ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା: ବ୍ୟାଚଲର ପାର୍ଟିକୁ ନେଇ ଚାଲିଛି ତନାଘନା

The Sakala Picture
Published On

ପାରଳାଖେମୁଣ୍ଡି: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଚାଲିଛି ଜୋରଦାର ତନାଘନା। ପାରଳାଖେମୁଣ୍ଡି ପୁଲିସର ୫ ଜଣିଆ ଟିମ ବଲାଙ୍ଗୀରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ତଦନ୍ତକାରୀ ଟିମ୍ ବଲାଙ୍ଗୀରରେ ପହଞ୍ଚିଛି। ପ୍ରାଣୀଧନ ନିରୀକ୍ଷକ ଟ୍ରେନିଂ ସେଣ୍ଟରରେ ପହଞ୍ଚିଛି ପାରଳାଖେମୁଣ୍ଡି ପୁଲିସ । ଟ୍ରେନିଂ ସମୟରେ ବଲାଙ୍ଗୀରରେ ବିଦ୍ୟାଭାରତୀଙ୍କ ରହଣି ନେଇ ତଦନ୍ତ ଜାରି ରହିଛି । ଖଓ ଟ୍ରେନିଂ ସେଣ୍ଟରର ମୁଖ୍ୟ ତଥା ଡେପୁଟି ଡାଇରେକ୍ଟର ଡକ୍ଟର ହେମନ୍ତ ପ୍ରଧାନଙ୍କୁ […]

ପାରଳାଖେମୁଣ୍ଡି: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଚାଲିଛି ଜୋରଦାର ତନାଘନା। ପାରଳାଖେମୁଣ୍ଡି ପୁଲିସର ୫ ଜଣିଆ ଟିମ ବଲାଙ୍ଗୀରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ତଦନ୍ତକାରୀ ଟିମ୍ ବଲାଙ୍ଗୀରରେ ପହଞ୍ଚିଛି। ପ୍ରାଣୀଧନ ନିରୀକ୍ଷକ ଟ୍ରେନିଂ ସେଣ୍ଟରରେ ପହଞ୍ଚିଛି ପାରଳାଖେମୁଣ୍ଡି ପୁଲିସ ।

ଆହୁରି ପଢ଼ନ୍ତୁ: ଯାଜପୁରରେ ଅଘଟଣ: ନଦୀ ପାର ସମୟରେ ବୁଡିଗଲା ଡଙ୍ଗା; ଦୁଇ ନିଖୋଜ, ଦୁଇ ଉଦ୍ଧାର

ଟ୍ରେନିଂ ସମୟରେ ବଲାଙ୍ଗୀରରେ ବିଦ୍ୟାଭାରତୀଙ୍କ ରହଣି ନେଇ ତଦନ୍ତ ଜାରି ରହିଛି । ଖଓ ଟ୍ରେନିଂ ସେଣ୍ଟରର ମୁଖ୍ୟ ତଥା ଡେପୁଟି ଡାଇରେକ୍ଟର ଡକ୍ଟର ହେମନ୍ତ ପ୍ରଧାନଙ୍କୁ ପଚରାଉଚରା ଚାଲିଛି। ବିଦ୍ୟାଭାରତୀ ବଲାଙ୍ଗୀର ରହଣି ସମୟରେ ସେ କାହା କାହା ସହିତ ମିଶୁଥିଲେ, ହଷ୍ଟେଲରେ ତାଙ୍କର କିଏ କିଏ ଘନିଷ୍ଠ ବନ୍ଧୁ ଥିଲେ ସେନେଇ ପଚରାଉଚରା ଚାଲିଛି । ସେହିପରି ବିଦ୍ୟାଭାରତୀ କେଉଁଠି ଓ କାହା ପାଖକୁ କଣ କାମ ପାଇଁ ଯାଉଥିଲେ । ସେନେଇ ତଥ୍ୟ ସଂଗ୍ରହ କରୁଛି ତଦନ୍ତକାରୀ ଟିମ୍ । ଏହାସହ ବ୍ୟାଚଲର ପାର୍ଟି ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରୁଛି ପୁଲିସ।

ଆହୁରି ପଢ଼ନ୍ତୁ: ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଅନ୍ୟପଟେ ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ଡିଏଫଓଙ୍କୁ ମିଳିଛି କ୍ଲିନ୍‌ ଚିଟ୍‌ । ଡିଏଫଓଙ୍କର କୌଣସି ସଂପୃକ୍ତି ନାହିଁ ବୋଲି ଗଜପତି ଏସପି ତପନ କୁମାର ପଟ୍ଟନାୟକ କହିଛନ୍ତି । ସୌମ୍ୟଙ୍କ ଘରକୁ କେବେବି ଯାଇନଥିଲେ ଡିଏଫଓ । ସବୁ ଦିଗରୁ ତଦନ୍ତ ପରେ ଡିଏଫଓଙ୍କ ଲିଙ୍କ ନଥିବା ସ୍ପଷ୍ଟ ହୋଇଛି ଏବଂ ଆବଶ୍ୟକ ପଡିଲେ ଡିଏଫଓ ପୁଣି ସ୍କାନରକୁ ଆସିପାରନ୍ତି ବୋଲି ଏସପି କହିଛନ୍ତି।

ଆହୁରି ପଢ଼ନ୍ତୁ: କୋଟିଆ ବିବାଦ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଭକ୍ତ ଦାସ, ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର