‘ନେବାବେଳେ ଚର୍ତୁଭୁଜ ଦେବା ବେଳେ ଖାଲି ହାତ’ ଓଡ଼ିଶାକୁ କେନ୍ଦ୍ରର ଅନୁଦାନ ପ୍ରସଙ୍ଗରେ ବର୍ଷିଲେ ପାଣ୍ଡିଆନ

The Sakala Picture
Published On

ଭୁବନେଶ୍ବର : ବିଜେପି ୧୦ ବର୍ଷ ହେଲା କେନ୍ଦ୍ରରେ କ୍ଷମତାରେ ଅଛି । ୨୦୧୪ରେ ଯାହା ପ୍ରତିଶ୍ରୁତି ଦେଇଥିଲେ କିଛି ରଖିଲେନି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇଗୁଣା କରିବେ ବୋଲି କହିଥଲେ । କିନ୍ତୁ ତାହା ହେଲାନି । ପ୍ରତିବର୍ଷ ୨ କୋଟି ରୋଜଗାର ଦେବେ କହିଥିଲେ, ସେଇଟା ବି ହେଲାନି। ପ୍ରତିବର୍ଷ ୨କୋଟି ହେଲେ, ଓଡ଼ିଶା ଭାଗରେ ୮୦ ଲକ୍ଷ ପଡ଼ିଥାଆନ୍ତା’‘୮୦ ଲକ୍ଷ ଦୂର କଥା ୮ ହଜାର ଲୋକଙ୍କୁ ବି ଚାକିରି […]

ଭୁବନେଶ୍ବର : ବିଜେପି ୧୦ ବର୍ଷ ହେଲା କେନ୍ଦ୍ରରେ କ୍ଷମତାରେ ଅଛି । ୨୦୧୪ରେ ଯାହା ପ୍ରତିଶ୍ରୁତି ଦେଇଥିଲେ କିଛି ରଖିଲେନି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇଗୁଣା କରିବେ ବୋଲି କହିଥଲେ । କିନ୍ତୁ ତାହା ହେଲାନି । ପ୍ରତିବର୍ଷ ୨ କୋଟି ରୋଜଗାର ଦେବେ କହିଥିଲେ, ସେଇଟା ବି ହେଲାନି। ପ୍ରତିବର୍ଷ ୨କୋଟି ହେଲେ, ଓଡ଼ିଶା ଭାଗରେ ୮୦ ଲକ୍ଷ ପଡ଼ିଥାଆନ୍ତା’‘୮୦ ଲକ୍ଷ ଦୂର କଥା ୮ ହଜାର ଲୋକଙ୍କୁ ବି ଚାକିରି ଦେଲେନି। ଏପରି କହି ଆଜି ବିଜେପି ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ।

ଆହୁରି ପଢ଼ନ୍ତୁ: ଅସୁସ୍ଥ ବାପାଙ୍କୁ ଡାକ୍ତରଖାନା ନେବା ବେଳେ ଗଛରେ ପିଟି ହେଲା କାର୍, ଗୋଟିଏ ପରିବାରର ୩ ମୃତ

ଅନ୍ୟପଟେ ଓଡ଼ିଶାକୁ କେନ୍ଦ୍ରୀୟ ସହାୟତା ପ୍ରସଙ୍ଗରେ ବିଜେପିର ପୋଲ ଖୋଲି ଦେଇଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। କେନ୍ଦ୍ର ଓଡ଼ିଶାରୁ ନେବାବେଳକୁ ଚତୁର୍ଭୁଜ , କିନ୍ତୁ ଦେବାବେଳକୁ ଖାଲି ହାତ ବୋଲି କହି ବିଜେପିକୁ ତାତ୍ସଲ୍ୟ କରିଛନ୍ତି ପାଣ୍ଡିଆନ। ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନ କହିଛନ୍ତି ଯେ, ଓଡ଼ିଶାରୁ ରାଜସ୍ବ ବାବଦରୁ କୋଟି କୋଟି ଟଙ୍କା ନେଉଛନ୍ତି କେନ୍ଦ୍ର ସରକାର। କିନ୍ତୁ ଓଡ଼ିଶାକୁ କେତେ ଦେଇଛନ୍ତି ବୋଲି ପଚାରିଛନ୍ତି ବୋଲି ପାଣ୍ଡିଆନ ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆତଙ୍କିତ ହେବାର ଆବଶ୍ୟକତା ନାହିଁ, କୋଭିଡ୍ ବର୍ତ୍ତମାନ ସାଧାରଣ ଫ୍ଲୁ ଭଳି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କେନ୍ଦ୍ର ସରକାର ଓଡ଼ିଶାରୁ ପାଖାପାଖି ୬୦ରୁ ୭୦ ହଜାର କୋଟି ନେଉଛି କେନ୍ଦ୍ର । ଓଡ଼ିଶାକୁ ଦେଲା ବେଳକୁ ଦେଉଛନ୍ତି ୫ରୁ ୬ ହଜାର କୋଟି । କେନ୍ଦ୍ର ନେବାବେଳେ ଚର୍ତୁଭୁଜ ଦେବା ବେଳେ ଖାଲି ହାତ’ ବୋଲି କହି ପାଣ୍ଡିଆନ ସମାଲୋଚନା କରିଛନ୍ତି।  ଏଥିସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ, ଜାତୀୟ ରାଜପଥର ଦୂରାବସ୍ଥା, ଦରଦାମ ନିୟନ୍ତ୍ରଣରେ ବିଫଳତା, ୨ କୋଟି ରୋଜଗାରର ପ୍ରତିଶ୍ରୁତି ସମେତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ଉଠାଇ ବିଜେପିକୁ ଶାଣିତ ଆକ୍ରମଣ କରିଛନ୍ତି ପାଣ୍ଡିଆନ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପରେ ଯୁବବର୍ଗ ତଥା Gen Z ଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ଏଥି ସହିତ ପାଣ୍ଡିଆନ କହିଛନ୍ତି ଯେବେ ବିଜେପିକୁ ତାର ପ୍ରତିଶ୍ରୁତି ବାବଦରେ ମନେ ପକାଯାଉଛି, ସେତେବେଳ ସେମାନେ ରତ୍ନଭଣ୍ଡାର କଥା କହିବେ । ଅସଲ ପ୍ରସଙ୍ଗରୁ ଓହରିଯିବେ । ଓଡ଼ିଶାବାସୀ ଏସବୁ ଜାଣିଛନ୍ତି, ଜୁନ ୧ ତାରିଖରେ ଉତ୍ତର ଦେବେ ବୋଲି ପାଣ୍ଡିଆନ କହିଛନ୍ତି।

29 May 2024 By The Sakala

‘ନେବାବେଳେ ଚର୍ତୁଭୁଜ ଦେବା ବେଳେ ଖାଲି ହାତ’ ଓଡ଼ିଶାକୁ କେନ୍ଦ୍ରର ଅନୁଦାନ ପ୍ରସଙ୍ଗରେ ବର୍ଷିଲେ ପାଣ୍ଡିଆନ

ଭୁବନେଶ୍ବର : ବିଜେପି ୧୦ ବର୍ଷ ହେଲା କେନ୍ଦ୍ରରେ କ୍ଷମତାରେ ଅଛି । ୨୦୧୪ରେ ଯାହା ପ୍ରତିଶ୍ରୁତି ଦେଇଥିଲେ କିଛି ରଖିଲେନି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇଗୁଣା କରିବେ ବୋଲି କହିଥଲେ । କିନ୍ତୁ ତାହା ହେଲାନି । ପ୍ରତିବର୍ଷ ୨ କୋଟି ରୋଜଗାର ଦେବେ କହିଥିଲେ, ସେଇଟା ବି ହେଲାନି। ପ୍ରତିବର୍ଷ ୨କୋଟି ହେଲେ, ଓଡ଼ିଶା ଭାଗରେ ୮୦ ଲକ୍ଷ ପଡ଼ିଥାଆନ୍ତା’‘୮୦ ଲକ୍ଷ ଦୂର କଥା ୮ ହଜାର ଲୋକଙ୍କୁ ବି ଚାକିରି ଦେଲେନି। ଏପରି କହି ଆଜି ବିଜେପି ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ।

ଅନ୍ୟପଟେ ଓଡ଼ିଶାକୁ କେନ୍ଦ୍ରୀୟ ସହାୟତା ପ୍ରସଙ୍ଗରେ ବିଜେପିର ପୋଲ ଖୋଲି ଦେଇଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। କେନ୍ଦ୍ର ଓଡ଼ିଶାରୁ ନେବାବେଳକୁ ଚତୁର୍ଭୁଜ , କିନ୍ତୁ ଦେବାବେଳକୁ ଖାଲି ହାତ ବୋଲି କହି ବିଜେପିକୁ ତାତ୍ସଲ୍ୟ କରିଛନ୍ତି ପାଣ୍ଡିଆନ। ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନ କହିଛନ୍ତି ଯେ, ଓଡ଼ିଶାରୁ ରାଜସ୍ବ ବାବଦରୁ କୋଟି କୋଟି ଟଙ୍କା ନେଉଛନ୍ତି କେନ୍ଦ୍ର ସରକାର। କିନ୍ତୁ ଓଡ଼ିଶାକୁ କେତେ ଦେଇଛନ୍ତି ବୋଲି ପଚାରିଛନ୍ତି ବୋଲି ପାଣ୍ଡିଆନ ପ୍ରଶ୍ନ କରିଛନ୍ତି।

କେନ୍ଦ୍ର ସରକାର ଓଡ଼ିଶାରୁ ପାଖାପାଖି ୬୦ରୁ ୭୦ ହଜାର କୋଟି ନେଉଛି କେନ୍ଦ୍ର । ଓଡ଼ିଶାକୁ ଦେଲା ବେଳକୁ ଦେଉଛନ୍ତି ୫ରୁ ୬ ହଜାର କୋଟି । କେନ୍ଦ୍ର ନେବାବେଳେ ଚର୍ତୁଭୁଜ ଦେବା ବେଳେ ଖାଲି ହାତ’ ବୋଲି କହି ପାଣ୍ଡିଆନ ସମାଲୋଚନା କରିଛନ୍ତି।  ଏଥିସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ, ଜାତୀୟ ରାଜପଥର ଦୂରାବସ୍ଥା, ଦରଦାମ ନିୟନ୍ତ୍ରଣରେ ବିଫଳତା, ୨ କୋଟି ରୋଜଗାରର ପ୍ରତିଶ୍ରୁତି ସମେତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ଉଠାଇ ବିଜେପିକୁ ଶାଣିତ ଆକ୍ରମଣ କରିଛନ୍ତି ପାଣ୍ଡିଆନ।

ଏଥି ସହିତ ପାଣ୍ଡିଆନ କହିଛନ୍ତି ଯେବେ ବିଜେପିକୁ ତାର ପ୍ରତିଶ୍ରୁତି ବାବଦରେ ମନେ ପକାଯାଉଛି, ସେତେବେଳ ସେମାନେ ରତ୍ନଭଣ୍ଡାର କଥା କହିବେ । ଅସଲ ପ୍ରସଙ୍ଗରୁ ଓହରିଯିବେ । ଓଡ଼ିଶାବାସୀ ଏସବୁ ଜାଣିଛନ୍ତି, ଜୁନ ୧ ତାରିଖରେ ଉତ୍ତର ଦେବେ ବୋଲି ପାଣ୍ଡିଆନ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର