ଜମି ଜମା ବିବାଦକୁ ନେଇ ବୋମା ମାଡ଼, ୮ ଆହତ
ବରୀ: ବରୀ ରାମଚନ୍ଦ୍ରପୁର ଥାନା ଅଧୀନସ୍ଥ ରତଳାଙ୍ଗ ଗ୍ରାମର ଦୁଇ ଦଳିତ ଗୋଷ୍ଠି ମଧ୍ୟରେ ଘରୋଇ କଳି ଓ ଜମି ଜମା ବିବାଦକୁ ନେଇ ସଂଘର୍ଷ ଘଟି ୮ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ବରୀ ପୋଲିସ ପହଞ୍ଚି ଗୋଟିଏ ଅଫୁଟା ବୋମା ଜବତ କରିଛି। ପ୍ରକାଶ ଥାଉକି ଶନିବାର ଦିନ ଦୁଇ ଗୋଷ୍ଠି ମଧ୍ୟରେ ଉଚ୍ଚ ବାଚ ହେବା ଉଭୟ ଉଭୟଙ୍କୁ ଆକ୍ଷେପ ପ୍ରତି ଆକ୍ଷେପ କରିବାରୁ ଗଣ୍ଡଗୋଳ ହୋଇଥିଲା। ଏହି […]
ବରୀ: ବରୀ ରାମଚନ୍ଦ୍ରପୁର ଥାନା ଅଧୀନସ୍ଥ ରତଳାଙ୍ଗ ଗ୍ରାମର ଦୁଇ ଦଳିତ ଗୋଷ୍ଠି ମଧ୍ୟରେ ଘରୋଇ କଳି ଓ ଜମି ଜମା ବିବାଦକୁ ନେଇ ସଂଘର୍ଷ ଘଟି ୮ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ବରୀ ପୋଲିସ ପହଞ୍ଚି ଗୋଟିଏ ଅଫୁଟା ବୋମା ଜବତ କରିଛି। ପ୍ରକାଶ ଥାଉକି ଶନିବାର ଦିନ ଦୁଇ ଗୋଷ୍ଠି ମଧ୍ୟରେ ଉଚ୍ଚ ବାଚ ହେବା ଉଭୟ ଉଭୟଙ୍କୁ ଆକ୍ଷେପ ପ୍ରତି ଆକ୍ଷେପ କରିବାରୁ ଗଣ୍ଡଗୋଳ ହୋଇଥିଲା। ଏହି ମର୍ମରେ ଉଭୟ ଗୋଷ୍ଠୀ ତତଫରୁ ବରି ଥାନାରେ ପୃଥକ୍ ପୃଥକ୍ ଲିଖିତ ଅଭିଯୋଗ ହୋଇଥିଲା। ଘଟଣାକୁ ଗୁରୁତ୍ଵ ଦେଇ ପୋଲିସ ତରଫରୁ ଉଭୟ ପକ୍ଷ ଥାନାରେ ହାଜର ହେବାକୁ ନିର୍ଦେଶ ଦିଆଯାଇଥିଲା।
ଥାନାକୁ ଆସିବା ପୂର୍ବରୁ ପୁନଶ୍ଚ ବିବାଦ ଉପୁଜିବାରୁ ଉଭୟ ଗୋଷ୍ଠୀ ପକ୍ଷରୁ ବୋମା ମାଡ଼ ହୋଇଥିବାର ସୁଚନା ମିଲିଛି। ଖବରପାଇ ଏସଡିପିଓ ସତ୍ୟବ୍ରତ ଲେଙ୍କା, ବରୀ ରାମଚନ୍ଦ୍ରପୁର ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ଚିତ୍ତରଞ୍ଜନ ଜେନାଙ୍କ ସମେତ ପୋଲିସ ଫୋର୍ସ ବୋମା ମାଡ ସ୍ଥାନରେ ପହଞ୍ଚି ଅନୁସନ୍ଧାନ ଜାରୀ ରଖିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଅଭିଯୁକ୍ତ ମାନେ ବରୀ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଓ ବୋମା ମାଡ଼ ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇନାହିଁ। ଘଟଣାର ତଦନ୍ତ କରାଯାଇ ଖୁବ୍ ଶିଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଏସଡିପିଓ ଶ୍ରୀ ଲେଙ୍କା ଗଣମାଧ୍ୟମକୁ କହିଛନ୍ତି।





