ଦରମା ଟଙ୍କା ପ୍ରଦାନରେ ବିଳମ୍ବ ପ୍ରତିବାଦରେ ବ୍ୟାସନଗର ପୈାର କାର୍ଯ୍ୟାଳୟ ଗେଟରେ ତାଲା, ଅଧ୍ୟକ୍ଷା ଅଟକ

The Sakala Picture
Published On

ବ୍ୟାସନଗର: ବ୍ୟାସନଗର ପୈାର ପରିଷଦରେ ଅଧ୍ୟକ୍ଷା ଏବଂ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଛକାପଞ୍ଝା ଏବେ ପୈାର କାର୍ଯ୍ୟାଳୟ ବାହାରେ ମଧ୍ୟ ଦେଖିବାକୁ ମିଳିଛି। ଦୀର୍ଘ ଦିନ ହେବ ଏହି ପ୍ରଶାସନିକ ଅଧିକାରୀ ଏବଂ ଜନପ୍ରତିନିଧିଙ୍କ ମଧ୍ୟରେ ସବୁକିଛି ଠିକଠାକ ନଥିବା କିଛି ଘଟଣାବଳୀ ସୂଚନା ଦେଇଥିବା ବେଳେ ମଙ୍ଗଳବାର ପୈାର ପରିଷଦର ସଫେଇ କର୍ମଚାରୀ ସେମାନଙ୍କର ଦରମା ମିଳିନଥିବାରୁ ପୈାର କାର୍ଯ୍ୟାଳୟ ଗେଟରେ ତାଲା ପକାଇ ଦେବା ସହିତ ଦୀର୍ଘ ସମୟ ଧରି ପୈାରାଧ୍ୟକ୍ଷା ଗେଟ୍ ବାହାରେ […]

ବ୍ୟାସନଗର: ବ୍ୟାସନଗର ପୈାର ପରିଷଦରେ ଅଧ୍ୟକ୍ଷା ଏବଂ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଛକାପଞ୍ଝା ଏବେ ପୈାର କାର୍ଯ୍ୟାଳୟ ବାହାରେ ମଧ୍ୟ ଦେଖିବାକୁ ମିଳିଛି। ଦୀର୍ଘ ଦିନ ହେବ ଏହି ପ୍ରଶାସନିକ ଅଧିକାରୀ ଏବଂ ଜନପ୍ରତିନିଧିଙ୍କ ମଧ୍ୟରେ ସବୁକିଛି ଠିକଠାକ ନଥିବା କିଛି ଘଟଣାବଳୀ ସୂଚନା ଦେଇଥିବା ବେଳେ ମଙ୍ଗଳବାର ପୈାର ପରିଷଦର ସଫେଇ କର୍ମଚାରୀ ସେମାନଙ୍କର ଦରମା ମିଳିନଥିବାରୁ ପୈାର କାର୍ଯ୍ୟାଳୟ ଗେଟରେ ତାଲା ପକାଇ ଦେବା ସହିତ ଦୀର୍ଘ ସମୟ ଧରି ପୈାରାଧ୍ୟକ୍ଷା ଗେଟ୍ ବାହାରେ ଅଟକ ରହିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ଘଟଣା ମୁତାବକ ପୈାର ପରିମଳ କାର୍ଯ୍ୟରେ ନିୟୋଜିତ ଜନୈକ ଠିକାଦାର ଏଠାରେ ଅନେକ ବେନିୟମ କାର୍ଯ୍ୟ କରି ଆବଶ୍ୟକତାଠାରୁ ଅଧିକ ବିଲ କରାଉଥିବା ଜାଣିପାରି ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ କାର୍ଯ୍ୟ ଦିବସର ଆରମ୍ଭ ଏବଂ ଶେଷ ଡିଜିଟାଲ ଉପସ୍ଥାନ କରିବା ପରେ ଠିକାଦାର ପ୍ରମାଦ ଗଣିଛନ୍ତି। ଅଧିକାରୀଙ୍କ ଏପରି ପଦକ୍ଷେପ ଫଳରେ ଅନେକ ରାଜସ୍ବ ସୁରକ୍ଷିତ ରହିବା ସହିତ ଠକ କର୍ମଚାରୀ ଏବଂ ଠିକାଦାରଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଚେତାବନୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରଠାରୁ ସମ୍ପୃକ୍ତ ପରିମଳ ଠିକାଦାର ସଠିକ ସମୟରେ ସଫେଇ କର୍ମଚାରୀଙ୍କ ଦରମା ପ୍ରଦାନ କରୁନାହାନ୍ତି ଫଳରେ ଗରିବ ଖଟିଖିଆ କର୍ମଚାରୀମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦରେ ମଙ୍ଗଳବାର ଶତାଧିକ ସଫେଇ କର୍ମଚାରୀ ପୈାର କାର୍ଯ୍ୟାଳୟ ଗେଟରେ ତାଲା ପକାଇ ଦେଇଛନ୍ତି। ଘଟଣାସ୍ଥଳରେ ପୈାରାଧ୍ୟକ୍ଷା ସଙ୍ଗୀତା ପିଂଗୁଆ,୧୬ ନଂ କାଉନସିଲର ଶିବାନନ୍ଦ ନାୟକ ପ୍ରମୁଖ ପଂହଁଚି ସଫେଇ କର୍ମଚାରୀଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି। କୋୖଣସି ଅଘଟଣ ଆଶଙ୍କାରେ ଯାଜପୁର ରୋଡ଼ ଥାନାଧିକାରୀ ଉପେନ୍ଦ୍ର ପ୍ରଧାନ ତାଙ୍କ ଟିମ୍ ସହିତ ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

15 Nov 2022 By The Sakala

ଦରମା ଟଙ୍କା ପ୍ରଦାନରେ ବିଳମ୍ବ ପ୍ରତିବାଦରେ ବ୍ୟାସନଗର ପୈାର କାର୍ଯ୍ୟାଳୟ ଗେଟରେ ତାଲା, ଅଧ୍ୟକ୍ଷା ଅଟକ

ବ୍ୟାସନଗର: ବ୍ୟାସନଗର ପୈାର ପରିଷଦରେ ଅଧ୍ୟକ୍ଷା ଏବଂ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଛକାପଞ୍ଝା ଏବେ ପୈାର କାର୍ଯ୍ୟାଳୟ ବାହାରେ ମଧ୍ୟ ଦେଖିବାକୁ ମିଳିଛି। ଦୀର୍ଘ ଦିନ ହେବ ଏହି ପ୍ରଶାସନିକ ଅଧିକାରୀ ଏବଂ ଜନପ୍ରତିନିଧିଙ୍କ ମଧ୍ୟରେ ସବୁକିଛି ଠିକଠାକ ନଥିବା କିଛି ଘଟଣାବଳୀ ସୂଚନା ଦେଇଥିବା ବେଳେ ମଙ୍ଗଳବାର ପୈାର ପରିଷଦର ସଫେଇ କର୍ମଚାରୀ ସେମାନଙ୍କର ଦରମା ମିଳିନଥିବାରୁ ପୈାର କାର୍ଯ୍ୟାଳୟ ଗେଟରେ ତାଲା ପକାଇ ଦେବା ସହିତ ଦୀର୍ଘ ସମୟ ଧରି ପୈାରାଧ୍ୟକ୍ଷା ଗେଟ୍ ବାହାରେ ଅଟକ ରହିଛନ୍ତି ।

ଘଟଣା ମୁତାବକ ପୈାର ପରିମଳ କାର୍ଯ୍ୟରେ ନିୟୋଜିତ ଜନୈକ ଠିକାଦାର ଏଠାରେ ଅନେକ ବେନିୟମ କାର୍ଯ୍ୟ କରି ଆବଶ୍ୟକତାଠାରୁ ଅଧିକ ବିଲ କରାଉଥିବା ଜାଣିପାରି ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ କାର୍ଯ୍ୟ ଦିବସର ଆରମ୍ଭ ଏବଂ ଶେଷ ଡିଜିଟାଲ ଉପସ୍ଥାନ କରିବା ପରେ ଠିକାଦାର ପ୍ରମାଦ ଗଣିଛନ୍ତି। ଅଧିକାରୀଙ୍କ ଏପରି ପଦକ୍ଷେପ ଫଳରେ ଅନେକ ରାଜସ୍ବ ସୁରକ୍ଷିତ ରହିବା ସହିତ ଠକ କର୍ମଚାରୀ ଏବଂ ଠିକାଦାରଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଚେତାବନୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରଠାରୁ ସମ୍ପୃକ୍ତ ପରିମଳ ଠିକାଦାର ସଠିକ ସମୟରେ ସଫେଇ କର୍ମଚାରୀଙ୍କ ଦରମା ପ୍ରଦାନ କରୁନାହାନ୍ତି ଫଳରେ ଗରିବ ଖଟିଖିଆ କର୍ମଚାରୀମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦରେ ମଙ୍ଗଳବାର ଶତାଧିକ ସଫେଇ କର୍ମଚାରୀ ପୈାର କାର୍ଯ୍ୟାଳୟ ଗେଟରେ ତାଲା ପକାଇ ଦେଇଛନ୍ତି। ଘଟଣାସ୍ଥଳରେ ପୈାରାଧ୍ୟକ୍ଷା ସଙ୍ଗୀତା ପିଂଗୁଆ,୧୬ ନଂ କାଉନସିଲର ଶିବାନନ୍ଦ ନାୟକ ପ୍ରମୁଖ ପଂହଁଚି ସଫେଇ କର୍ମଚାରୀଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି। କୋୖଣସି ଅଘଟଣ ଆଶଙ୍କାରେ ଯାଜପୁର ରୋଡ଼ ଥାନାଧିକାରୀ ଉପେନ୍ଦ୍ର ପ୍ରଧାନ ତାଙ୍କ ଟିମ୍ ସହିତ ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର