ଧୂପକାଠି କାରଖାନା କରିଛି ସ୍ୱାବଲମ୍ବୀ, ସୁରଟ ପ୍ରବାସୀ ଏବେ ଗାଁରେ ରୋଜଗାର କ୍ଷମ

The Sakala Picture
Published On

କେନ୍ଦ୍ରାପଡା: ଦୃଢ଼ ଇଛାଶକ୍ତି ବଳରେ ଜଣେ ମହିଳା ଆଜି ନିଜେ ସ୍ୱାବଲମ୍ବୀ ହେବା ସହ ସୁରଟରେ ରହୁଥିବା ନିଜ ସ୍ୱାମୀକୁ ନିଜ ଅଞ୍ଚଳରେ ରୋଜଗାର କ୍ଷମ କରାଇପାରିଛନ୍ତି। ଏଥସହ ନିଜ ଅଞ୍ଚଳରେ ରହୁଥିବା ଲୋକଙ୍କୁ ମଧ୍ଯ ରୋଜଗାର ଦେଇଛନ୍ତି। ଜଣେ ମହିଳା ନିଜ ପରିବାର ସଦସ୍ୟଙ୍କୁ ନେଇ ଗାଁର ଅନ୍ୟ କେତେଜଣ ମହିଳାଙ୍କ ସହାୟତାରେ ଗାଁର ଅର୍ଥନୀତିକୁ ସୁଦୃଢ କରିବାକୁ ପ୍ରୟାସ କରିଛନ୍ତି। ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ନଇନ୍ଦୀପୁର ଅଂଚଳର ଝୁଲଣା ସ୍ବାଇଁଙ୍କ […]

କେନ୍ଦ୍ରାପଡା: ଦୃଢ଼ ଇଛାଶକ୍ତି ବଳରେ ଜଣେ ମହିଳା ଆଜି ନିଜେ ସ୍ୱାବଲମ୍ବୀ ହେବା ସହ ସୁରଟରେ ରହୁଥିବା ନିଜ ସ୍ୱାମୀକୁ ନିଜ ଅଞ୍ଚଳରେ ରୋଜଗାର କ୍ଷମ କରାଇପାରିଛନ୍ତି। ଏଥସହ ନିଜ ଅଞ୍ଚଳରେ ରହୁଥିବା ଲୋକଙ୍କୁ ମଧ୍ଯ ରୋଜଗାର ଦେଇଛନ୍ତି। ଜଣେ ମହିଳା ନିଜ ପରିବାର ସଦସ୍ୟଙ୍କୁ ନେଇ ଗାଁର ଅନ୍ୟ କେତେଜଣ ମହିଳାଙ୍କ ସହାୟତାରେ ଗାଁର ଅର୍ଥନୀତିକୁ ସୁଦୃଢ କରିବାକୁ ପ୍ରୟାସ କରିଛନ୍ତି। ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ନଇନ୍ଦୀପୁର ଅଂଚଳର ଝୁଲଣା ସ୍ବାଇଁଙ୍କ କଥା।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

ଝୁଲଣା ନିଜେ ବିଭିନ୍ନ ଗୋଷ୍ଠୀରୁ ଋଣ ଆଣି କାରଖାନା କରିଛନ୍ତି। ଗୋଷ୍ଠିରୁ ସମୁଦାୟ ଦେଢ଼ ଲକ୍ଷ ଟଙ୍କା ୩ ପ୍ରତିଶତ ସୁଧକୁ ଆଣି ଏହି ଧୂପକାଠି କାରଖାନା ଆରମ୍ଭ କରିଛନ୍ତି। ଝୁଲଣାଙ୍କ ସ୍ୱାମୀ ଗୁଜୁରାଟରେ ଏକ କପଡା ୟୁନିଟରେ କାମ କରୁଥିଲେ। ଗତ ୨୨ ବର୍ଷ ହେଲା ସେ କପଡା କାରଖାନାରେ ମାତ୍ର ୧୫ ହଜାର ଟଙ୍କା ଦରମାରେ କାର୍ଯ୍ୟ କରୁଥିଲେ। ହେଲେ କରୋନା ମହାମାରୀ ଯୋଗୁ ସେ ଘରକୁ ପଳାଇ ଆସିଥିଲେ। ଆଉ ଏଠାରେ ଶରୀର ଅସୁସ୍ଥ ହୋଇଗଲା । ରୋଜଗାରର ସବୁ ରାସ୍ତା ବନ୍ଦ ହୋଇଗଲା। ପରିବାର ଚଳିବା କଷ୍ଟକର ହୋଇପଡିଲା। ତେବେ ଝୁଲଣା ତାଙ୍କ ସ୍ୱାମୀ ଅଧିରଙ୍କୁ ଆଉ ବାହାରକୁ ଯିବାକୁ ମନାକଲେ। ଆଉ ବିଭିନ୍ନ ଗୋଷ୍ଠିରୁ ଋଣ ଆଣି ଧୂପକାଠି ତିଆରି ମେସିନ କିଣିକି ଆଣିବାକୁ କହିଲେ। ସ୍ୱାମୀ ଅଧିର ସ୍ୱାଇଁ ଭୁବନେଶ୍ୱର ଯାଇ ୧ ଲକ୍ଷ ୨୦ ହଜାର ଦେଇ ମେସିନ ଆଣିଲେ। ତେବେ ସ୍ୱାମୀ ସ୍ତ୍ରୀ ଦୁହେଁ ମିଶି ଧୂପକାଠି ତିଆରି ଆରମ୍ଭ କରିଛନ୍ତି।  ଆଉ ପାଖଆଖ ମହିଳାଙ୍କୁ ମଧ୍ୟ ଏଥିରେ ସାମିଲ କରିଛନ୍ତି। ସବୁ ଖର୍ଚ୍ଚ ଯାଇ ଏବେ ମାସକୁ ୧୫ ହଜାର ଟଙ୍କା ଲାଭ ହେବ ବୋଲି ଝୁଲଣା କହିଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ତେବେ ଏହି ଧୂପକାଠି ସଂସ୍ଥା ବଢ଼େଇବାକୁ କିଛି ସରକାରୀ ସହାୟତା ମିଳିପାରିଲେ ଆହୁରି ବଢ଼ି ପାରିବ ବୋଲି ଦମ୍ପତି କହିଛନ୍ତି। ସରକାରୀ ସହାୟତା ମିଳିଲେ ସେମାନେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କୁ ଆହୁରି ରୋଜଗାର ଦେଇପାରିବେ। ହାତ ପାହାନ୍ତାରେ ଧୂପକାଠି ତିଆରି ହେଉଥିବାରୁ ବେଶ କମ ଦାମରେ ମିଳିଯାଉଛି। ତେବେ ଏହି ଧୂପକାଠି କିଣିବାକୁ ଲୋକଙ୍କ ଆଗ୍ରହ ଦେଖିବାକୁ ମିଳୁଛି। ଆହୁରି ମଧ୍ୟ
ନିକଟସ୍ଥ ବଜାରରେ ଧୂପକାଠି ବିକ୍ରି କରି ନିଜେ ଓ ଅନ୍ୟମାନଙ୍କ ପରିବାରକୁ ଦୁଇ ପଇସା ରୋଜଗାର କରେଇବାର ବାଟ ଦେଖାଇଛନ୍ତି ଝୁଲଣା।  ତାଛଡା ଧୂପକାଠି କାରଖାନା ଅଞ୍ଚଳର ଅର୍ଥନୀତିକୁ ମଧ୍ୟ ସୁଦୃଢ କରିବାରେ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।

26 Mar 2021 By The Sakala

ଧୂପକାଠି କାରଖାନା କରିଛି ସ୍ୱାବଲମ୍ବୀ, ସୁରଟ ପ୍ରବାସୀ ଏବେ ଗାଁରେ ରୋଜଗାର କ୍ଷମ

କେନ୍ଦ୍ରାପଡା: ଦୃଢ଼ ଇଛାଶକ୍ତି ବଳରେ ଜଣେ ମହିଳା ଆଜି ନିଜେ ସ୍ୱାବଲମ୍ବୀ ହେବା ସହ ସୁରଟରେ ରହୁଥିବା ନିଜ ସ୍ୱାମୀକୁ ନିଜ ଅଞ୍ଚଳରେ ରୋଜଗାର କ୍ଷମ କରାଇପାରିଛନ୍ତି। ଏଥସହ ନିଜ ଅଞ୍ଚଳରେ ରହୁଥିବା ଲୋକଙ୍କୁ ମଧ୍ଯ ରୋଜଗାର ଦେଇଛନ୍ତି। ଜଣେ ମହିଳା ନିଜ ପରିବାର ସଦସ୍ୟଙ୍କୁ ନେଇ ଗାଁର ଅନ୍ୟ କେତେଜଣ ମହିଳାଙ୍କ ସହାୟତାରେ ଗାଁର ଅର୍ଥନୀତିକୁ ସୁଦୃଢ କରିବାକୁ ପ୍ରୟାସ କରିଛନ୍ତି। ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ନଇନ୍ଦୀପୁର ଅଂଚଳର ଝୁଲଣା ସ୍ବାଇଁଙ୍କ କଥା।

ଝୁଲଣା ନିଜେ ବିଭିନ୍ନ ଗୋଷ୍ଠୀରୁ ଋଣ ଆଣି କାରଖାନା କରିଛନ୍ତି। ଗୋଷ୍ଠିରୁ ସମୁଦାୟ ଦେଢ଼ ଲକ୍ଷ ଟଙ୍କା ୩ ପ୍ରତିଶତ ସୁଧକୁ ଆଣି ଏହି ଧୂପକାଠି କାରଖାନା ଆରମ୍ଭ କରିଛନ୍ତି। ଝୁଲଣାଙ୍କ ସ୍ୱାମୀ ଗୁଜୁରାଟରେ ଏକ କପଡା ୟୁନିଟରେ କାମ କରୁଥିଲେ। ଗତ ୨୨ ବର୍ଷ ହେଲା ସେ କପଡା କାରଖାନାରେ ମାତ୍ର ୧୫ ହଜାର ଟଙ୍କା ଦରମାରେ କାର୍ଯ୍ୟ କରୁଥିଲେ। ହେଲେ କରୋନା ମହାମାରୀ ଯୋଗୁ ସେ ଘରକୁ ପଳାଇ ଆସିଥିଲେ। ଆଉ ଏଠାରେ ଶରୀର ଅସୁସ୍ଥ ହୋଇଗଲା । ରୋଜଗାରର ସବୁ ରାସ୍ତା ବନ୍ଦ ହୋଇଗଲା। ପରିବାର ଚଳିବା କଷ୍ଟକର ହୋଇପଡିଲା। ତେବେ ଝୁଲଣା ତାଙ୍କ ସ୍ୱାମୀ ଅଧିରଙ୍କୁ ଆଉ ବାହାରକୁ ଯିବାକୁ ମନାକଲେ। ଆଉ ବିଭିନ୍ନ ଗୋଷ୍ଠିରୁ ଋଣ ଆଣି ଧୂପକାଠି ତିଆରି ମେସିନ କିଣିକି ଆଣିବାକୁ କହିଲେ। ସ୍ୱାମୀ ଅଧିର ସ୍ୱାଇଁ ଭୁବନେଶ୍ୱର ଯାଇ ୧ ଲକ୍ଷ ୨୦ ହଜାର ଦେଇ ମେସିନ ଆଣିଲେ। ତେବେ ସ୍ୱାମୀ ସ୍ତ୍ରୀ ଦୁହେଁ ମିଶି ଧୂପକାଠି ତିଆରି ଆରମ୍ଭ କରିଛନ୍ତି।  ଆଉ ପାଖଆଖ ମହିଳାଙ୍କୁ ମଧ୍ୟ ଏଥିରେ ସାମିଲ କରିଛନ୍ତି। ସବୁ ଖର୍ଚ୍ଚ ଯାଇ ଏବେ ମାସକୁ ୧୫ ହଜାର ଟଙ୍କା ଲାଭ ହେବ ବୋଲି ଝୁଲଣା କହିଛନ୍ତି।

ତେବେ ଏହି ଧୂପକାଠି ସଂସ୍ଥା ବଢ଼େଇବାକୁ କିଛି ସରକାରୀ ସହାୟତା ମିଳିପାରିଲେ ଆହୁରି ବଢ଼ି ପାରିବ ବୋଲି ଦମ୍ପତି କହିଛନ୍ତି। ସରକାରୀ ସହାୟତା ମିଳିଲେ ସେମାନେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କୁ ଆହୁରି ରୋଜଗାର ଦେଇପାରିବେ। ହାତ ପାହାନ୍ତାରେ ଧୂପକାଠି ତିଆରି ହେଉଥିବାରୁ ବେଶ କମ ଦାମରେ ମିଳିଯାଉଛି। ତେବେ ଏହି ଧୂପକାଠି କିଣିବାକୁ ଲୋକଙ୍କ ଆଗ୍ରହ ଦେଖିବାକୁ ମିଳୁଛି। ଆହୁରି ମଧ୍ୟ
ନିକଟସ୍ଥ ବଜାରରେ ଧୂପକାଠି ବିକ୍ରି କରି ନିଜେ ଓ ଅନ୍ୟମାନଙ୍କ ପରିବାରକୁ ଦୁଇ ପଇସା ରୋଜଗାର କରେଇବାର ବାଟ ଦେଖାଇଛନ୍ତି ଝୁଲଣା।  ତାଛଡା ଧୂପକାଠି କାରଖାନା ଅଞ୍ଚଳର ଅର୍ଥନୀତିକୁ ମଧ୍ୟ ସୁଦୃଢ କରିବାରେ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର