ଟ୍ରକ୍ – ଅଟୋ ଧକ୍କା: ୭ ଆହତ, ଗର୍ଭବତୀ ମହିଳା ଓ ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ୩ଗୁରୁତର

The Sakala Picture
Published On

ଫିରିଙ୍ଗିଆ: କ୍ରମାଗତ ଭାବେ ଗତ ତିନି ଦିନ ଧରି ଫିରିଙ୍ଗିଆ ଅଞ୍ଚଳରେ ଦୁର୍ଘଟଣା ଘଟି ଚାଲିଥିବା ବେଳେ ଏଥିରେ ପ୍ରାୟ ତିନି ଜଣ ପ୍ରାଣ ହରାଇ ସାରିଲେଣି। ସେହିଭଳି ଶୁକ୍ରବାର ପୁଣି ଏକ ଟ୍ରକ ସହ ଅଟୋ ଦୁର୍ଘଟଣା ଘଟି ଅଟୋରେ ବସିଥିବା ୭ ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୩ଜଣ ଗୁରୁତର ଆହତଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ସୁଚନା ଅନୁଯାୟୀ, କାସିନିପଦର ଅଞ୍ଚଳରୁ ଏକ ଅଟୋରେ ୩ଜଣ ଅଙ୍ଗନୱାଡି କର୍ମୀ, ଜଣେ ଗର୍ଭବତୀ […]

ଫିରିଙ୍ଗିଆ: କ୍ରମାଗତ ଭାବେ ଗତ ତିନି ଦିନ ଧରି ଫିରିଙ୍ଗିଆ ଅଞ୍ଚଳରେ ଦୁର୍ଘଟଣା ଘଟି ଚାଲିଥିବା ବେଳେ ଏଥିରେ ପ୍ରାୟ ତିନି ଜଣ ପ୍ରାଣ ହରାଇ ସାରିଲେଣି। ସେହିଭଳି ଶୁକ୍ରବାର ପୁଣି ଏକ ଟ୍ରକ ସହ ଅଟୋ ଦୁର୍ଘଟଣା ଘଟି ଅଟୋରେ ବସିଥିବା ୭ ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୩ଜଣ ଗୁରୁତର ଆହତଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ; କହିଲେ, ବିଜେପି ସରକାରରେ ନେତୃତ୍ୱ ସଙ୍କଟ, ବଢୁଛି ନାରୀ ନିର୍ଯାତନା

ସୁଚନା ଅନୁଯାୟୀ, କାସିନିପଦର ଅଞ୍ଚଳରୁ ଏକ ଅଟୋରେ ୩ଜଣ ଅଙ୍ଗନୱାଡି କର୍ମୀ, ଜଣେ ଗର୍ଭବତୀ ମହିଳାଙ୍କ ସମେତ ଡ୍ରାଇଭରକୁ ମିଶାଇ ପାଖାପାଖି ୭ଜଣ ଯାତ୍ରୀ ଫିରିଙ୍ଗିଆ ଆସୁଥିଲେ। ଅଙ୍ଗନୱାଡି କର୍ମୀମାନେ ଫିରିଙ୍ଗିଆ ମମତା ବୈଠକକୁ ଆସୁଥିଲେ। ତେବେ ଫିରିଙ୍ଗିଆ ପଟରୁ ଯାଉଥିବା ଏକ ଟ୍ରକ୍ ସହ ମାଝୀ ପଡ଼ା ଘାଟି ନିକଟରେ ଦୁର୍ଘଟଣା ଘଟିଛି। ଆହତ ମାନଙ୍କୁ ଉଦ୍ଧାର କରାଯୟୀ ପ୍ରଥମେ ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସମାଜ ସେବୀ ସଞ୍ଜୟ କୁମାର ଦିଗାଲ ମେଡିକାଲ ପହଞ୍ଚି ଗୁରୁତର ଆହତଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇବାର ବ୍ୟବସ୍ଥା କରିଛନ୍ତି। ଗୁରୁତର ଆହତଙ୍କ ମଧ୍ୟରେ ଦୁଇ ଜଣ ଅଙ୍ଗନୱାଡି କର୍ମୀ ହୋଇ ଥିବା ବେଳେ ଅନ୍ୟ ଜଣେ ଗର୍ଭବତୀ ମହିଳା ହୋଇ ଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

ଗୁରୁତରଙ୍କ ମଧ୍ୟରେ ଗର୍ଭବତୀ ମହିଳା ଦିପାଳି ଦିଗାଲ, ବରେବାଟା ଅଙ୍ଗନୱାଡି କର୍ମୀ ଲିନାଚାନ୍ଦ ମଲିକ, ଜିରିସି ଅଙ୍ଗନୱାଡ଼ି କର୍ମୀ ରିନା ମଲିକ ଗୁରୁତର ହେବାରୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ସଲପ ସାହି ଅଙ୍ଗନୱାଡି କର୍ମୀ ନମାନି ସାହାଣି ଓ ଅନ୍ୟ ଆହତ ମାନେ ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ବରିଷ୍ଠ ସବ୍ ଇନ୍ସପେକ୍ଟର ପ୍ରଦୀପ କୁମାର ରାଉଳ ପହଞ୍ଚି ଦୁର୍ଘଟଣା ଘଟି ଥିବା ଟ୍ରକ ଓ ଅଟୋକୁ ଏବଂ ଟ୍ରକ ଡ୍ରାଇଭର ଖୋର୍ଦ୍ଧା ଶ୍ରଧାପୁରର ରମାକାନ୍ତ ଜେନାକୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟର ଡିଜିଟାଲ ଓ ମୋବାଇଲ ସଂଯୋଗର ସାନ୍ଦ୍ରତା ନେଇ ରାଜ୍ୟସଭାରେ ପ୍ରଶ୍ନ ଉଠାଇଲେ ମାନସ ମଙ୍ଗରାଜ

20 May 2022 By The Sakala

ଟ୍ରକ୍ – ଅଟୋ ଧକ୍କା: ୭ ଆହତ, ଗର୍ଭବତୀ ମହିଳା ଓ ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ୩ଗୁରୁତର

ଫିରିଙ୍ଗିଆ: କ୍ରମାଗତ ଭାବେ ଗତ ତିନି ଦିନ ଧରି ଫିରିଙ୍ଗିଆ ଅଞ୍ଚଳରେ ଦୁର୍ଘଟଣା ଘଟି ଚାଲିଥିବା ବେଳେ ଏଥିରେ ପ୍ରାୟ ତିନି ଜଣ ପ୍ରାଣ ହରାଇ ସାରିଲେଣି। ସେହିଭଳି ଶୁକ୍ରବାର ପୁଣି ଏକ ଟ୍ରକ ସହ ଅଟୋ ଦୁର୍ଘଟଣା ଘଟି ଅଟୋରେ ବସିଥିବା ୭ ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୩ଜଣ ଗୁରୁତର ଆହତଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।

ସୁଚନା ଅନୁଯାୟୀ, କାସିନିପଦର ଅଞ୍ଚଳରୁ ଏକ ଅଟୋରେ ୩ଜଣ ଅଙ୍ଗନୱାଡି କର୍ମୀ, ଜଣେ ଗର୍ଭବତୀ ମହିଳାଙ୍କ ସମେତ ଡ୍ରାଇଭରକୁ ମିଶାଇ ପାଖାପାଖି ୭ଜଣ ଯାତ୍ରୀ ଫିରିଙ୍ଗିଆ ଆସୁଥିଲେ। ଅଙ୍ଗନୱାଡି କର୍ମୀମାନେ ଫିରିଙ୍ଗିଆ ମମତା ବୈଠକକୁ ଆସୁଥିଲେ। ତେବେ ଫିରିଙ୍ଗିଆ ପଟରୁ ଯାଉଥିବା ଏକ ଟ୍ରକ୍ ସହ ମାଝୀ ପଡ଼ା ଘାଟି ନିକଟରେ ଦୁର୍ଘଟଣା ଘଟିଛି। ଆହତ ମାନଙ୍କୁ ଉଦ୍ଧାର କରାଯୟୀ ପ୍ରଥମେ ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସମାଜ ସେବୀ ସଞ୍ଜୟ କୁମାର ଦିଗାଲ ମେଡିକାଲ ପହଞ୍ଚି ଗୁରୁତର ଆହତଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇବାର ବ୍ୟବସ୍ଥା କରିଛନ୍ତି। ଗୁରୁତର ଆହତଙ୍କ ମଧ୍ୟରେ ଦୁଇ ଜଣ ଅଙ୍ଗନୱାଡି କର୍ମୀ ହୋଇ ଥିବା ବେଳେ ଅନ୍ୟ ଜଣେ ଗର୍ଭବତୀ ମହିଳା ହୋଇ ଥିବା ଜଣାପଡିଛି।

ଗୁରୁତରଙ୍କ ମଧ୍ୟରେ ଗର୍ଭବତୀ ମହିଳା ଦିପାଳି ଦିଗାଲ, ବରେବାଟା ଅଙ୍ଗନୱାଡି କର୍ମୀ ଲିନାଚାନ୍ଦ ମଲିକ, ଜିରିସି ଅଙ୍ଗନୱାଡ଼ି କର୍ମୀ ରିନା ମଲିକ ଗୁରୁତର ହେବାରୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ସଲପ ସାହି ଅଙ୍ଗନୱାଡି କର୍ମୀ ନମାନି ସାହାଣି ଓ ଅନ୍ୟ ଆହତ ମାନେ ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ବରିଷ୍ଠ ସବ୍ ଇନ୍ସପେକ୍ଟର ପ୍ରଦୀପ କୁମାର ରାଉଳ ପହଞ୍ଚି ଦୁର୍ଘଟଣା ଘଟି ଥିବା ଟ୍ରକ ଓ ଅଟୋକୁ ଏବଂ ଟ୍ରକ ଡ୍ରାଇଭର ଖୋର୍ଦ୍ଧା ଶ୍ରଧାପୁରର ରମାକାନ୍ତ ଜେନାକୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି।

https://www.thesakala.in/latest-odisha-news/kandhamal/truck-auto-collision-7-injured/article-11741
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର