ଛାତରୁ ପଡି ହାବିଲଦାରଙ୍କ ମୃତ୍ୟୁ
କେନ୍ଦ୍ରାପଡ଼ା: ଛାତରୁ ପଡି ଜଣେ ହାବିଲଦାରଙ୍କ ମୃତ୍ୟୁ ଘଟିଛି। ଏକ ବିବାହ ଭୋଜିରେ ଯୋଗ ଦେବାକୁ ହୋଟେଲକୁ ଯାଇଥିଲେ ହାବିଲଦାର ସମରା ଲାକ୍ରା । ସେ ହୋଟେଲ ଛାତ ଉପରେ ଖାଇବାକୁ ଅପେକ୍ଷା କରିଥିଲେ। ଛାତ ବାଡ଼ା ନିକଟରେ ବସିଥିଲେ। ଏହାର କିଛି ସମୟ ପରେ ତଳେ ପଡି ଯାଇଥିଲେ। ଏହାପରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ମୃତ ହାବିଲଦାର ଲାକ୍ରାଙ୍କ ଘର ସୁନ୍ଦରଗଡରେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, କେନ୍ଦ୍ରାପଡା ସହରର […]
କେନ୍ଦ୍ରାପଡ଼ା: ଛାତରୁ ପଡି ଜଣେ ହାବିଲଦାରଙ୍କ ମୃତ୍ୟୁ ଘଟିଛି। ଏକ ବିବାହ ଭୋଜିରେ ଯୋଗ ଦେବାକୁ ହୋଟେଲକୁ ଯାଇଥିଲେ ହାବିଲଦାର ସମରା ଲାକ୍ରା । ସେ ହୋଟେଲ ଛାତ ଉପରେ ଖାଇବାକୁ ଅପେକ୍ଷା କରିଥିଲେ। ଛାତ ବାଡ଼ା ନିକଟରେ ବସିଥିଲେ। ଏହାର କିଛି ସମୟ ପରେ ତଳେ ପଡି ଯାଇଥିଲେ। ଏହାପରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ମୃତ ହାବିଲଦାର ଲାକ୍ରାଙ୍କ ଘର ସୁନ୍ଦରଗଡରେ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, କେନ୍ଦ୍ରାପଡା ସହରର ଗୋବରୀ ନଦୀ ବାଇପାସ ରାସ୍ତାର ରଣପଡାସ୍ଥିତ ହୋଟେଲ ଗ୍ରାଣ୍ଡ ମୟୁରୀରେ ରବିବାର ବିଳମ୍ବିତ ରାତିରେ ହାବିଲଦାର ସମରା ଲାକ୍ରା ବିବାହ ଭୋଜିରେ ଯୋଗଦେବାକୁ ଆସିଥିଲେ। ହୋଟେଲର ଛାତବାଡା ଉପରେ ବସିଥିବା ବେଳେ ଅସାବଧାନତା ହେତୁ ସେ ତଳକୁ ଖସିପଡିଥିଲେ । ତାଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏସମ୍ପର୍କରେ ଖବର ପାଇ ଟାଉନ ଥାନା ଇନସପେକ୍ଟର ଗୈାରାଙ୍ଗ ଚରଣ ପୃଷ୍ଟି ଓ କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିବା ସହ ବିଭିନ୍ନ ଲୋକଙ୍କୁ ପଚରାଉଚୁରା କରିଛନ୍ତି । ଟାଉନ ଥାନା ପୁଲିସ ଶବ ଜବତ କରି ବ୍ୟବଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି । ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକରଙ୍କ ନିର୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଗାଡିରେ ସ୍ୱର୍ଗତ ଲାକ୍ରାଙ୍କ ଶବକୁ ପରିବାର ସହ ତାଙ୍କ ଜନ୍ମସ୍ଥାନ ସୁନ୍ଦରଗଡକୁ ପଠାଇ ଦିଆଯାଇଥିବା ଏସଡିପିଓ ଶ୍ରୀ ପଣ୍ଡାଙ୍କ ଠାରୁ ସୂଚନା ମିଳିଛି ।






