ବିଦ୍ୟୁତ ଆଘାତରେ କର୍ମଚାରୀଙ୍କ ମୃତ୍ୟୁ, କ୍ଷତି ପୂରଣ ଦାବିରେ ରାତିସାରା ରାସ୍ତା ରୋକ କଲେ ସ୍ଥାନୀୟଲୋକେ
ଫୁଲବାଣୀ: ମାତ୍ର ଦୁଇ ଦିନ ତଳେ ବିଦ୍ୟୁତ ବିଭାଗ ପାଳିଥିଲା ବିଦ୍ୟୁତ ସୁରକ୍ଷା ସପ୍ତାହ। ଏ ପଟେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବିଦ୍ୟୁତ କର୍ମଚାରୀଙ୍କ ମୃତୁ ଘଟିଛି। ମୃତକ ଜଣକ ସ୍ଥାନୀୟ ମାଷ୍ଟ୍ରପଡା ସାହିର ଜିତେନ୍ଦ୍ର ଦାସ(ରବି)। ସୂଚନା ପ୍ରକାରେ, ଗୁରୁବାର ରାତି ମହିଳା ମହାବିଦ୍ୟାଳୟ ଅଞ୍ଚଳରେ ଲାଇନ ଚାଲିଯିବାରୁ ବିଦ୍ୟୁତ ବିଭାଗକୁ ଖବର ଦିଆ ଯାଇଥିଲା। ପ୍ରାୟ ୯ଟା ବେଳେ ୪ /୫ ଜଣ ବିଦ୍ୟୁତ ବିଭାଗ କର୍ମଚାରୀ ଆସି ମହିଳା ମହାବିଦ୍ୟାଳୟ ପରିସରରେ ଥିବା […]
ଫୁଲବାଣୀ: ମାତ୍ର ଦୁଇ ଦିନ ତଳେ ବିଦ୍ୟୁତ ବିଭାଗ ପାଳିଥିଲା ବିଦ୍ୟୁତ ସୁରକ୍ଷା ସପ୍ତାହ। ଏ ପଟେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବିଦ୍ୟୁତ କର୍ମଚାରୀଙ୍କ ମୃତୁ ଘଟିଛି। ମୃତକ ଜଣକ ସ୍ଥାନୀୟ ମାଷ୍ଟ୍ରପଡା ସାହିର ଜିତେନ୍ଦ୍ର ଦାସ(ରବି)।
ସୂଚନା ପ୍ରକାରେ, ଗୁରୁବାର ରାତି ମହିଳା ମହାବିଦ୍ୟାଳୟ ଅଞ୍ଚଳରେ ଲାଇନ ଚାଲିଯିବାରୁ ବିଦ୍ୟୁତ ବିଭାଗକୁ ଖବର ଦିଆ ଯାଇଥିଲା। ପ୍ରାୟ ୯ଟା ବେଳେ ୪ /୫ ଜଣ ବିଦ୍ୟୁତ ବିଭାଗ କର୍ମଚାରୀ ଆସି ମହିଳା ମହାବିଦ୍ୟାଳୟ ପରିସରରେ ଥିବା ଟ୍ରାନ୍ସଫମରରେ ଚଢି ମରାମତି କରୁଥିଲେ। ଏହି ସମୟରେ ହଠାତ ଲାଇନ ଆସି ଯିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଜିତେନ୍ଦ୍ର ଗୁରୁତର ହୋଇଥିଲେ। ତାଙ୍କୁ ତୁରନ୍ତ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ପକ୍ଷରେ ଏହାକୁ ନେଇ ସାଧାରଣରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଶତାଧିକ ଲୋକ ଗାନ୍ଧୀ ଛକଠାରେ ମୁଖ୍ୟ ରାସ୍ତା ଅବରୋଧ କରି ବିକ୍ଷୋଭ ପଦର୍ଶନ କରିଥିଲେ। ୩୦ ଲକ୍ଷ ଟଙ୍କା କ୍ଷତି ପୁରାଣ ସହ ପତ୍ନୀକୁ ଚାକିରି ଦାବି କରିଥିଲେ ସ୍ଥାନୀୟ ଲୋକ।
ତେବେ ଘଟଣା ସ୍ଥଳରେ ବିଦ୍ୟୁତ ବିଭାଗର କୌଣସି ଅଧିକାରୀ ପହଞ୍ଚି ନ ଥିଲେ। ଟାଉନ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ରାତି ପ୍ରାୟ ୪ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରୀ ରହିବା ଫଳରେ ଭୂବନେଶ୍ୱର, ବ୍ରହ୍ମପୁର ଭଳି ଅଞ୍ଚଳକୁ କୌଣସି ଗାଡି ଯାଇ ପାରି ନ ଥିଲା। ଶେଷରେ ଟାଟା ପାଓ୍ବାରର ଠିକାଦାର ସଂସ୍ଥା ପକ୍ଷରୁ ଦୁଇ କର୍ମଚାରୀଙ୍କ ସହ ସ୍ଥାନୀୟ ଲୋକ ଥାନା ପରିସରରେ ବସି ଆଲୋଚନା କରିବା ପରେ ଶବ ସତ୍କାର ଓ ଦଶାହ କର୍ମ ପାଇଁ ଏକ ଲକ୍ଷ ଟଙ୍କା ସହ ବୀମା ବାବଦରେ ୧୫ ଲକ୍ଷ ଓ ମୃତ କର୍ମଚାରୀଙ୍କ ବିଧବା ପତ୍ନୀକୁ ଚାକିରି ଦେବାକୁ ଲିଖିତ ପ୍ରତିଶୃତି ପରେ ଧାରଣାରୁ ଉଠିଥିଲେ ଲୋକେ। ମୃତ ଜିତେନ୍ଦ୍ରଙ୍କର ଦୁଇଟି ଝିଅ ଓ ବିଧବା ପତ୍ନୀ ଅଛନ୍ତି। ଗୋଟିଏ ଝିଅର ବୟସ ୫ ବର୍ଷ ବେଳେ ଅନ୍ୟ ଜଣକୁ ୨ ବର୍ଷ । ଆଜି ଜିତେନ୍ଦ୍ରଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।