ପଶ୍ଚିମା ଝଡ଼ ପ୍ରଭାବରେ ଆଜିଠୁ ବର୍ଷା

The Sakala Picture
Published On

ଭୁବନେଶ୍ବର : ଗୁରୁବାରଠାରୁ ରାଜ୍ୟରେ ପୁଣି ବର୍ଷ ଆରମ୍ଭ ହେବ । ବଙ୍ଗୋପସାଗରରୁ ରାଜ୍ୟକୁ ପ୍ରଚୁର ପରିମାଣରେ ଉଷ୍ମ ଜଳୀୟ ବାଷ୍ପ ପ୍ରଭାବେ କରିଥିବା ବେଳେ ରାଜ୍ୟ ଉପରେ ପଶ୍ଚିମା ଝଡ଼ର ପ୍ରଭାବ ରହିବ। ଏହି କାରଣ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବା ନେଇ ଆଶଙ୍କା କରାଯାଇଛି । ଗୁରୁବାର ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷ ହେବାର ଥିବା ବେଳେ ଶୁକ୍ରବାର ବର୍ଷାର ପରିମାଣ ବୃଦ୍ଧି ପାଇବ […]

ଭୁବନେଶ୍ବର : ଗୁରୁବାରଠାରୁ ରାଜ୍ୟରେ ପୁଣି ବର୍ଷ ଆରମ୍ଭ ହେବ । ବଙ୍ଗୋପସାଗରରୁ ରାଜ୍ୟକୁ ପ୍ରଚୁର ପରିମାଣରେ ଉଷ୍ମ ଜଳୀୟ ବାଷ୍ପ ପ୍ରଭାବେ କରିଥିବା ବେଳେ ରାଜ୍ୟ ଉପରେ ପଶ୍ଚିମା ଝଡ଼ର ପ୍ରଭାବ ରହିବ। ଏହି କାରଣ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବା ନେଇ ଆଶଙ୍କା କରାଯାଇଛି । ଗୁରୁବାର ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷ ହେବାର ଥିବା ବେଳେ ଶୁକ୍ରବାର ବର୍ଷାର ପରିମାଣ ବୃଦ୍ଧି ପାଇବ । ସେହିପରି ପ୍ରଥମ ଦିନରେ ୭ ଜିଲ୍ଲା ବର୍ଷା ପ୍ରଭାବ ଥିବା ବେଳେ ଶୁକ୍ରବାର ୧୫ ଟି ଜିଲ୍ଲାରେ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ିର ପ୍ରକୋପ ରହିବ ।

ଆହୁରି ପଢ଼ନ୍ତୁ: ପୁଣି ବିବାଦରେ ନାଣ୍ଡୁ ବାବୁ ! ଆଡଭାନ୍ସ ନେଇ ଯାତ୍ରା କରୁନଥିବା ଅଭିଯୋଗ କଲେ ପୂଜା କମିଟି ସଦସ୍ୟ

ଏହି ସମୟ ମଧ୍ୟରେ କିଛି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ୩ ତାରିଖ ସକାଳୁ ୪ ତାରିଖ ସକାଳ ପର୍ଯ୍ୟନ୍ତ ସୋନପୁର, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ବିଜେପି ସରକାର ପ୍ରହସନ ନକରୁ: ବିଜେଡି

ଏହା ବ୍ୟତୀତ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାରେ ଆଶଙ୍କା ରହିଥିବାରୁ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ୭ ଜିଲ୍ଲା ପାଇଁ ୟେଲୋ ୱାଣ୍ଟିଂ ଜାରି କରାଯାଇଛି। ସେହିପରି ୪ ତାରିଖ ସକାଳୁ ୫ ତାରିଖ ମଧ୍ୟରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ୭୯ତମ ପଣାଯାତ୍ରା ଉଦ୍‌ଘାଟିତ: ଓଡ଼ିଶାର ଦ୍ୱିତୀୟ ବାଲିଯାତ୍ରା

03 Feb 2022 By The Sakala

ପଶ୍ଚିମା ଝଡ଼ ପ୍ରଭାବରେ ଆଜିଠୁ ବର୍ଷା

ଭୁବନେଶ୍ବର : ଗୁରୁବାରଠାରୁ ରାଜ୍ୟରେ ପୁଣି ବର୍ଷ ଆରମ୍ଭ ହେବ । ବଙ୍ଗୋପସାଗରରୁ ରାଜ୍ୟକୁ ପ୍ରଚୁର ପରିମାଣରେ ଉଷ୍ମ ଜଳୀୟ ବାଷ୍ପ ପ୍ରଭାବେ କରିଥିବା ବେଳେ ରାଜ୍ୟ ଉପରେ ପଶ୍ଚିମା ଝଡ଼ର ପ୍ରଭାବ ରହିବ। ଏହି କାରଣ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବା ନେଇ ଆଶଙ୍କା କରାଯାଇଛି । ଗୁରୁବାର ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷ ହେବାର ଥିବା ବେଳେ ଶୁକ୍ରବାର ବର୍ଷାର ପରିମାଣ ବୃଦ୍ଧି ପାଇବ । ସେହିପରି ପ୍ରଥମ ଦିନରେ ୭ ଜିଲ୍ଲା ବର୍ଷା ପ୍ରଭାବ ଥିବା ବେଳେ ଶୁକ୍ରବାର ୧୫ ଟି ଜିଲ୍ଲାରେ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ିର ପ୍ରକୋପ ରହିବ ।

ଏହି ସମୟ ମଧ୍ୟରେ କିଛି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ୩ ତାରିଖ ସକାଳୁ ୪ ତାରିଖ ସକାଳ ପର୍ଯ୍ୟନ୍ତ ସୋନପୁର, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ଏହା ବ୍ୟତୀତ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାରେ ଆଶଙ୍କା ରହିଥିବାରୁ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ୭ ଜିଲ୍ଲା ପାଇଁ ୟେଲୋ ୱାଣ୍ଟିଂ ଜାରି କରାଯାଇଛି। ସେହିପରି ୪ ତାରିଖ ସକାଳୁ ୫ ତାରିଖ ମଧ୍ୟରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର