କନ୍ଧମାଳରେ ଗଡ଼ିଲା ଲକ୍ଷ୍ମୀ ବସ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

The Sakala Picture
Published On

ଫୁଲବାଣୀ: ରାଜ୍ୟରେ ଆଜି ୫ଟି ଜିଲ୍ଲାରେ ଲକ୍ଷ୍ମୀ ବସ ସେବାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହିକ୍ରମରେ କନ୍ଧମାଳ ଜିଲ୍ଲାରେ ୫୦ଟି ବସ୍‌ର ଶୁଭାରମ୍ଭ ହୋଇଛି । ଏହି ବସ ପ୍ରତି ପଞ୍ଚାୟତରୁ ବ୍ଳକ୍ ମୁଖ୍ୟାଳୟକୁ ଗଡିବ। ଏହି ସେବା ଦ୍ୱାରା ଛାତ୍ରଛାତ୍ରୀ ଏବଂ ମହିଳାଙ୍କ ସହ ସାଧାରଣ ଲୋକମାନେ ବେଶ ଉପକୃତ ହୋଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ ଉଦଘାଟନୀ ଉତ୍ସବରେ କହିଛନ୍ତି । ସାଧାରଣ ଲୋକେ ଓ ଛାତ୍ରଛାତ୍ରୀ ମାନେ ସ୍କୁଲ କିମ୍ବା କଲେଜକୁ ଏହି […]

ଫୁଲବାଣୀ: ରାଜ୍ୟରେ ଆଜି ୫ଟି ଜିଲ୍ଲାରେ ଲକ୍ଷ୍ମୀ ବସ ସେବାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହିକ୍ରମରେ କନ୍ଧମାଳ ଜିଲ୍ଲାରେ ୫୦ଟି ବସ୍‌ର ଶୁଭାରମ୍ଭ ହୋଇଛି । ଏହି ବସ ପ୍ରତି ପଞ୍ଚାୟତରୁ ବ୍ଳକ୍ ମୁଖ୍ୟାଳୟକୁ ଗଡିବ। ଏହି ସେବା ଦ୍ୱାରା ଛାତ୍ରଛାତ୍ରୀ ଏବଂ ମହିଳାଙ୍କ ସହ ସାଧାରଣ ଲୋକମାନେ ବେଶ ଉପକୃତ ହୋଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ ଉଦଘାଟନୀ ଉତ୍ସବରେ କହିଛନ୍ତି । ସାଧାରଣ ଲୋକେ ଓ ଛାତ୍ରଛାତ୍ରୀ ମାନେ ସ୍କୁଲ କିମ୍ବା କଲେଜକୁ ଏହି ଲକ୍ଷ୍ମୀ ବସ ମାଧ୍ୟମରେ ମାତ୍ର ୫ ଟଙ୍କା ଦେଇ ଯାତାୟତ କରିପାରିବା ସହ ଦୁର୍ଗମ ଅଞ୍ଚଳକୁ ମଧ୍ୟ ଗମନା ଗମନ ସୁଗମ୍ୟ ହୋଇପାରିବ।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ସେହିପରି ବିଭିନ୍ନ କ୍ଷେତ୍ରରେ ରହି କାର୍ଯ୍ୟ କରୁଥିବା ମହିଳା, ମିଶନ ଶକ୍ତି ମହିଳା ମାନେ ମଧ୍ୟ ମାତ୍ର ୫ ଟଙ୍କାରେ ଯାତ୍ରା କରି ପାରିବେ। ଏହି ଲକ୍ଷ୍ମୀ ବସ ସେବା ଦ୍ୱାରା ଗ୍ରାମାଞ୍ଚଳରେ ଯାତାୟତ ସୁଗମ ହେବା ସହ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। କନ୍ଧମାଳ ଜିଲ୍ଲାରେ ୨୭ଟି ବସ ଆସିଥିବା ବେଳେ ଆଉ ୨୩ଟି ବସ ଚାଲିବ । କନ୍ଧମାଳ ରେ ସମୁଦାୟ ଗଡ଼ିଲା ୫୦ ଲକ୍ଷ୍ମୀ ବସ ୧୭୧ ପଞ୍ଚାୟତର ଲକ୍ଷାଧିକ ଲୋକେ ଉପକୃତ ହେବେ। ମିଶନ ଶକ୍ତି ମହିଳାଙ୍କୁ ରୋଜଗାର ଦେବା ପାଇଁ ଏହି ବସ୍ ପରିଚାଳନା ଭାର ମହିଳାଙ୍କୁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

ଆସନ୍ତା ଚଳିତ ମାସ ସୁଦ୍ଧା ସବୁ ଜିଲ୍ଲାରେ ଲକ୍ଷ୍ମୀ ବସ ସେବା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଶୁଭେଚ୍ଛା ଦେଇଥିଲେ। କନ୍ଧମାଳ ଷ୍ଟାଡିୟମ୍ ଠାରେ ସ୍ୱତନ୍ତ୍ର ସଭାର ଆୟୋଜନ ହୋଇଥିଲା । ସେପଟେ ଗ୍ରାମାଞ୍ଚଳ ଲୋକଙ୍କ ଅର୍ଥ ନୈତିକ ପ୍ରଗତି ପାଇଁ ମୁଖ୍ୟମନ୍ତ୍ରୀ ଉଦଘାନ କରିଥିବା ଲକ୍ଷ୍ମୀ ବସ୍ ଯୋଜନାକୁ ଉଚ୍ଚ ପ୍ରଶଂସା କରିଛନ୍ତି । ଉପବାଚସ୍ପତି ସାଲୁଗା ପ୍ରଧାନ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଏସଡିସି ଅଧ୍ୟକ୍ଷ ରଦୋନ ମଲିକ, ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ଫୁଲବାଣୀ ବିଧାୟକ ଅଂଗଦ କହଁର, ଜିଲା ପରିକ୍ଷଦ ଅଧ୍ୟକ୍ଷ ଶୁସ୍ରୀ ନନ୍ଦୀନି ମଳିକ, ଓ କନ୍ଧମାଳ ଜିଲାପାଳ ଆଶିଷ ଇଶ୍ୱର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର