ପୁଣି ଉଷ୍ମ ହେଲା ପଞ୍ଚାୟତ ରାଜନୀତି: ଆଜି ନାଏବ ସରପଞ୍ଚ ବାଛିବେ ୱାର୍ଡ ସଭ୍ୟ

The Sakala Picture
Published On

ଭୁବନେଶ୍ବର: ସାରା ରାଜ୍ୟରେ ଗ୍ରାମ ପଞ୍ଚାୟତ ଗୁଡ଼ିକରେ ଆଜି ନାଏକ ସରପଞ୍ଚ ନିର୍ବାଚିତ ହେବେ । ସେହି ପଞ୍ଚାୟତର ୱାର୍ଡ ସଭ୍ୟମାନେ ପରୋକ୍ଷ ନିର୍ବାଚନ ଜରିଆରେ ନାଏବ ସରପଞ୍ଚକୁ ବାଛିବେ। ସେହିପରି ଶନିବାର ରାଜ୍ୟର ୩୧୪ଟି ବ୍ଲକର ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ । ସମ୍ପୃକ୍ତ ବ୍ଲକର ପଞ୍ଚାୟତ ସମିତିର ସଭ୍ୟ ମାନେ ଅଧ୍ୟକ୍ଷ ଚୟନ କରିବେ । ଅନୁରୂପ ଭାବେ ରବିବାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ପରୋକ୍ଷ ନିର୍ବାଚନ ହେବାକୁ ଯାଉଛି। ତେଣୁ ପୌର […]

ଭୁବନେଶ୍ବର: ସାରା ରାଜ୍ୟରେ ଗ୍ରାମ ପଞ୍ଚାୟତ ଗୁଡ଼ିକରେ ଆଜି ନାଏକ ସରପଞ୍ଚ ନିର୍ବାଚିତ ହେବେ । ସେହି ପଞ୍ଚାୟତର ୱାର୍ଡ ସଭ୍ୟମାନେ ପରୋକ୍ଷ ନିର୍ବାଚନ ଜରିଆରେ ନାଏବ ସରପଞ୍ଚକୁ ବାଛିବେ। ସେହିପରି ଶନିବାର ରାଜ୍ୟର ୩୧୪ଟି ବ୍ଲକର ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ । ସମ୍ପୃକ୍ତ ବ୍ଲକର ପଞ୍ଚାୟତ ସମିତିର ସଭ୍ୟ ମାନେ ଅଧ୍ୟକ୍ଷ ଚୟନ କରିବେ । ଅନୁରୂପ ଭାବେ ରବିବାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ପରୋକ୍ଷ ନିର୍ବାଚନ ହେବାକୁ ଯାଉଛି। ତେଣୁ ପୌର ରାଜନୀତି ମଧ୍ୟରେ ପଞ୍ଚାୟତ ରାଜନୀତି ପୁଣି ଉଷ୍ମ ହେବାକୁ ଯାଉଛି।

ଆହୁରି ପଢ଼ନ୍ତୁ: କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ବାରଙ୍ଗ ଥାନାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ

ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ପଞ୍ଚାୟତସ୍ତରରେ ନିଯୁକ୍ତ ହୋଇଥବା ନିର୍ବାଚନ ଅଧିକାରୀ ପ୍ରାର୍ଥୀମାନଙ୍କୁ ନାମାଙ୍କନ ପତ୍ର ପ୍ରଦାନ କରିବେ। ୧୧ଟାରୁ ୧୧ଟା ୩୦ ମିନିଟ୍ ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ମଧ୍ୟାହ୍ନ ୧୨ଟା ପୂର୍ବରୁ ପ୍ରାର୍ଥୀପତ୍ର ଚାହିଁଲେ ପ୍ରାର୍ଥୀ ଚାହିଁଲେ ପ୍ରତ୍ୟାହାର କରିପାରିବେ। ଯଦି ଭୋଟ ଗ୍ରହଣ ଆବଶ୍ୟକ ହୁଏ, ତେବେ ମଧ୍ୟାହ୍ନ ୧୨ଟାରୁ ୧ ଘଟିକା ପର୍ଯ୍ୟନ୍ତ ନାଏବ ସରପଞ୍ଚ ପଦ ପାଇଁ ଭୋଟ ଗ୍ରହଣ କରାଯିବ । ମତଦାନ ପରେ ମତଗଣନା କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି। ଏହି ପ୍ରକ୍ରିୟାକୁ ସୁରୁଖୁରରେ ସମ୍ପାଦନ ପାଇଁ କମିସନଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନାଏବ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ/ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ/ଉପାଧ୍ୟକ୍ଷ ନିର୍ବାଚନ ନେଇ ଗତ ଫେବୃୟାରୀ ୧୫ ତାରିଖରେ ବିଧ୍ଵବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଆହୁରି ପଢ଼ନ୍ତୁ: ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା; ଜଳୁଛି ପଶ୍ଚିମରୁ ଉପକୂଳ, ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି

ଚଳିତ ମାସ ୨୩ ତାରିଖରେ ବ୍ଲକ ଉପାଧ୍ୟକ୍ଷ ଏବଂ ୨୫ ତାରିଖରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନେଇ ଭୋଟ ଗ୍ରହଣ କରାଯିବ। ଉପରୋକ୍ତ ପଦ ଗୁଡ଼ିକ ପାଇଁ ନିର୍ଦ୍ଧାରିତ ସମୟରେ ପୂର୍ବାହ୍ନ ୧୦ଟା ୩୦ ମିନିଟରୁ ୧୧ଟା ୩୦ ମିନିଟ୍ ମଧ୍ୟରେ ନାମାଙ୍କନ ପତ୍ର ସମ୍ପୃକ୍ତ ନିର୍ବାଚନ ଅଧିକାରୀଙ୍କ ଠାରୁ ଗ୍ରହଣ କରି ଆଶାୟୀ ମାନେ ପୂରଣ କରିବେ | ୧୧ଟା ୩୦ ମିନିଟ୍‌ରୁ ୧୨ଟା ୩୦ ମିନିଟ୍ ମଧ୍ୟରେ ନାମାଙ୍କନ ପତ୍ର ଗୁଡ଼ିକ ଯାଞ୍ଚ କରାଯିବ। ସେହିପରି ଅପରାହ୍ନ ୧ଟା ୩୦ ମିନିଟ୍‌ରୁ ୪ ଘଟିକା ମଧ୍ୟରେ ଭୋଟ ଗ୍ରହଣ କରାଯିବ। ପରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ଏହି ପଦଗୁଡ଼ିକ ପାଇଁ ପରୋକ୍ଷ ନିର୍ବାଚନ ହେଉଥିବାରୁ ନିର୍ବାଚନରେ ଅଂଶଗ୍ରହଣ ପାଇଁ ଥିବା ସଭ୍ୟ/ ସଭ୍ୟ କିମ୍ବା ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ଅଧିକାରୀମାନେ କେହି ଗୃହ ବାହାରକୁ ଯାଇପାରିବେ ନାହିଁ ।

ଆହୁରି ପଢ଼ନ୍ତୁ: ମାଲକାନଗିରି କେରିମେଟି ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

11 Mar 2022 By The Sakala

ପୁଣି ଉଷ୍ମ ହେଲା ପଞ୍ଚାୟତ ରାଜନୀତି: ଆଜି ନାଏବ ସରପଞ୍ଚ ବାଛିବେ ୱାର୍ଡ ସଭ୍ୟ

ଭୁବନେଶ୍ବର: ସାରା ରାଜ୍ୟରେ ଗ୍ରାମ ପଞ୍ଚାୟତ ଗୁଡ଼ିକରେ ଆଜି ନାଏକ ସରପଞ୍ଚ ନିର୍ବାଚିତ ହେବେ । ସେହି ପଞ୍ଚାୟତର ୱାର୍ଡ ସଭ୍ୟମାନେ ପରୋକ୍ଷ ନିର୍ବାଚନ ଜରିଆରେ ନାଏବ ସରପଞ୍ଚକୁ ବାଛିବେ। ସେହିପରି ଶନିବାର ରାଜ୍ୟର ୩୧୪ଟି ବ୍ଲକର ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ । ସମ୍ପୃକ୍ତ ବ୍ଲକର ପଞ୍ଚାୟତ ସମିତିର ସଭ୍ୟ ମାନେ ଅଧ୍ୟକ୍ଷ ଚୟନ କରିବେ । ଅନୁରୂପ ଭାବେ ରବିବାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ପରୋକ୍ଷ ନିର୍ବାଚନ ହେବାକୁ ଯାଉଛି। ତେଣୁ ପୌର ରାଜନୀତି ମଧ୍ୟରେ ପଞ୍ଚାୟତ ରାଜନୀତି ପୁଣି ଉଷ୍ମ ହେବାକୁ ଯାଉଛି।

ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ପଞ୍ଚାୟତସ୍ତରରେ ନିଯୁକ୍ତ ହୋଇଥବା ନିର୍ବାଚନ ଅଧିକାରୀ ପ୍ରାର୍ଥୀମାନଙ୍କୁ ନାମାଙ୍କନ ପତ୍ର ପ୍ରଦାନ କରିବେ। ୧୧ଟାରୁ ୧୧ଟା ୩୦ ମିନିଟ୍ ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ମଧ୍ୟାହ୍ନ ୧୨ଟା ପୂର୍ବରୁ ପ୍ରାର୍ଥୀପତ୍ର ଚାହିଁଲେ ପ୍ରାର୍ଥୀ ଚାହିଁଲେ ପ୍ରତ୍ୟାହାର କରିପାରିବେ। ଯଦି ଭୋଟ ଗ୍ରହଣ ଆବଶ୍ୟକ ହୁଏ, ତେବେ ମଧ୍ୟାହ୍ନ ୧୨ଟାରୁ ୧ ଘଟିକା ପର୍ଯ୍ୟନ୍ତ ନାଏବ ସରପଞ୍ଚ ପଦ ପାଇଁ ଭୋଟ ଗ୍ରହଣ କରାଯିବ । ମତଦାନ ପରେ ମତଗଣନା କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି। ଏହି ପ୍ରକ୍ରିୟାକୁ ସୁରୁଖୁରରେ ସମ୍ପାଦନ ପାଇଁ କମିସନଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନାଏବ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ/ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ/ଉପାଧ୍ୟକ୍ଷ ନିର୍ବାଚନ ନେଇ ଗତ ଫେବୃୟାରୀ ୧୫ ତାରିଖରେ ବିଧ୍ଵବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଚଳିତ ମାସ ୨୩ ତାରିଖରେ ବ୍ଲକ ଉପାଧ୍ୟକ୍ଷ ଏବଂ ୨୫ ତାରିଖରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନେଇ ଭୋଟ ଗ୍ରହଣ କରାଯିବ। ଉପରୋକ୍ତ ପଦ ଗୁଡ଼ିକ ପାଇଁ ନିର୍ଦ୍ଧାରିତ ସମୟରେ ପୂର୍ବାହ୍ନ ୧୦ଟା ୩୦ ମିନିଟରୁ ୧୧ଟା ୩୦ ମିନିଟ୍ ମଧ୍ୟରେ ନାମାଙ୍କନ ପତ୍ର ସମ୍ପୃକ୍ତ ନିର୍ବାଚନ ଅଧିକାରୀଙ୍କ ଠାରୁ ଗ୍ରହଣ କରି ଆଶାୟୀ ମାନେ ପୂରଣ କରିବେ | ୧୧ଟା ୩୦ ମିନିଟ୍‌ରୁ ୧୨ଟା ୩୦ ମିନିଟ୍ ମଧ୍ୟରେ ନାମାଙ୍କନ ପତ୍ର ଗୁଡ଼ିକ ଯାଞ୍ଚ କରାଯିବ। ସେହିପରି ଅପରାହ୍ନ ୧ଟା ୩୦ ମିନିଟ୍‌ରୁ ୪ ଘଟିକା ମଧ୍ୟରେ ଭୋଟ ଗ୍ରହଣ କରାଯିବ। ପରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ଏହି ପଦଗୁଡ଼ିକ ପାଇଁ ପରୋକ୍ଷ ନିର୍ବାଚନ ହେଉଥିବାରୁ ନିର୍ବାଚନରେ ଅଂଶଗ୍ରହଣ ପାଇଁ ଥିବା ସଭ୍ୟ/ ସଭ୍ୟ କିମ୍ବା ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ଅଧିକାରୀମାନେ କେହି ଗୃହ ବାହାରକୁ ଯାଇପାରିବେ ନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର