ଶବ ସତ୍କାର ସାରି ଫେରୁଥିବା ବେଳେ ବାଟରେ ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା; ଜଣେ ମୃତ, ୪ ଗୁରୁତର

The Sakala Picture
Published On

କେନ୍ଦ୍ରାପଡା: ସଂପର୍କୀୟଙ୍କ ଶବ ସତ୍କାର ସାରି ପୁରୀରୁ ଫେରୁଥିବା ବାଟରେ ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । କଟକ-ଚାନ୍ଦବାଲି ରାସ୍ତାର ଆଳି ଭୁଇଁପୁରଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଗୁରୁତରଙ୍କୁ ଉଦ୍ଧାର କରି ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା କୋଇଲିପୁର […]

କେନ୍ଦ୍ରାପଡା: ସଂପର୍କୀୟଙ୍କ ଶବ ସତ୍କାର ସାରି ପୁରୀରୁ ଫେରୁଥିବା ବାଟରେ ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । କଟକ-ଚାନ୍ଦବାଲି ରାସ୍ତାର ଆଳି ଭୁଇଁପୁରଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଗୁରୁତରଙ୍କୁ ଉଦ୍ଧାର କରି ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା କୋଇଲିପୁର ଗାଁର ନିରାକାର ବେହେରାଙ୍କ ପତ୍ନୀ ଜୟନ୍ତୀ ବେହେରାଙ୍କର ଗତକାଲି ପରଲୋକ ହୋଇଥିଲା। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶବ ସତ୍କାର ହୋଇଥିଲା। ସଂପର୍କୀୟମାନେ ଶବ ସତ୍କାର ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଭୁଇଁପୁର ଛକ ନିକଟ ରାସ୍ତା କଡ଼ରେ ଏକ ଟ୍ରକ୍ ଛିଡ଼ା ହୋଇଥିବା ବେଳେ କଟକ ପଟରୁ ଦ୍ରୁତ ଗତିରେ ଅଲ୍ଟୋ କାର୍‌ଟି ତା’ ପଛରେ ପିଟି ହୋଇଥିଲା। ଯାହାଫଳରେ ଗାଡିରେ ଥିବା ୫ଜଣ ଗୁରୁତର ହୋଇଥିଲେ । ହସ୍ପିଟାଲରେ ଜଣେ ମୃତ୍ୟୁବରଣ କରିଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର