ବିଶ୍ୱ ପାଣିପାଗ ସଂଗଠନର ଉପାଧ୍ୟକ୍ଷ ହେଲେ ଓଡ଼ିଆ ପୁଅ ଡ. ମୃତ୍ୟୁଞ୍ଜୟ ମହାପାତ୍ର

The Sakala Picture
Published On

ଭୁବନେଶ୍ବର: ବିଶ୍ୱ ପାଣିପାଗ ସଂସ୍ଥାର ଉପାଧ୍ୟକ୍ଷ ହେଲେ ଆଇଏମ୍‌ଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର। ତୃତୀୟ ଉପାଧ୍ୟକ୍ଷ ପଦବୀ ପାଇଁ ହୋଇଥିବା ନିର୍ବାଚନରେ ସେ ବିଜୟୀ ହୋଇଛନ୍ତି। ୧୪୮ ଭୋଟ୍‌ ମଧ୍ୟରୁ ୧୧୩ ଭୋଟ୍‌ ପାଇ ବଡ଼ ବିଜୟ ହାସଲ କରିଛନ୍ତି। ୪ ବର୍ଷ ପାଇଁ ସେ ଏହି ପଦବୀରେ ରହିବେ।  (WMO )World Meteorological Organization କାର୍ଯ୍ୟକାରୀ କମିଟିରେ ଜଣେ ଅଧ୍ୟକ୍ଷ ରହୁଥିବାବେଳେ ୩ ଜଣ ଉପାଧ୍ୟକ୍ଷ ରହିଥାନ୍ତି । ବର୍ତ୍ତମାନ ମୃତ୍ୟୁଞ୍ଜୟ ମହାପାତ୍ର, ତୃତୀୟ […]

ଭୁବନେଶ୍ବର: ବିଶ୍ୱ ପାଣିପାଗ ସଂସ୍ଥାର ଉପାଧ୍ୟକ୍ଷ ହେଲେ ଆଇଏମ୍‌ଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର। ତୃତୀୟ ଉପାଧ୍ୟକ୍ଷ ପଦବୀ ପାଇଁ ହୋଇଥିବା ନିର୍ବାଚନରେ ସେ ବିଜୟୀ ହୋଇଛନ୍ତି। ୧୪୮ ଭୋଟ୍‌ ମଧ୍ୟରୁ ୧୧୩ ଭୋଟ୍‌ ପାଇ ବଡ଼ ବିଜୟ ହାସଲ କରିଛନ୍ତି। ୪ ବର୍ଷ ପାଇଁ ସେ ଏହି ପଦବୀରେ ରହିବେ।  (WMO )World Meteorological Organization କାର୍ଯ୍ୟକାରୀ କମିଟିରେ ଜଣେ ଅଧ୍ୟକ୍ଷ ରହୁଥିବାବେଳେ ୩ ଜଣ ଉପାଧ୍ୟକ୍ଷ ରହିଥାନ୍ତି । ବର୍ତ୍ତମାନ ମୃତ୍ୟୁଞ୍ଜୟ ମହାପାତ୍ର, ତୃତୀୟ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ଡବ୍ଲୁଏମ୍‌ଓର ସ୍ଥାୟୀ ସଦସ୍ୟ ଭାବେ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି ଆଇଏମ୍‌ଡି ଡିଜି। ପୂର୍ବରୁ ଡ. ମହାପାତ୍ର ଡବ୍ଲୁଏମ୍‌ଓର ବିଭିନ୍ନ କମିଟିରେ ସ୍ଥାନ ପାଇଥିବା ବେଳେ କିଛି ନିର୍ଦ୍ଦିଷ୍ଟ କମିଟିରେ ଅଧ୍ୟକ୍ଷ ଭାବେ କାମ କରିବାର ଅଭିଜ୍ଞତା ରଖିଛନ୍ତି । ପାଣିପାଗ ବିଜ୍ଞାନ କ୍ଷେତ୍ରରେ ଡ. ମହାପାତ୍ର ୩୦ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତର ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ୯୦ରୁ ଊର୍ଦ୍ଧ୍ବ ବାତ୍ୟା ସମ୍ପର୍କରେ ସେ ଆକଳନ କରିଛନ୍ତି। ଭାରତରେ ସେ ‘ସାଇକ୍ଲୋନ୍‌‌ ମ୍ୟାନ’ ଭାବେ ପରିଚୟ ପାଇଛନ୍ତି।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର