ଅଜଣା ଗାଡ଼ି ଧକ୍କାରେ ୨ମୃତ ଓ ଜଣେ ଗୁରୁତର

The Sakala Picture
Published On

ଓଳାଭର: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ଶିହପଡ଼ା ରାସ୍ତାରେ ବିଳମ୍ବିତି ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାର ଦୁଇ ଜଣଙ୍କ ମୃତ୍ଯୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ପେଗରପଡ଼ା ଗାଁର ଦୋଳ ଗୋବିନ୍ଦ ସାହୁ ଓ କୌଶିକ ପଣ୍ଡା। ଗୁରୁତର ଜଣଙ୍କ ନାଁ ଗୁରିଆ ସାହୁ ବୋଲି ଜଣାପଡ଼ିଛି। ସେ କଟକ ବଡ଼ ମେଡିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ, ତିନିଜଣ ଯୁବକ […]

ଓଳାଭର: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ଶିହପଡ଼ା ରାସ୍ତାରେ ବିଳମ୍ବିତି ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାର ଦୁଇ ଜଣଙ୍କ ମୃତ୍ଯୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ପେଗରପଡ଼ା ଗାଁର ଦୋଳ ଗୋବିନ୍ଦ ସାହୁ ଓ କୌଶିକ ପଣ୍ଡା। ଗୁରୁତର ଜଣଙ୍କ ନାଁ ଗୁରିଆ ସାହୁ ବୋଲି ଜଣାପଡ଼ିଛି। ସେ କଟକ ବଡ଼ ମେଡିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ସୂଚନା ଅନୁଯାୟୀ, ତିନିଜଣ ଯୁବକ ନିଜ ନିଜ ଘରକୁ ଏକ ବାଇକରେ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡି ପିଟି ଚାଲି ଯାଇଥିବା ସନ୍ଦେହ କରାଯାଉଛୁ । ସ୍ଥାନୀୟଲୋକେ ଏହା ଦେଖି ତିନିଜଣଙ୍କୁ ଉଦ୍ଧାର କରି ପ୍ରଥମେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଡାକ୍ତର ବାଇକ ଦୁର୍ଘଟଣାରେ ଆହତ ହୋଇଥିବା ପେଗରପଡ଼ା ଗାଁର କିଶୋର ପଣ୍ଡାଙ୍କ ଏକମାତ୍ର ପୁଅ କୌଶିକ ପଣ୍ଡା (୨୨ )ଙ୍କୁ ମୃତ ଘୋଷଣା କରିଥିଲେ। ସେହି ଗାଁର ଅନ୍ୟ ଦୁଇଜଣ ଯୁବକ ଦୋଳଗୋବିନ୍ଦ ସାହୁ(୨୭ ) ଓ ସୌଭାଗ୍ୟ ସାହୁ (୨୭ )ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ବିଳମ୍ବିତ ରାତିରେ ଦାମ ସାହୁଙ୍କର ଏକମାତ୍ର ପୁଅ ଦୋଳଗୋବିନ୍ଦ ସାହୁଙ୍କ ମୃତ୍ୟୁ ଘଟିଥିଲା। ଦୋଳଗୋବିନ୍ଦ ଚାରିମାସ ତଳେ ବିବାହ କରିଥିଲେ। ଏବେ ସୌଭାଗ୍ୟ ସଂକଟାପନ୍ନ ଅବସ୍ଥାରେ କଟକରେ ଚିକିତ୍ସିତ ହେଉଛନ୍ତି। ଏବେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

23 Sep 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର