ରୋଜଗାର ପାଇଁ କବିତାଙ୍କ ନିଆରା ପ୍ରୟାସ : ଜୀବିକା ପାଇଁ ଅଟୋ ଭିତରେ କବିତାଙ୍କ ଦୋକାନର ପସରା

The Sakala Picture
Published On

ବାଲେଶ୍ବର: ଜୀବନ ଓ ଜୀବିକା ପାଇଁ ସବୁକିଛି ଚେଷ୍ଟା କରିଛନ୍ତି ସେ। କେତେବେଳେ ପର ଘରେ ରୋଷେଇ କରିଛନ୍ତି ତ ପୁଣି କେତେବେଳେ ଗାଁ ଗାଁ ବୁଲି ଫେରିବାଲା ସାଜିଛନ୍ତି ସେ। ତଥାପି ଚଳିବା କଷ୍ଟକର ହୋଇପଡିବା ଯୋଗୁଁ ଏକ ବିସ୍କୁଟ କାରଖାନା କରିବାକୁ ଯୋଜନା କରିଲେ। ମାତ୍ର କୌଣସି ମତେ ତାଙ୍କୁ ବ୍ୟାଙ୍କ ଋଣ ନମିଳିବାରୁ ନିରାଶ ହୋଇପଡିଲେ। ଶେଷରେ ଗାଁ ଛାଡି ସହରକୁ ଆସି ଅଟୋ ଭିତରେ ନିଜର ଛୋଟ ବ୍ୟବସାୟ ଆରମ୍ଭ କରିଛନ୍ତି। ପ୍ରାୟ […]

ବାଲେଶ୍ବର: ଜୀବନ ଓ ଜୀବିକା ପାଇଁ ସବୁକିଛି ଚେଷ୍ଟା କରିଛନ୍ତି ସେ। କେତେବେଳେ ପର ଘରେ ରୋଷେଇ କରିଛନ୍ତି ତ ପୁଣି କେତେବେଳେ ଗାଁ ଗାଁ ବୁଲି ଫେରିବାଲା ସାଜିଛନ୍ତି ସେ। ତଥାପି ଚଳିବା କଷ୍ଟକର ହୋଇପଡିବା ଯୋଗୁଁ ଏକ ବିସ୍କୁଟ କାରଖାନା କରିବାକୁ ଯୋଜନା କରିଲେ। ମାତ୍ର କୌଣସି ମତେ ତାଙ୍କୁ ବ୍ୟାଙ୍କ ଋଣ ନମିଳିବାରୁ ନିରାଶ ହୋଇପଡିଲେ। ଶେଷରେ ଗାଁ ଛାଡି ସହରକୁ ଆସି ଅଟୋ ଭିତରେ ନିଜର ଛୋଟ ବ୍ୟବସାୟ ଆରମ୍ଭ କରିଛନ୍ତି। ପ୍ରାୟ ଦେଢ ମାସ ହେବ ଗାଁ ଛାଡି ସହରକୁ ଜୀବିକା ପାଇଁ ଆସିଛନ୍ତି। ସେ ହେଉଛନ୍ତି ବାହାନଗା ବ୍ଲକ ଗୋପାଳପୁର ଅଞ୍ଚଳର କବିତା ମଣ୍ଡଳ। କବିତା ଓ ତାଙ୍କ ସ୍ବାମୀ କାଶୀନାଥ ମଣ୍ଡଳ ଏବେ ବାଲେଶ୍ବର ସହରର ପଢୁଆଁପଦାରେ ଭଡାରେ ରହୁଛନ୍ତି ଏବଂ ପ୍ରତିଦିନ ଏଡିଏମ ଛକରେ ନିଜର ଅଟୋକୁ ଦୋକାନ କରି ଝିଅମାନଙ୍କ ପାଇଁ ପୋଷାକ ବିକ୍ରି କରୁଛନ୍ତି। ସେଥିରୁ ଯାହା ରୋଜଗାର ହେଉଛି ସ୍ବାମୀ ସ୍ତ୍ରୀ ଚଳିଯାଉଛନ୍ତି।
କଥାରେ ଅଛି,ପୁଅଝିଅ ବଡ ହେବା ପରେ ବାପାମାଆଙ୍କ ଦୁଃଖ ଦୂର ହୋଇଯାଏ। ମାତ୍ର କବିତା ଓ କାଶୀନାଥଙ୍କ ପୁଅଝିଅ ବଡ ହେବା ପରେ ସୁଖ ପରିବର୍ତ୍ତେ ତାଙ୍କର ଦୁଃଖ ଅଧିକ ବଢିଯାଇଥିଲା। ଫଳରେ କବିତା ମଣ୍ଡଳ ଓ କାଶୀନାଥ ମଣ୍ଡଳ ଜୀବନ ଜଞ୍ଜାଳରେ ଘାଣ୍ଟି ହେଉଛନ୍ତି। ମାତ୍ର ଏସବୁ ଦୁଃଖ ଭିତରେ ଦୀର୍ଘ ୧୩ ବର୍ଷ ଧରି ତାଙ୍କର ସେରୁ(କୁକୁର) ତାଙ୍କ ଜୀବନରେ ଖୁସି ଭରିଛନ୍ତି। ଜନ୍ମ କରିଥିବା  ପିଲାମାନେ ସିନା ଛାଡିକି ପଳେଇଛନ୍ତି ହେଲେ ଏ ସେରୁ ସେମାନଙ୍କ ପାଖରେ ଭଲପାଇବା ପାଇ ରହିଛି। କବିତାଙ୍କ ପୁଅ ବାହା ହେବା ପରେ ୨୦୧୮ ମସିହାରୁ କାଶୀନାଥ ଓ କବିତା କୋର୍ଟକଚେରୀରେ ଅଧିକ ଘାଣ୍ଟି ହେଉଛନ୍ତି। ଅନେକ ସମସ୍ୟା ଭିତରେ ବି ଦୁହେଁ ଏବେ କଷ୍ଟେମଷ୍ଟେ ଚଳିବା ପାଇଁ ରାସ୍ତାକଡରେ ସଂଘର୍ଷ କରୁଛନ୍ତି। କାଶୀନାଥ ପ୍ରଥମେ ୨୦୨୦ ମସିହାରେ ଅଟୋ ଚଲେଇବେ ବୋଲି କିଣିଲେ। ମାତ୍ର ୩ ମାସ ଅଟୋ ଚଲେଇବା ପରେ କରୋନା ପାଇଁ ଲକଡାଉନ୍ ହୋଇଗଲା। ଫଳରେ ଆଉ ଅଟୋ ଚଲେଇପାରିଲେ ନାହିଁ। ପରେ କବିତା ଓ କାଶୀନାଥ ଝିଅମାନଙ୍କ ପୋଷାକ ଆଣି ଗାଁ ଗାଁ ବୁଲି ବିକିଲେ। ତାହା ମଧ୍ୟ ବିଶେଷ କିଛି ଲାଭ ହେଲା ନାହିଁ। ପରେ କବିତା ଏକ ବିସ୍କୁଟ କାରଖାନା କରିବାକୁ ଯୋଜନା କରିଥିଲେ ମଧ୍ୟ ଋଣ ମିଳିଲା ନାହିଁ। ଶେଷରେ କବିତା ନିଜ ଭାଇଙ୍କ ସହାୟତାରେ ଝିଅମାନଙ୍କ ଜିନିଷ କଲିକତାରୁ ଆଣି ବିକ୍ରି କରିବାକୁ ନିଷ୍ପତ୍ତି ନେଲେ।
ସେଥିପାଇଁ ଗାଁ ଛାଡି ଦୁହେଁ ସହରକୁ ଆସି ରହିଲେ। ପ୍ରତିଦିନ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏଡିଏମ ଛକ ନିକଟରେ ଦୁହେଁ ନିଜ ଅଟୋ ଭିତରେ ଦୋକାନ ଖୋଲି ଜିନିଷ ବିକ୍ରି କରୁଛନ୍ତି। ପ୍ରତିଦିନ ପୌରପାଳିକାକୁ ୧୦ ଟଙ୍କା ଲେଖାଏଁ ମଧ୍ୟ ଦେଉଛନ୍ତି। ତେବେ ନିଜସ୍ଵ ଦୋକାନ ପାଇଁ ଅଧିକ ଟଙ୍କା ଆବଶ୍ୟକ। ମାତ୍ର ସେତିକି ଅର୍ଥ ନଥିବାରୁ ସେମାନେ ନିଜ ଅଟୋକୁ ଦୋକାନ ସଜେଇ ଦେଇଛନ୍ତି। ଦିନସାରା କବିତା , କାଶୀନାଥ ଓ ତାଙ୍କ ସେରୁ ଦୋକାନରେ ରହିଥାନ୍ତି।ସେରୁ ମଧ୍ୟ କବିତାଙ୍କ ଭଲପାଇବା ପାଇ କଥା ମାନିଯାଉଛି। ଯାହା କହିଲେ ଅକ୍ଷରେ ଅକ୍ଷରେ ଶୁଣୁଛି ସେରୁ। ତେବେ କଷ୍ଟ ଭିତରେ କବିତା ଓ କାଶୀନାଥ ଜୀବନ ଓ ଜୀବିକା ପାଇଁ ସଂର୍ଘଷ କରୁଛନ୍ତି। ମାତ୍ର ଋଣ ନମିଳିବା ଯୋଗୁଁ ବ୍ୟବସାୟ ଠିକ ଭାବେ ଚାଲିପାରୁନଥିବା କବିତା କହୁଛନ୍ତି। ଯଦି ଏଦିଗରେ ସରକାର ଆମକୁ କିଛି ଋଣର ବ୍ୟବସ୍ଥା କରନ୍ତି ତେବେ ଆମେ ବ୍ୟବସାୟ ଟିକେ ବଢେଇପାରନ୍ତେ ବୋଲି କବିତା କହିଛନ୍ତି।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର