ଜଗତସିଂହପୁର: ୧୦୦୪ ୱାର୍ଡ ସଭ୍ୟ ଓ ୨ ସମିତି ସଭ୍ୟ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ

The Sakala Picture
Published On

ଜଗତସିଂହପୁର: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ସରଗରମ ଜାରି ରହିଛି। ସବୁ କାନ୍ଥ ବାଡ , ରାସ୍ତାଘାଟ ପୋଷ୍ଟର ଓ ବ୍ୟାନରେ ଛାଇ ଯାଇଥିବା ବେଳେ ଘରକୁ ଘର ବୁଲି ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର ଚଳାଇବା ସହିତ ଜନମତକୁ ନିଜ ସପକ୍ଷକୁ ନେବା ସହିତ ଭୋଟରମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା ଚଳାଇଥିବା ଦେଖିବାକୁ ମିଳିଛି। ସେହିପରି ବିଭିନ୍ନ ଦଳର ନେତାମାନେ ନିଜ ନିର୍ବାଚନ ମଣ୍ଡଳୀରେ ଡେରା ପକାଇଥିବା ଜଣାପଡ଼ିଛିି। ତେବେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ […]

ଜଗତସିଂହପୁର: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ସରଗରମ ଜାରି ରହିଛି। ସବୁ କାନ୍ଥ ବାଡ , ରାସ୍ତାଘାଟ ପୋଷ୍ଟର ଓ ବ୍ୟାନରେ ଛାଇ ଯାଇଥିବା ବେଳେ ଘରକୁ ଘର ବୁଲି ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର ଚଳାଇବା ସହିତ ଜନମତକୁ ନିଜ ସପକ୍ଷକୁ ନେବା ସହିତ ଭୋଟରମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା ଚଳାଇଥିବା ଦେଖିବାକୁ ମିଳିଛି। ସେହିପରି ବିଭିନ୍ନ ଦଳର ନେତାମାନେ ନିଜ ନିର୍ବାଚନ ମଣ୍ଡଳୀରେ ଡେରା ପକାଇଥିବା ଜଣାପଡ଼ିଛିି। ତେବେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଜଗତସିଂହପୁର ଜିଲ୍ଲାରେ ୧୦୦୪ ୱାର୍ଡ ସଭ୍ୟ ଓ ୨ ସମିତି ସଭ୍ୟ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି। କେବଳ ନିର୍ବାଚନ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଔପଚାରିକ ଘୋଷଣା ବାକି ରହିଥିଲେ ମଧ୍ୟ ଏହି ପ୍ରାର୍ଥମାନେ ନିଦ୍ୱନ୍ଦ୍ୱରେ ନିର୍ବାଚନ ବୈତରଣୀ ପାର ହୋଇଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଜିଲ୍ଲାର ୧୯ ଟି ୱାର୍ଡରେ କେହି ଜଣେ ହେଲେ ୱାର୍ଡ ସଭ୍ୟ ପାଇଁ ପ୍ରାର୍ଥୀପତ୍ର ଦାଖଲ କରି ନଥି ବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ସରିଥିଲା ନିର୍ବନ୍ଧ, ବିବାହର କିଛି ଦିନ ପୂର୍ବରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା

ଗତ ପଞ୍ଚାୟତ ନିର୍ବାଚନ ଠାରୁ ଚଳିତ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ ସର୍ବାଧିକ ପ୍ରାର୍ଥୀ ଜିଲ୍ଲା ପରିଷଦ ,ସମିତିସଭ୍ୟ, ସରପଞ୍ଚ ଓ ୱାର୍ଡ ସଭ୍ୟ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଜିଲ୍ଲାର ୮ଟି ବ୍ଲକରୁ ୫,୬୧୬ ଜଣ ୱାର୍ଡ ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେଥିିରୁ ୧୦ ଜଣ ଯାଞ୍ଚ ସମୟରେ କଟିଥିବା ବେଳେ ୧,୦୦୪ ଜଣ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଥିଲେ। ମୋଟ ୧୯୮ ପଞ୍ଚାୟତର ୩,୩୬୪ ୱାର୍ଡରେ ୪,୬୧୨ ଜଣ ୱାର୍ଡ ସଭ୍ୟ ପ୍ରତିଦ୍ୱନ୍ଦିତା କରୁଥିବା ସୂଚନା ମିଳିଛି। ତେବେ ରଘୁନାଥପୁର ବ୍ଲକର ୧୯ ଟି ୱାର୍ଡ ପାଇଁ କେହି ଜଣେ ହେଲେ ନାମାଙ୍କନ କରିପାରିନଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା ଘଟଣା: ଜାମସେଦପୁରରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ପୋଲିସ

ସେହିପରି ୧୯୮ ସମିତିସଭ୍ୟ ପାଇଁ ଦାଖଲ କରାଯାଇଥିବା ୭୫୬ ନାମାଙ୍କନ ପତ୍ର ମଧ୍ୟରୁ ମୋଟ ୭୪୪ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଯାଞ୍ଚ ପରେ କାଏମ ରହିଥିଲା। ସେଥିରୁ ୮୬ ଜଣ ପ୍ରର୍ଥୀ ପତ୍ର ପ୍ରତ୍ୟାହାର କରିନେଇଥିଲେ। ଏବେ ୬୫୮ ଜଣ ପ୍ରାର୍ଥୀ ସମିତିସଭ୍ୟ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ସୂଚନା ମିଳିଛି। ସେଥିରୁ ଏରସମା ବ୍ଲକ ଗଡ଼ ହରିଶପୁର ପଞ୍ଚାୟତ ଓ ବିରିଡି ବ୍ଲକର ପୁରଣ ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବେ ବୋଲି ଜଣାପଡ଼ିଛି। ଗଡ଼ ହରିଶପୁରରେ ଦୁଇଜଣ ସମିତିସଭ୍ୟ ପାଇଁ ର୍ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଯାଂଚ ସମୟରେ ଜଣେ ପ୍ରାର୍ଥୀଙ୍କ ନାମାଙ୍କନ କାଟ ଖାଇଥିଲା। ଏଣୁ ବିଜେଡି ସମର୍ଥୀତ ସମିତିସଭ୍ୟ ଜଣକ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ସେହିପରି ବିରିଡି ବ୍ଲକର ପୂରଣ ପଞ୍ଚାୟତଟି ଅନୁସୁଚିତ ଜନଜାତିର ମହିଳାଙ୍କ ଲାଗି ସଂରକ୍ଷିତ ରହିଥିଲା। ଏଠାରେ ବିଜେଡି ନିଜ ସମର୍ଥୀତ ପ୍ରାର୍ଥୀ ଦେଇଥିବା ବେଳେ ଅନ୍ୟ କେହି ପ୍ରାର୍ଥୀ ପତ୍ର ଦାଖଲ କରିବାକୁ ସମର୍ଥର୍ ହୋଇନଥିବା କାରଣରୁ ଏଠାରେ ସମିତିସଭ୍ୟା ର୍ପ୍ରାର୍ଥୀ ସହଜରେ ନିର୍ବାଚନ ପାର ହୋଇଥିବା ସୂଚନା ମିଳିଛି।

ଏଠାରେ ସୂଚନା ଯୋଗ୍ୟ ଯେ, ୨୬ଟି ଜିଲ୍ଲା ପରିଷଦ ପାଇଁ ୧୦୬ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ। ପ୍ରାର୍ଥୀପତ୍ର ଯାଞ୍ଚରୁ ମୋଟ ୧୦୬ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଥିଲା। ତେବେ ସେଥିରୁ ୩ଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ ଏବେ ୧୦୩ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତିି। ସେହିପରି ୧୯୮ ସରପଞ୍ଚ ପଦବୀ ନିମନ୍ତେ କରାଯାଇଥିବା ୯୩୮ ନାମାଙ୍କନ ପତ୍ର ଯାଂଚରୁ ମୋଟ ୯୩୪ ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିିଥିଲା। ତେବେ ସେଥିରୁ ୧୪୭ ଜଣ ର୍ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାପରେ ସରପଞ୍ଚ ପଦବୀରେ ମୋଟ ୭୯୧ଜଣ ପ୍ରତିଦ୍ୱନ୍ଦିତା କରୁଥିବା ସୂଚନା ମିଳିଛି। ଅନ୍ୟ ପକ୍ଷରେ ସରପଞ୍ଚ ପାଇଁ ବାର୍ଷୀକ ପାଣ୍ଠି କୋଟିଏ ଓ ସମିତିସଭ୍ୟ ପାଇଁ ୨ଲକ୍ଷ ଟଙ୍କା ରହିଥିବାରୁ ସରପଞ୍ଚ ପଦବୀ ପାଇଁ ଜିଲ୍ଲାରେ ସର୍ବଧିକ ର୍ପ୍ରାର୍ଥୀ ନିର୍ବାଚନ ଲଢୁଥିବା ଜଣାପଡ଼ିଛି।

02 Feb 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର