର କର୍ମୀ ପ୍ରବୀର କୁମାର ଦାସ ଏହି ଘଟଣାର ତଦନ୍ତ ତଥା ମୃତକଙ୍କ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ଦେବାକୁ ଅନୁରୋଧ କରି ମାନବାଧିକାର କମିଶନରେ ଆବେଦନ କରିଥିଲେ। ମାଜିଷ୍ଟେରିଆଲ […]

କେନ୍ଦ୍ରାପଡ଼ା: ଓଡ଼ିଶା ମାନବ ଅଧିକାର ଆୟୋଗ (ଓଏଚଆରସି) ୧୨ ମଇ ୨୦୧୮ରେ ଝାରପଡାସ୍ଥିତ ସ୍ୱତନ୍ତ୍ର ଜେଲରେ ଆତ୍ମହତ୍ୟା କରିଥିବା ଅଭିଯୋଗରେ ଜଣେ ବିଚାରଧିନ କଏଦୀ ଜିତେନ୍ଦ୍ର କୁମାର ବିଶ୍ବାଳଙ୍କ ସମ୍ପର୍କୀୟଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତି ଋତୁରାଜଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ଅଧିକାର କର୍ମୀ ପ୍ରବୀର କୁମାର ଦାସ ଏହି ଘଟଣାର ତଦନ୍ତ ତଥା ମୃତକଙ୍କ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ଦେବାକୁ ଅନୁରୋଧ କରି ମାନବାଧିକାର କମିଶନରେ ଆବେଦନ କରିଥିଲେ। ମାଜିଷ୍ଟେରିଆଲ ଅନୁସନ୍ଧାନ ବେଳେ ବିଶ୍ଵାଳ ମାନସିକ ଭାବେ ଚାପ ଗ୍ରସ୍ତ ଥିବା ଜଣାପଡିଥିଲା ​। ଏହି ସମୟରେ ଜେଲ କର୍ତ୍ତୃପକ୍ଷ କୌଣସି ଚିକିତ୍ସା କରି ନ ଥିବା ଜାଣିବାକୁ ମିଳିଥିଲା । ଏହାପରେ ମାନବାଧିକାର କମିଶନ ବିଶ୍ବାଳଙ୍କ ପିତା ଏବଂ ମାତାଙ୍କୁ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଏବଂ ତାଙ୍କ ପତ୍ନୀଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ କୁହାଯାଇଛି। ଏହି କ୍ଷତିପୂରଣ ରାଶି ଆସନ୍ତା ଦୁଇମାସ ମଧ୍ୟରେ ଦିଆଯିବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଚଳନ୍ତା ବାଇକ୍ ଉପରେ ପଡ଼ିଲା ଗଛ ଡାଳ, ଯୁବକଙ୍କ ପେଟରେ ପଶିଲା ଶୁଖିଲା କାଠ

ଝାରପଡା ସ୍ୱତନ୍ତ୍ର ଜେଲର ଜଣେ ଅନ୍ତେବାସୀ ୨୦୧୮ ମସିହା ମଇ ୧୨ ତାରିଖ ଶନିବାର ସକାଳେ ବାଥରୁମ ଛାତରୁ ଟାଙ୍ଗି ହୋଇ ଆତ୍ମହତ୍ୟା କରିଥିଲେ। ଏକ ଠକେଇ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ସାତ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ମୃତ ଜିତେନ୍ଦ୍ର ବିଶ୍ବାଳ ବାଥରୁମରେ ତାଙ୍କ ବେକରେ ଟାୱେଲ ବନ୍ଧା ହୋଇ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଥିଲା । ସେ ୱାର୍ଡ ୧୧ରେ ଥିବା ୪୬ ଅନ୍ତେବାସୀଙ୍କ ସହ ରହୁଥିଲେ। ତାଙ୍କର ପରିବାର ସହିତ ଭଲ ସମ୍ପର୍କ ରଖି ନ ଥିବାରୁ ସେ ମାନସିକ ଚାପରେ ଥିଲେ ବୋଲି ଜାଣିବାକୁ ମିଳିଥିଲା। ଜିତେନ୍ଦ୍ରଙ୍କ ବିରୋଧରେ ବଳାତ୍କାର ଆଉ ଠକେଇ ଭଳି ଦୁଇଟି ମାମଲା ମଧ୍ୟ ପଞ୍ଜୀକୃତ ହୋଇଥିଲା । ଠକେଇ ମାମଲାରେ ସେ ଏକ ନକଲି କଲେଜ ଖୋଲି ଛାତ୍ରମାନଙ୍କଠାରୁ ବିପୁଳ ଟଙ୍କା ନେଇ ଆଡମିଶନ କରିବାକୁ ପ୍ରତିଶୃତି ଦେଇଥିବା ନେଇ ଅଭିଯୋଗ ହୋଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର