ମାର୍ଶାଘାଇ ପୋଲିସର ସଫଳତା: ଜାତୀୟ ରାଜପଥରୁ ତୈଳଗାଡି ଲୁଟ୍ ରାକେଟ୍‌ର ପର୍ଦ୍ଦାଫାସ୍, ୫ ଗିରଫ

The Sakala Picture
Published On

ମାର୍ଶାଘାଇ/ମହାକାଳପଡା: ପାରାଦୀପରୁ ତୈଳ ବୋଝେଇ କରି ବିଭିନ୍ନ ତୈଳ ଟାଙ୍କିକୁ ନେଇଯାଉଥିବା ତୈଳ(ପେଟ୍ରୋଲ ଏବଂ ଡିଜେଲ)ଗାଡିକୁ ଲୁଟ୍ କରିନେଇ ସେଥିରୁ ତୈଳ ଚୋରିକରି ନେଇ ବିକ୍ରି କରୁଥିବା ଏକ ରାକେଟ୍ ର ପର୍ଦ୍ଦାଫାସ୍ କରିବା ସହିତ ୫ଜଣଙ୍କୁ ମାର୍ଶାଘାଇ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ବୁଧବାର ପ୍ରେସମିଟ୍ କରି କେନ୍ଦ୍ରାପଡା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସଂଦିପ ମଦ୍‌କର ସଂପଦ୍ ମାର୍ଶାଘାଇ ପୋଲିସର ସଫଳତା ସଂପର୍କରେ ସୂଚନା ଦେଇଛନ୍ତି । କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା, […]

ମାର୍ଶାଘାଇ/ମହାକାଳପଡା: ପାରାଦୀପରୁ ତୈଳ ବୋଝେଇ କରି ବିଭିନ୍ନ ତୈଳ ଟାଙ୍କିକୁ ନେଇଯାଉଥିବା ତୈଳ(ପେଟ୍ରୋଲ ଏବଂ ଡିଜେଲ)ଗାଡିକୁ ଲୁଟ୍ କରିନେଇ ସେଥିରୁ ତୈଳ ଚୋରିକରି ନେଇ ବିକ୍ରି କରୁଥିବା ଏକ ରାକେଟ୍ ର ପର୍ଦ୍ଦାଫାସ୍ କରିବା ସହିତ ୫ଜଣଙ୍କୁ ମାର୍ଶାଘାଇ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ବୁଧବାର ପ୍ରେସମିଟ୍ କରି କେନ୍ଦ୍ରାପଡା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସଂଦିପ ମଦ୍‌କର ସଂପଦ୍ ମାର୍ଶାଘାଇ ପୋଲିସର ସଫଳତା ସଂପର୍କରେ ସୂଚନା ଦେଇଛନ୍ତି । କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା, ମାର୍ଶାଘାଇ ଥାନାଧିକାରୀ ପ୍ରଦୀପ୍ତ କିଶୋର କାନୁନଗୋ ମଧ୍ୟ ଏହି ପ୍ରେସମିଟ୍‌ରେ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଗାଧୋଇବା ହେଲା କାଳ, ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

ଘଟଣାରୁ ପ୍ରକାଶ ଯେ,ଶନିବାର ରାତି ପ୍ରାୟ ସାଢେ ୧୦ଟା ସମୟରେ ପାରାଦୀପରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଏକ ତୈଳ(ଡିଜେଲ୍‌) ବୋଝେଇ ଗାଡି(ଓଡି୦୫ଭି-୧୭୬୫)କୁ ମହାକାଳପଡା ବ୍ଲକ ତଥା ମାର୍ଶାଘାଇ ଥାନା ଅଧିନ ଯଦୁପୁରଗଡା ନିକଟରେ ୬ ଜଣ ଦୁର୍ବୃତ୍ତ ଡ୍ରାଇଭରକୁ ମାଡମାରି ୧୦ ହଜାର ଲିଟର ଡିଜେଲ ଚୋରିକରି ନେଇଯାଇଥିଲେ। ତୈଳଗାଡି ଡ୍ରାଇଭରକୁ ମାଡମାରି ଲୁଟେରାମାନେ ଏକ ବୋଲେରୋ ଗାଡିରେ ଅଟକ ରଖିଥିଲେ। ଡିଜେଲ ଲୁଟ୍ କରିବା ପରେ ବିଳମ୍ବିତ ରାତିରେ ଦୁହୁରିଆ ପାଖରେ ତୈଳଗାଡି ସହିତ ଡ୍ରାଇଭରକୁ ଛାଡିଦେଇ ପଳାଇ ଯାଇଥିଲେ। କଟକ ସିଡିଏରେ ରହୁଥିବା ତୈଳଗାଡିର ମାଲିକ ଅମିତ୍ ସାହୁଙ୍କୁ ଡ୍ରାଇଭର ଜଣାଇବା ପରେ ମାଲିକ ଶ୍ରୀ ସାହୁ ମାର୍ଶାଘାଇ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ୩୫୧/୧୬.୮.୨୦୨୧ ରେ ମାମଲା ରୁଜୁ କରି ଜିଲ୍ଲା ସ୍ପେଶାଲ ସ୍କ୍ୱାର୍ଡରେ କାର୍ଯ୍ଯକରି ଅଭିଜ୍ଞତା ହାସଲ କରିଥିବା ମାର୍ଶାଘାଇ ଥାନାର ନବନିଯୁକ୍ତ ଥାନାଧିକାରୀ ପ୍ରଦୀପ୍ତ କିଶୋର କାନୁନଗୋ ଲୁଟେରାମାନଙ୍କୁ ଗିରଫ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଅଭିଯୋଗ ହେବାର ୨୪ ଘଣ୍ଟା ଭିତରେ ୫ଜଣଙ୍କୁ ଗିରଫ କରିବା ସହିତ ଲୁଟରେ ବ୍ୟବହୃତ କରୁଥିବା ଧଳାରଙ୍ଗର ମହିନ୍ଦ୍ରା ବୋଲେରୋ ଗାଡି, ହୋଣ୍ଡା ଆମେଜ୍ କାର୍‌,ଏକ ହିରୋହୋଣ୍ଡା ବାଇକ୍‌, ଏକ ବଜାଜ୍ ପଲ୍‌ସର୍ ବାଇକ୍‌, ଏକ ରୟାଲ ଏନଫିଲ୍ଡ ବୁଲେଟ୍ ଗାଡି ସହିତ ୭,୬୩୫ ଲିଟର ଡିଜେଲ, ୫୩,୨୦୦ ଟଙ୍କା, ୩୩ଟି ପ୍ଲାଷ୍ଟିକ କଣ୍ଟେନର , ୯ ଟି ପ୍ଲାଷ୍ଟିକ୍ ଜାର୍‌, ୪ଟି ପ୍ଲାଷ୍ଟିକ ହଲୋପାଇପ୍‌, ୭ଟି ଚାବି, ୬ଟି ମୋବାଇଲ୍ ଏବଂ ବିପିସିଏଲ କମ୍ପାନୀ ଡିଜାଇନ୍‌ର ସାର୍ଟ ଜବତ କରିଛି । ଗିରଫ ଲୁଟେରାମାନେ ହେଲେ ପାଟକୁରା ମହମୁଦା ଗ୍ରାମର ବିଳାସ ଚନ୍ଦ୍ର ସ୍ୱାଇଁ(୪୮), ପାରାଦୀପ ବାଲିଡିହାର ମୁନା ଓରଫ୍ ରାଜା ଓରଫ୍ ରାକେଶ ରୋସନ ପ୍ରଧାନ(୨୧), ପାରାଦୀପର ବଳିଆ ଓରଫ୍ ବଳରାମ ବେହେରା(୨୭),  ପାରାଦୀପ ଗଡର ବଳିଆ ଓରଫ୍ ବଳରାମ ବାରିକ(୨୪) ଏବଂ କୁଜଙ୍ଗ କଣ୍ଡରାଡିହାର ନିବାସ ବେହେରା (୨୭) ବୋଲି ପୋଲିସ ସୂଚନା ଦେଇଛି ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

18 Aug 2021 By The Sakala

ମାର୍ଶାଘାଇ ପୋଲିସର ସଫଳତା: ଜାତୀୟ ରାଜପଥରୁ ତୈଳଗାଡି ଲୁଟ୍ ରାକେଟ୍‌ର ପର୍ଦ୍ଦାଫାସ୍, ୫ ଗିରଫ

ମାର୍ଶାଘାଇ/ମହାକାଳପଡା: ପାରାଦୀପରୁ ତୈଳ ବୋଝେଇ କରି ବିଭିନ୍ନ ତୈଳ ଟାଙ୍କିକୁ ନେଇଯାଉଥିବା ତୈଳ(ପେଟ୍ରୋଲ ଏବଂ ଡିଜେଲ)ଗାଡିକୁ ଲୁଟ୍ କରିନେଇ ସେଥିରୁ ତୈଳ ଚୋରିକରି ନେଇ ବିକ୍ରି କରୁଥିବା ଏକ ରାକେଟ୍ ର ପର୍ଦ୍ଦାଫାସ୍ କରିବା ସହିତ ୫ଜଣଙ୍କୁ ମାର୍ଶାଘାଇ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ବୁଧବାର ପ୍ରେସମିଟ୍ କରି କେନ୍ଦ୍ରାପଡା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସଂଦିପ ମଦ୍‌କର ସଂପଦ୍ ମାର୍ଶାଘାଇ ପୋଲିସର ସଫଳତା ସଂପର୍କରେ ସୂଚନା ଦେଇଛନ୍ତି । କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା, ମାର୍ଶାଘାଇ ଥାନାଧିକାରୀ ପ୍ରଦୀପ୍ତ କିଶୋର କାନୁନଗୋ ମଧ୍ୟ ଏହି ପ୍ରେସମିଟ୍‌ରେ ଉପସ୍ଥିତ ଥିଲେ।

ଘଟଣାରୁ ପ୍ରକାଶ ଯେ,ଶନିବାର ରାତି ପ୍ରାୟ ସାଢେ ୧୦ଟା ସମୟରେ ପାରାଦୀପରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଏକ ତୈଳ(ଡିଜେଲ୍‌) ବୋଝେଇ ଗାଡି(ଓଡି୦୫ଭି-୧୭୬୫)କୁ ମହାକାଳପଡା ବ୍ଲକ ତଥା ମାର୍ଶାଘାଇ ଥାନା ଅଧିନ ଯଦୁପୁରଗଡା ନିକଟରେ ୬ ଜଣ ଦୁର୍ବୃତ୍ତ ଡ୍ରାଇଭରକୁ ମାଡମାରି ୧୦ ହଜାର ଲିଟର ଡିଜେଲ ଚୋରିକରି ନେଇଯାଇଥିଲେ। ତୈଳଗାଡି ଡ୍ରାଇଭରକୁ ମାଡମାରି ଲୁଟେରାମାନେ ଏକ ବୋଲେରୋ ଗାଡିରେ ଅଟକ ରଖିଥିଲେ। ଡିଜେଲ ଲୁଟ୍ କରିବା ପରେ ବିଳମ୍ବିତ ରାତିରେ ଦୁହୁରିଆ ପାଖରେ ତୈଳଗାଡି ସହିତ ଡ୍ରାଇଭରକୁ ଛାଡିଦେଇ ପଳାଇ ଯାଇଥିଲେ। କଟକ ସିଡିଏରେ ରହୁଥିବା ତୈଳଗାଡିର ମାଲିକ ଅମିତ୍ ସାହୁଙ୍କୁ ଡ୍ରାଇଭର ଜଣାଇବା ପରେ ମାଲିକ ଶ୍ରୀ ସାହୁ ମାର୍ଶାଘାଇ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ୩୫୧/୧୬.୮.୨୦୨୧ ରେ ମାମଲା ରୁଜୁ କରି ଜିଲ୍ଲା ସ୍ପେଶାଲ ସ୍କ୍ୱାର୍ଡରେ କାର୍ଯ୍ଯକରି ଅଭିଜ୍ଞତା ହାସଲ କରିଥିବା ମାର୍ଶାଘାଇ ଥାନାର ନବନିଯୁକ୍ତ ଥାନାଧିକାରୀ ପ୍ରଦୀପ୍ତ କିଶୋର କାନୁନଗୋ ଲୁଟେରାମାନଙ୍କୁ ଗିରଫ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ।

ଅଭିଯୋଗ ହେବାର ୨୪ ଘଣ୍ଟା ଭିତରେ ୫ଜଣଙ୍କୁ ଗିରଫ କରିବା ସହିତ ଲୁଟରେ ବ୍ୟବହୃତ କରୁଥିବା ଧଳାରଙ୍ଗର ମହିନ୍ଦ୍ରା ବୋଲେରୋ ଗାଡି, ହୋଣ୍ଡା ଆମେଜ୍ କାର୍‌,ଏକ ହିରୋହୋଣ୍ଡା ବାଇକ୍‌, ଏକ ବଜାଜ୍ ପଲ୍‌ସର୍ ବାଇକ୍‌, ଏକ ରୟାଲ ଏନଫିଲ୍ଡ ବୁଲେଟ୍ ଗାଡି ସହିତ ୭,୬୩୫ ଲିଟର ଡିଜେଲ, ୫୩,୨୦୦ ଟଙ୍କା, ୩୩ଟି ପ୍ଲାଷ୍ଟିକ କଣ୍ଟେନର , ୯ ଟି ପ୍ଲାଷ୍ଟିକ୍ ଜାର୍‌, ୪ଟି ପ୍ଲାଷ୍ଟିକ ହଲୋପାଇପ୍‌, ୭ଟି ଚାବି, ୬ଟି ମୋବାଇଲ୍ ଏବଂ ବିପିସିଏଲ କମ୍ପାନୀ ଡିଜାଇନ୍‌ର ସାର୍ଟ ଜବତ କରିଛି । ଗିରଫ ଲୁଟେରାମାନେ ହେଲେ ପାଟକୁରା ମହମୁଦା ଗ୍ରାମର ବିଳାସ ଚନ୍ଦ୍ର ସ୍ୱାଇଁ(୪୮), ପାରାଦୀପ ବାଲିଡିହାର ମୁନା ଓରଫ୍ ରାଜା ଓରଫ୍ ରାକେଶ ରୋସନ ପ୍ରଧାନ(୨୧), ପାରାଦୀପର ବଳିଆ ଓରଫ୍ ବଳରାମ ବେହେରା(୨୭),  ପାରାଦୀପ ଗଡର ବଳିଆ ଓରଫ୍ ବଳରାମ ବାରିକ(୨୪) ଏବଂ କୁଜଙ୍ଗ କଣ୍ଡରାଡିହାର ନିବାସ ବେହେରା (୨୭) ବୋଲି ପୋଲିସ ସୂଚନା ଦେଇଛି ।

https://www.thesakala.in/latest-odisha-news/kendrapara/five-people-were-arrested-in-connection-with-the-robbery-on-a-national-highway/article-4706
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର