ଗ୍ରୀଷ୍ମ ଲହରୀକୁ ନେଇ ସତର୍କ କଲା ଆଇଏମ୍‌ଡି, ଏପ୍ରିଲରୁ ଜୁନ୍ ଅସହ୍ୟ ତାତି

The Sakala Picture
Published On

ନୂଆଦିଲ୍ଲୀ/ ଭୁବନେଶ୍ୱର :  ଏପ୍ରିଲ୍‌‌ ମାସରେ ରାଜ୍ୟରେ ଅସମ୍ଭାଳ ତାତି ଅନୁଭୂତ ହେବ। କେବଳ ଏପ୍ରିଲ୍‌‌ ନୁହେଁ ଏପ୍ରିଲ୍‌‌ରୁ ଜୁନ୍‌‌ ମାସ ପର୍ଯ୍ୟନ୍ତ ତାତି ପ୍ରକୋପ ଅଧିକ ରହିବା ସହ ରାଜ୍ୟବାସୀ ଗରମ ଗୁଳୁଗୁଳିରେ ଅତିଷ୍ଟ ହେବେ। ଅନ୍ୟପଟେ ଏହି ୩ ମାସରେ ବର୍ଷାର ପରିମାଣ କମ୍‌‌ ରହିବା ସହିତ ସ୍ୱାଭାବିକ ତୁଳନାରେ ଅଧିକ ଦିନ ଗ୍ରୀଷ୍ମ ଲହରୀ ସ୍ଥିତି ସୃଷ୍ଟି ହେବ ବୋଲି ସୋମବାର ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌‌ଡି) ପକ୍ଷରୁ କୁହାଯାଇଛି। ବିଭାଗ ପକ୍ଷରୁ […]

ନୂଆଦିଲ୍ଲୀ/ ଭୁବନେଶ୍ୱର :  ଏପ୍ରିଲ୍‌‌ ମାସରେ ରାଜ୍ୟରେ ଅସମ୍ଭାଳ ତାତି ଅନୁଭୂତ ହେବ। କେବଳ ଏପ୍ରିଲ୍‌‌ ନୁହେଁ ଏପ୍ରିଲ୍‌‌ରୁ ଜୁନ୍‌‌ ମାସ ପର୍ଯ୍ୟନ୍ତ ତାତି ପ୍ରକୋପ ଅଧିକ ରହିବା ସହ ରାଜ୍ୟବାସୀ ଗରମ ଗୁଳୁଗୁଳିରେ ଅତିଷ୍ଟ ହେବେ। ଅନ୍ୟପଟେ ଏହି ୩ ମାସରେ ବର୍ଷାର ପରିମାଣ କମ୍‌‌ ରହିବା ସହିତ ସ୍ୱାଭାବିକ ତୁଳନାରେ ଅଧିକ ଦିନ ଗ୍ରୀଷ୍ମ ଲହରୀ ସ୍ଥିତି ସୃଷ୍ଟି ହେବ ବୋଲି ସୋମବାର ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌‌ଡି) ପକ୍ଷରୁ କୁହାଯାଇଛି। ବିଭାଗ ପକ୍ଷରୁ ସୋମବାର ଏପ୍ରିଲ୍‌‌-ଜୁନ୍‌‌ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସ୍ଥିତିକୁ ନେଇ ଜାରି ହୋଇଥିବା ଋତୁକାଳୀନ ଆକନଳରେ କୁହାଯାଇଛି ଯେ ଚଳିତ ବର୍ଷ ଏପ୍ରିଲ୍‌‌ ମାସରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ଅଧିକ ରହିପାରେ।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ପୂର୍ବରୁ ପୁରୀରେ ସମ୍ପନ୍ନ ହେଲା ତିନି ରଥର ଦକ୍ଷିଣ ମୋଡ଼ ନୀତି

ସାଧାରଣତଃ ଏପ୍ରିଲ ମାସରେ ହାରାହାରି ୧ ରୁ ୩ ଦିନ ଗ୍ରୀଷ୍ମ ପ୍ରବାହର ଅବଧି ରହୁଥିବା ବେଳେ ଚଳିତ ଏହା ବର୍ଷ ୩ ରୁ ୮ ଦିନ ଅନୁଭୂତ ହେବାର ସମ୍ଭାବନା ରହିଛି। ସେହିପରି ଏପ୍ରିଲରୁ ଜୁନ୍‌‌ ମଧ୍ୟରେ ଏହି ଅବଧି ୧୧ ଦିନ ରହିଲେ ଏହାକୁ ସ୍ୱାଭାବିକ କୁହାଯାଉଥିବା ବେଳେ ଚଳିତ ବର୍ଷ ଏହାଠାରୁ ୬ ରୁ ୧୪ ଦିନ ଅଧିକ ଗ୍ରୀଷ୍ମ ପ୍ରବାହ ରହିପାରେ ବୋଲି ଆଇଏମ୍‌‌ଡି ଆକଳନ କରିଛି। ସେହିପରି ଚଳିତ ଏପ୍ରିଲ୍‌‌ରେ ସ୍ୱାଭାବିକଠାରୁ ଦିନ ତାପମାତ୍ରା ଅଧିକ ରହିବା ସହ ଗ୍ରୀଷ୍ମପ୍ରବାହ ଦିନ ସଂଖ୍ୟା, ସ୍ୱାଭାବିକ ତୁଳନାରେ ଅଧିକ ରହିବା ସହ ରାତ୍ରିତାପମାତ୍ରା ମଧ୍ୟ ସ୍ୱାଭାବିକ ତୁଳନାରେ ଅଧିକ ରହିବାର ସମ୍ଭାବନା ରହିଛି। ଏଥିପାଇଁ ଚଳିତ ଗ୍ରୀଷ୍ମ ଋତୁରେ ଅସ୍ୱାଭାବିକ ପାଣିପାଗ ସହ ଉଷ୍ମଆର୍ଦ୍ର ସ୍ଥିତି ଏବଂ ଉଷ୍ମରାତ୍ରି ସଂଖ୍ୟା ଅଧିକ ଅନୁଭୂତ ହେବା ସମ୍ଭାବନା ରହିଛି। ଅନ୍ୟପଟେ ତାତି ଅଧିକ ରହିବା ସହ ବର୍ଷାର ଅଭାବ ଯୋଗୁଁ ରାଜ୍ୟରେ ସ୍ଥିତି ଆହୁରି ଅସମ୍ଭାଳ ହେବ। ଏହି ୩ ମାସ ମଧ୍ୟରେ ଅଳ୍ପ କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଥିବା ବେଳେ ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ବର୍ଷାର ପ୍ରୋକପ କମ୍‌‌ ରହିବ ବୋଲି ଆଇଏମ୍‌‌ଡି ଆକଳନ କରିଛି।

ଆହୁରି ପଢ଼ନ୍ତୁ: ତାଳଚେର ସାର କାରଖାନା କାର୍ଯ୍ୟକାରିତାକୁ ନେଇ ରାଜ୍ୟସଭାରେ ସାଂସଦ ମାନସଙ୍କ ପ୍ରଶ୍ନ

ଆଇଏମ୍‌ଡିର ସତର୍କବାଣୀ

ଆହୁରି ପଢ଼ନ୍ତୁ: ଭ୍ରମାତ୍ମକ ମନ୍ତବ୍ୟ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ଭର୍ତ୍ତୃହରି: ବିଜେଡି

ଚଳିତ ଗ୍ରୀଷ୍ମ ଋତୁରେ ଗରମ ଅସହ୍ୟ ହେବ। ଦେଶର ଅଧିକାଂଶ ଭାଗରେ ପ୍ରବଳ ତାତି ସହ ଗ୍ରୀଷ୍ମ ପ୍ରବାହ ମଧ୍ୟ ବଢିବ। ଏପ୍ରିଲରୁ ଜୁନ୍ ୩ ମାସ ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ସହିତ ଏହା ୧୦ ରୁ ୨୦ ଦିନ ପର୍ଯ୍ୟନ୍ତ ଜାରି ରହିବ। ଏଭଳି ସ୍ଥିତି ଜନଜୀବନକୁ ପ୍ରଭାବିତ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଏପ୍ରିଲ ମାସ ଆରମ୍ଭ ହୋଇଥିଲା ବେଳେ ଏବେ ଦେଶର ବିଭିନ୍ନ ଭାଗରେ ଅଚାନକ ଭାବେ ତାତି ବଢିବ। ଓଡ଼ିଶା ସମେତ ମଧ୍ୟ ପ୍ରଦେଶ,ଉତ୍ତର ଏବଂ ଉପକୂଳ ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଲାକ୍ଷାଦ୍ବୀପ, ଆଣ୍ଡାମାନ-ନିକୋବର ଦ୍ବୀପ ପୁଞ୍ଜ, ତେଲଙ୍ଗାନା, ଏବଂ ଆନ୍ଧ୍ର ପ୍ରଦେଶ ଆଦି ରାଜ୍ୟରେ ଉତ୍ତାପ ବଢିବା ସହିତ ଏହିସବୁ ସ୍ଥାନରେ ୨ ରୁ ୮ ଦିନ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଆଇଏମଡି କହିଛି।

ଏହି ସମୟରେ ଦୀର୍ଘ ସମୟ ଧରି ଖରାର ପ୍ରକୋପ ଜାରି ରହିବା ସହିତ ଦିନ ବେଳା ତାପମାତ୍ରା ସ୍ବାଭାବିକ ସ୍ତର ଠାରୁ ଅଧିକ ରହିବ। ଯାହାକୁ ନେଇ ଏଥର ତାତି ସବୁ ରେକର୍ଡ ଭାଙ୍ଗିବ ବୋଲି ଆଇଏମଡି ପକ୍ଷରୁ ଆକଳନ କରାଯାଇଛି। ଗୋଟିଏ ପକ୍ଷରେ ତାତିକୁ ନେଇ ଆଇଏମଡି ଏହି ଆକଳନ କରିଥÒଲା ବେଳେ ଏପ୍ରିଲରେ ପ୍ରାକ୍ ମୌସୁମୀ ବର୍ଷା କମ୍ ହେବ ବୋଲି କହିଛି। ଏହାଦ୍ବାରା ଦେଶର ସମସ୍ତ ଉପକୂଳ ଭାଗ, ପୂର୍ବ ଏବଂ ଦକ୍ଷିଣ ମୁଖ୍ୟ ସ୍ଥଳ ଭାଗ ଅଧିକ ଶୁଷ୍କ ହୋଇପଡ଼ିବ। ତେବେ ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗର ପଶ୍ଚିମ ଗାଙ୍ଗେୟ ଉପତ୍ୟକା ସଂଲଗ୍ନ ଅଞ୍ଚଳ ସହିତ ପୂର୍ବ ଭାରତର କିଛି ଅଞ୍ଚଳରେ ତାପମାତ୍ରା ସ୍ବାଭାବିକ ରହିବ ବୋଲି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।

02 Apr 2024 By The Sakala

ଗ୍ରୀଷ୍ମ ଲହରୀକୁ ନେଇ ସତର୍କ କଲା ଆଇଏମ୍‌ଡି, ଏପ୍ରିଲରୁ ଜୁନ୍ ଅସହ୍ୟ ତାତି

ନୂଆଦିଲ୍ଲୀ/ ଭୁବନେଶ୍ୱର :  ଏପ୍ରିଲ୍‌‌ ମାସରେ ରାଜ୍ୟରେ ଅସମ୍ଭାଳ ତାତି ଅନୁଭୂତ ହେବ। କେବଳ ଏପ୍ରିଲ୍‌‌ ନୁହେଁ ଏପ୍ରିଲ୍‌‌ରୁ ଜୁନ୍‌‌ ମାସ ପର୍ଯ୍ୟନ୍ତ ତାତି ପ୍ରକୋପ ଅଧିକ ରହିବା ସହ ରାଜ୍ୟବାସୀ ଗରମ ଗୁଳୁଗୁଳିରେ ଅତିଷ୍ଟ ହେବେ। ଅନ୍ୟପଟେ ଏହି ୩ ମାସରେ ବର୍ଷାର ପରିମାଣ କମ୍‌‌ ରହିବା ସହିତ ସ୍ୱାଭାବିକ ତୁଳନାରେ ଅଧିକ ଦିନ ଗ୍ରୀଷ୍ମ ଲହରୀ ସ୍ଥିତି ସୃଷ୍ଟି ହେବ ବୋଲି ସୋମବାର ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌‌ଡି) ପକ୍ଷରୁ କୁହାଯାଇଛି। ବିଭାଗ ପକ୍ଷରୁ ସୋମବାର ଏପ୍ରିଲ୍‌‌-ଜୁନ୍‌‌ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସ୍ଥିତିକୁ ନେଇ ଜାରି ହୋଇଥିବା ଋତୁକାଳୀନ ଆକନଳରେ କୁହାଯାଇଛି ଯେ ଚଳିତ ବର୍ଷ ଏପ୍ରିଲ୍‌‌ ମାସରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ଅଧିକ ରହିପାରେ।

ସାଧାରଣତଃ ଏପ୍ରିଲ ମାସରେ ହାରାହାରି ୧ ରୁ ୩ ଦିନ ଗ୍ରୀଷ୍ମ ପ୍ରବାହର ଅବଧି ରହୁଥିବା ବେଳେ ଚଳିତ ଏହା ବର୍ଷ ୩ ରୁ ୮ ଦିନ ଅନୁଭୂତ ହେବାର ସମ୍ଭାବନା ରହିଛି। ସେହିପରି ଏପ୍ରିଲରୁ ଜୁନ୍‌‌ ମଧ୍ୟରେ ଏହି ଅବଧି ୧୧ ଦିନ ରହିଲେ ଏହାକୁ ସ୍ୱାଭାବିକ କୁହାଯାଉଥିବା ବେଳେ ଚଳିତ ବର୍ଷ ଏହାଠାରୁ ୬ ରୁ ୧୪ ଦିନ ଅଧିକ ଗ୍ରୀଷ୍ମ ପ୍ରବାହ ରହିପାରେ ବୋଲି ଆଇଏମ୍‌‌ଡି ଆକଳନ କରିଛି। ସେହିପରି ଚଳିତ ଏପ୍ରିଲ୍‌‌ରେ ସ୍ୱାଭାବିକଠାରୁ ଦିନ ତାପମାତ୍ରା ଅଧିକ ରହିବା ସହ ଗ୍ରୀଷ୍ମପ୍ରବାହ ଦିନ ସଂଖ୍ୟା, ସ୍ୱାଭାବିକ ତୁଳନାରେ ଅଧିକ ରହିବା ସହ ରାତ୍ରିତାପମାତ୍ରା ମଧ୍ୟ ସ୍ୱାଭାବିକ ତୁଳନାରେ ଅଧିକ ରହିବାର ସମ୍ଭାବନା ରହିଛି। ଏଥିପାଇଁ ଚଳିତ ଗ୍ରୀଷ୍ମ ଋତୁରେ ଅସ୍ୱାଭାବିକ ପାଣିପାଗ ସହ ଉଷ୍ମଆର୍ଦ୍ର ସ୍ଥିତି ଏବଂ ଉଷ୍ମରାତ୍ରି ସଂଖ୍ୟା ଅଧିକ ଅନୁଭୂତ ହେବା ସମ୍ଭାବନା ରହିଛି। ଅନ୍ୟପଟେ ତାତି ଅଧିକ ରହିବା ସହ ବର୍ଷାର ଅଭାବ ଯୋଗୁଁ ରାଜ୍ୟରେ ସ୍ଥିତି ଆହୁରି ଅସମ୍ଭାଳ ହେବ। ଏହି ୩ ମାସ ମଧ୍ୟରେ ଅଳ୍ପ କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଥିବା ବେଳେ ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ବର୍ଷାର ପ୍ରୋକପ କମ୍‌‌ ରହିବ ବୋଲି ଆଇଏମ୍‌‌ଡି ଆକଳନ କରିଛି।

ଆଇଏମ୍‌ଡିର ସତର୍କବାଣୀ

ଚଳିତ ଗ୍ରୀଷ୍ମ ଋତୁରେ ଗରମ ଅସହ୍ୟ ହେବ। ଦେଶର ଅଧିକାଂଶ ଭାଗରେ ପ୍ରବଳ ତାତି ସହ ଗ୍ରୀଷ୍ମ ପ୍ରବାହ ମଧ୍ୟ ବଢିବ। ଏପ୍ରିଲରୁ ଜୁନ୍ ୩ ମାସ ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ସହିତ ଏହା ୧୦ ରୁ ୨୦ ଦିନ ପର୍ଯ୍ୟନ୍ତ ଜାରି ରହିବ। ଏଭଳି ସ୍ଥିତି ଜନଜୀବନକୁ ପ୍ରଭାବିତ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଏପ୍ରିଲ ମାସ ଆରମ୍ଭ ହୋଇଥିଲା ବେଳେ ଏବେ ଦେଶର ବିଭିନ୍ନ ଭାଗରେ ଅଚାନକ ଭାବେ ତାତି ବଢିବ। ଓଡ଼ିଶା ସମେତ ମଧ୍ୟ ପ୍ରଦେଶ,ଉତ୍ତର ଏବଂ ଉପକୂଳ ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଲାକ୍ଷାଦ୍ବୀପ, ଆଣ୍ଡାମାନ-ନିକୋବର ଦ୍ବୀପ ପୁଞ୍ଜ, ତେଲଙ୍ଗାନା, ଏବଂ ଆନ୍ଧ୍ର ପ୍ରଦେଶ ଆଦି ରାଜ୍ୟରେ ଉତ୍ତାପ ବଢିବା ସହିତ ଏହିସବୁ ସ୍ଥାନରେ ୨ ରୁ ୮ ଦିନ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଆଇଏମଡି କହିଛି।

ଏହି ସମୟରେ ଦୀର୍ଘ ସମୟ ଧରି ଖରାର ପ୍ରକୋପ ଜାରି ରହିବା ସହିତ ଦିନ ବେଳା ତାପମାତ୍ରା ସ୍ବାଭାବିକ ସ୍ତର ଠାରୁ ଅଧିକ ରହିବ। ଯାହାକୁ ନେଇ ଏଥର ତାତି ସବୁ ରେକର୍ଡ ଭାଙ୍ଗିବ ବୋଲି ଆଇଏମଡି ପକ୍ଷରୁ ଆକଳନ କରାଯାଇଛି। ଗୋଟିଏ ପକ୍ଷରେ ତାତିକୁ ନେଇ ଆଇଏମଡି ଏହି ଆକଳନ କରିଥÒଲା ବେଳେ ଏପ୍ରିଲରେ ପ୍ରାକ୍ ମୌସୁମୀ ବର୍ଷା କମ୍ ହେବ ବୋଲି କହିଛି। ଏହାଦ୍ବାରା ଦେଶର ସମସ୍ତ ଉପକୂଳ ଭାଗ, ପୂର୍ବ ଏବଂ ଦକ୍ଷିଣ ମୁଖ୍ୟ ସ୍ଥଳ ଭାଗ ଅଧିକ ଶୁଷ୍କ ହୋଇପଡ଼ିବ। ତେବେ ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗର ପଶ୍ଚିମ ଗାଙ୍ଗେୟ ଉପତ୍ୟକା ସଂଲଗ୍ନ ଅଞ୍ଚଳ ସହିତ ପୂର୍ବ ଭାରତର କିଛି ଅଞ୍ଚଳରେ ତାପମାତ୍ରା ସ୍ବାଭାବିକ ରହିବ ବୋଲି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର