ସଡ଼କ ଦୁର୍ଘଟଣାରେ ଆଖି ବୁଜିଲେ କାର୍ଯ୍ୟରତ ସାମ୍ବାଦିକ, ରିପୋଟିଂରେ ଯିବା ବେଳେ ଧକ୍କା ଦେଇଥିଲା ଅଜଣା ଗାଡି

The Sakala Picture
Published On

ଭୁବନ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କାର୍ଯ୍ୟରତ ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତିଙ୍କ ଦେହାନ୍ତ ହୋଇଛି। କଟକ ବଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଆଜି ସକାଳେ ଖବର ସଂଗ୍ରହ କରିବାକୁ ଯିବା ସମୟରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ ଦୁଷ୍ମନ୍ତ। ମିଳିଥିବା ସୂଚନା ଅନୁସାରେ କଳିଙ୍ଗ ଟିଭିର କାମାକ୍ଷାନଗର ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ଦୁଷ୍ମନ୍ତ ମହାନ୍ତି ଆଜି ସକାଳେ ଖବର ସଂଗ୍ରହ କରିବାକୁ ଯିବା ସମୟରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ। ତାଙ୍କୁ ଏକ ଅଜଣାଗାଡି ଧକ୍କା […]

ଭୁବନ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କାର୍ଯ୍ୟରତ ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତିଙ୍କ ଦେହାନ୍ତ ହୋଇଛି। କଟକ ବଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଆଜି ସକାଳେ ଖବର ସଂଗ୍ରହ କରିବାକୁ ଯିବା ସମୟରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ ଦୁଷ୍ମନ୍ତ।

ଆହୁରି ପଢ଼ନ୍ତୁ: ଅନ୍ଧାରୁଆରେ ଆହତ ଦନ୍ତାକୁ ନେଇ ଭୟ, ଜଙ୍ଗଲ ଛାଡ଼ି ଜନବସତି ନିକଟରେ ବୁଲୁଛି ହାତୀ

ମିଳିଥିବା ସୂଚନା ଅନୁସାରେ କଳିଙ୍ଗ ଟିଭିର କାମାକ୍ଷାନଗର ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ଦୁଷ୍ମନ୍ତ ମହାନ୍ତି ଆଜି ସକାଳେ ଖବର ସଂଗ୍ରହ କରିବାକୁ ଯିବା ସମୟରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ। ତାଙ୍କୁ ଏକ ଅଜଣାଗାଡି ଧକ୍କା ଦେଇଥିଲ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପ୍ରଥମେ ଭୁବନ ହସ୍ପିଟାଲ ଏହାପରେ ତାଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କଟକ ମେଡିକାଲରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିଲା।

ଆହୁରି ପଢ଼ନ୍ତୁ: ସନ୍ତାନର ମଙ୍ଗଳ କାମନା କରି ଶ୍ରଦ୍ଧା ଓ ଭକ୍ତିର ସହ ରାଜ୍ୟରେ ପାଳିତ ହେଉଛି ପାରମ୍ପରିକ ‘ଷଠି ଓଷା’

ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି ଅକାଳ ବିୟୋଗ ଭୁବନ ଓ କାମାକ୍ଷାନଗର ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ଜଣେ ସାହାସୀ, ନିର୍ଭୀକ, ମେଳାପୀ, ସୁଦକ୍ଷ ସାମ୍ବାଦିକ ଅକାଳ ବିୟୋଗରେ ଅଞ୍ଚଳର ଏକ ଅପୁରଣୀୟ କ୍ଷତି ହୋଇଥିବା ତାଙ୍କର ସହକର୍ମୀମାନେ କହିଛନ୍ତି। ଭୁବନ ସାମ୍ବାଦିକମାନଙ୍କ ତରଫରୁ ଦୁଷ୍ମନ୍ତ ମହାନ୍ତିଙ୍କ ଅକାଳ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫାକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର