ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଭିନ୍ନ ଏକ ଲୁଟିଆ ଗ୍ୟାଙ୍ଗ, ଦିନରେ ମୂଲିଆ ରାତିରେ ଲୁଟେରା

The Sakala Picture
Published On

କେନ୍ଦ୍ରାପଡା : ଦିନରେ ମୂଲ ଲାଗିବା ନାଁରେ ଟାର୍ଗେଟ କରନ୍ତି । ରାତି ହେଲେ ଟାର୍ଗେଟ କରିଥିବା ଘରୁ କଳାକାନା ବୁଲାନ୍ତି । କେନ୍ଦ୍ରାପଡାରେ ଏବେ ଏହିଭଳି ଏକ ଗ୍ୟାଙ୍ଗ ଅନେକଦିନ ହେଲା ଲୁଟପାଟ କରିଆସୁଛନ୍ତି । ଏପରି ଲୁଟେରା ଗ୍ୟାଙ୍ଗ ପାଇଁ ଜିଲ୍ଲାର ଅନେକ ସ୍ଥାନରେ କୋକୁଆ ଭୟ । ଏହି ଲୁଟେରା ଗ୍ୟାଙ୍ଗ ଅନେକ ସ୍ଥାନରୁ ଲୁଟ କରି ଧରାପଡିନଥିଲେ ।  ଫଳରେ ପୁଲିସ ପାଇଁ ଏହିଭଳି ଲୁଟେରା ଗ୍ୟାଙ୍ଗ ଚିନ୍ତାର କାରଣ ପାଲଟି ଥିଲା । ଏହି ଗ୍ୟାଙ୍ଗ ଲୁଟ କରିବାକୁ ବିଭିନ୍ନ ସରଞ୍ଜାମ ସାଙ୍ଗରେ ନେଇ ଯାଇଥାନ୍ତି ବୋଲି ଜାଣିବାକୁ ମିଳିଛି । ଏହିଭଳି ଲୁଟିଆ ଗ୍ୟାଙ୍ଗର ଜଣଙ୍କୁ ଦମ୍ପତି କାବୁ କରିବାରୁ ଘଟଣା ପଦାକୁ ଆସିଛି । ଏହି ଘଟଣା ଜଣାପଡିବା ପରେ କେନ୍ଦ୍ରାପଡାରେ ଲୁଟେରା ଗ୍ୟାଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି ।
 
ଏହିଭଳି ଏକ ଘଟଣା କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାଲିଆ ମହାନ୍ତି ସାହିରେ ରହୁଥିବା ଆଇନ୍‌ଜୀବୀ ଭାରତ ଭୂଷଣ ପଟ୍ଟନାୟକ ଓ ତାଙ୍କ ପତ୍ନୀ ଶିକ୍ଷୟିତ୍ରୀ ଚାରୁବାଳା ପଟ୍ଟନାୟକଙ୍କ ଘରେ ଘଟିଛି ।  କେନ୍ଦୁଝର ଆନନ୍ଦପୁରର ମୋହିଦ ମହାରଣା ଭାରତଙ୍କ ଘର ନିକଟରେ ରହି ମୁଲ କାମ କରିଆସୁଥିଲେ । କିଛିଦିନ ହେଲା  ଚାରୁବାଳା ଓ ତାଙ୍କ ସ୍ୱାମୀ ଭାରତଙ୍କ ଘରକୁ ଲୁଟ କରିବାକୁ ଅଭିଯୁକ୍ତ ଯୋଜନା କରିଥିଲା । ଗତ ରବିବାର ସନ୍ଧ୍ୟାରେ ତାର କେତେଜଣ ସହଯୋଗୀଙ୍କୁ ବାହାରେ ଜଗାଇ ଚାରୁବାଳାଙ୍କ ଘରେ ପଶିଥିଲା । ଘରେ ପଶି ଠାକୁର ଥିବା ପୂଜାଘରେ ସନ୍ଧ୍ୟା ଠାରୁ ଆରମ୍ଭ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୁଚି ରହିଥିଲା ।
 
ଚାରୁବାଳା ଆଉ ଭାରତ ଖାଇପିଇ ଶୋଇବା ପରେ ଲୁଟିଆ ଘର ଭିତରେ ଥିବା ଅଳଙ୍କାର ଟଙ୍କା ଖୋଜିବାକୁ ଲାଗିଲା । ଏହାର କିଛି ସମୟ ପରେ ଭାରତ ବାହାରକୁ ଉଠିଥିଲେ । ଲୁଟିଆ ଜଣକ ଭାରତଙ୍କ ମୁହଁରେ ତକିଆ ପକାଇ ମାଡି ବସିଥିଲା ।  ଭାରତ ଅଣ ନିଶ୍ୱାସୀ ହୋଇ ପଡିଥିଲେ ।  ଏହାପରେ ଲୁଟିଆଙ୍କ ସହ ତାଙ୍କର ବେଶ କିଛି ସମୟ ଧସ୍ତାଧସ୍ତି ହୋଇଥିଲା। ଏହାପରେ ଅଭିଯୁକ୍ତ ମୋହିଦ  ଡାଇନିଂ ଟେବୁଲକୁ ଭାରତଙ୍କ ଉପରକୁ ଫୋପାଡ଼ି ଆକ୍ରମଣ କରିଥିଲେ ।  ତଥାପି ଭାରତ ତାଙ୍କୁ ଛାଡି ନଥିଲେ । ଏହାପରେ ପତ୍ନୀ ଚାରୁଲତା ଭାରତଙ୍କ  ସହ ମିଶି ଲୁଟେରାଙ୍କୁ ମାଡ଼ ମାରିଥିଲେ ।  ଏହାପରେ ଲୁଟିଆ ଦମ୍ପତ୍ତିଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲା  ଭୁଜାଲି ଚୋଟରେ ଭାରତ ଗୁରୁତର ଆହତ ହୋଇଥିଲେ ।  ତଥାପି ଲୁଟେରାଙ୍କୁ କାବୁ କରିବାକୁ ସମସ୍ତ ଚେଷ୍ଟା କରିଥିଲେ ।
 
ଏହି ସମୟରେ ପତ୍ନୀ ଚାରୁଲତା ଜୋରରେ ପାଟି କରିବାରୁ ଲୁଟିଆ ଅନ୍ୟ ଏକ ଘର ଭିତରେ ପଶି ଯାଇଥିଲା । ସେହି ସମୟରେ ପତିପତ୍ନୀ ବାହାର ପଟୁ କବାଟ ଦେଇ ଥାନାକୁ ଖବର ଦେଇଥିଲେ । ସ୍ଥାନୀୟ ଲୋକେ ଓ ପୁଲିସ ଘଟଣାସ୍ଥଳରେ ପହଂଚି ଲୁଟିଆଙ୍କୁ କାବୁ କରି ଥାନାକୁ ନେଇଥିଲେ। ପୁଲିସ ପଚରାଉଚରା ବେଳେ ଲୁଟିଆ ଜଣଙ୍କ ଏହିଭଳି ଲୁଟ କରୁଥିବା ସ୍ୱୀକାର କରିଛି । ଏନେଇ ପୋଲିସ ଥାନାରେ ଏକ ମାମଲା ୫୩୮/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଦମ୍ପତ୍ତିଙ୍କ ଉପସ୍ଥିତ ବୁଦ୍ଧି ଓ ସାହାସିକତା ପାଇଁ ଲୁଟିଆ ଧରାପଡିବାରୁ ପୁଲିସ ପକ୍ଷରୁ ପ୍ରଶଂସା କରଯାଇଛି ।
28 Sep 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର