ମନୋରଞ୍ଜନ
ପରକୀୟା ପ୍ରୀତିକୁ ନେଇ ହତ୍ୟାକାଣ୍ଡ : ଚଳନ୍ତା ଟ୍ରେନ୍ରେ ସ୍ତ୍ରୀ’ର ପ୍ରେମିକକୁ ଛୁରୀ ଭୁଶି ମାରିଦେଲା ସ୍ୱାମୀ
ଗଞ୍ଜାମ : ପ୍ରରକୀୟା ପ୍ରତୀକୁ ନେଇ ଚେନ୍ନାଇ-ହାବଡା ଚଳନ୍ତା ଟ୍ରେନରେ ଖଣ୍ଡଯୁଦ୍ଧ ହେବାସହ ଜଣଙ୍କର ମୃତ୍ୟୁ ଘଟିଛି। ଗଞ୍ଜାମ ରେଳଷ୍ଟେସନ ଠାରେ ଆସାମୀକୁ ନିଜ ଅକ୍ତିଆରକୁ ନେଇଛି ପୁଲିସ। ଯାହାକୁ ନେଇ ଯାତ୍ରୀମାନେ ଆତଙ୍କିତ ହୋଇପଡିଛନ୍ତି। ଚେନ୍ନାଇ-ହାଓଡା ଚଳନ୍ତା ଟ୍ରେନ୍ରେ ଗଂଜାମ ରେଳଷ୍ଟେସନ ନିକଟରେ ଆଜି ପଶ୍ଚିମବଙ୍ଗର ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଏଥିରେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଅସ୍ମିତ ଗୁରାଇ ନାଁରେ ଜଣେ ଯୁବକ ବୋଲି ଜଣାପଡ଼ିଛି। ଅସ୍ମିତଙ୍କ ଘର ପଶ୍ଚିବମଙ୍ଗରେ। ଆରପିଏଫ ଅଭିଯୁକ୍ତ ରାଜୀବ […]
ଗଞ୍ଜାମ : ପ୍ରରକୀୟା ପ୍ରତୀକୁ ନେଇ ଚେନ୍ନାଇ-ହାବଡା ଚଳନ୍ତା ଟ୍ରେନରେ ଖଣ୍ଡଯୁଦ୍ଧ ହେବାସହ ଜଣଙ୍କର ମୃତ୍ୟୁ ଘଟିଛି। ଗଞ୍ଜାମ ରେଳଷ୍ଟେସନ ଠାରେ ଆସାମୀକୁ ନିଜ ଅକ୍ତିଆରକୁ ନେଇଛି ପୁଲିସ। ଯାହାକୁ ନେଇ ଯାତ୍ରୀମାନେ ଆତଙ୍କିତ ହୋଇପଡିଛନ୍ତି। ଚେନ୍ନାଇ-ହାଓଡା ଚଳନ୍ତା ଟ୍ରେନ୍ରେ ଗଂଜାମ ରେଳଷ୍ଟେସନ ନିକଟରେ ଆଜି ପଶ୍ଚିମବଙ୍ଗର ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଏଥିରେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଅସ୍ମିତ ଗୁରାଇ ନାଁରେ ଜଣେ ଯୁବକ ବୋଲି ଜଣାପଡ଼ିଛି। ଅସ୍ମିତଙ୍କ ଘର ପଶ୍ଚିବମଙ୍ଗରେ। ଆରପିଏଫ ଅଭିଯୁକ୍ତ ରାଜୀବ ଗୁରାଇକୁ ଅଟକ ରଖି ପଚରାଉଚରା କରୁଛି।
ପୁଲିସର ସୂଚନାଅନୁସାରେ ପଶ୍ଚିମବଙ୍ଗ ରାଜ୍ୟର ବାହାଦୂରପୁର ଗାଁର ରାଜୀବ ଗୁରାଇଙ୍କ ପତ୍ନୀ ଅସୁସ୍ଥ ଥିଲେ। ତେଣୁ ପତ୍ନୀଙ୍କୁ ମେଡିକାଲ୍ ଚେକ୍ଅପ୍ ପାଇଁ ରାଜୀବ ଚେନ୍ନାଇ ନେଇଥିଲେ। ସାଥୀରେ ରାଜୀବଙ୍କ ଶ୍ୱଶୁର ଓ ବନ୍ଧୁ ଅସ୍ମିତ ଗୁରାଇ ଯାଇଥିଲେ। ସେମାନେ ଚେନ୍ନାଇରେ ଏକ ଲଜ୍ରେ ରହିଥିଲେ। ସେଠାରେ ରହଣୀ ସମୟରେ ରାଜୀବଙ୍କ ପତ୍ନୀଙ୍କ ପ୍ରେମରେ ପଡ଼ିଥିଲେ ଅସ୍ମିତ। ଏପରିକି ଉଭୟଙ୍କୁ ଅସଞ୍ଜତ ଅବସ୍ଥାରେ ଥିବା ଦେଖିଥିଲେ ରାଜୀବ। ଯାହାକୁ ନେଇ ରାଜୀବ ଓ ଅସ୍ମିତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।
ତେବେ ମେଡିକାଲ ଚେକ୍ଅପ୍ ପରେ ରାଜୀବଙ୍କ ପରିବାର ଓ ବନ୍ଧୁ ଅସ୍ମିତ ଚେନ୍ନାଇ-ହାୱାଡା ମେଲ୍ର ଘରକୁ ଫେରୁଥିଲେ। ଫେରିବା ବେଳେ ଟ୍ରେନ୍ ଭିତରେ ରାଜୀବ ଓ ଅସ୍ମିତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରବର୍ତ୍ତୀ ସମୟରେ ପାଟିତୁଣ୍ଡ ଉଗ୍ରରୂପ ଧାରଣ କରିଥିଲା। ସ୍ତ୍ରୀର ପ୍ରତିଶୋଧ ନେବା ପାଇଁ ଏକ ମାନସିକ ସ୍ତରରେ ପ୍ରସ୍ତୁତି ହୋଇ ରହିଥିବା ରାଜୀବ ଏକ ଛୁରୀ ବାହାର କରି ଗଞ୍ଜାମ ରେଳ ଷ୍ଟେସନ ନିକଟ ପାଖାପାଖି ଚଳନ୍ତା ଟ୍ରନରେ ଅସ୍ମିତର ପେଟକୁ ବାରମ୍ବାର ଭୁସିଥିଲା । ଏହା ଦେଖି ଟ୍ରେନ ଭିତରେ ଯାତ୍ରୀ ମାନେ ଆତଙ୍କିତ ହୋଇ ପାଟିତୁଣ୍ଡ କରିବାରୁ ଟ୍ରେନ ସୁରକ୍ଷା ଦାଇତ୍ୱରେ ଥିବା ରେଳବାଇ ପୁଲିସକୁ ଜଣାଇଥିଲେ।
ଖବର ପାଇଁ ଆର୍ପିଏଫ୍ ଉକ୍ତ ବଗିରେ ପହଞ୍ଚିଥିଲା। ଚେନ୍ପୁଲ୍ କରି ଟ୍ରେନ୍କୁ ଅଟକାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅସ୍ମିତକୁ ଟ୍ରେନରୁ ଓହ୍ଲାଇ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖଲ୍ଲିକୋଟ୍ ମେଡିକାଲ୍ରେ ଭର୍ତ୍ତି କରିଥିଲା ଆର୍ପିଏଫ୍। ସେଠାରେ ଚିକିତ୍ସା ଚାଲିଥିବା ବେଳେ ଅସ୍ମିତଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଅଭିଯୁକ୍ତକୁ ଧରି ଗଞ୍ଜାମ ପୁଲିସ୍ର ଜିମା ଦେଇଥିଲା ଆର୍ପିଏଫ୍। ଗଞ୍ଜାମ ପୁଲିସ୍ ରାଜୀବଙ୍କୁ ଗିରଫ କରି ପଚରାଉଚରା କରିଥିଲା। ଏହି ସମୟରେ ନିଜ ପତ୍ନୀଙ୍କ ସହିତ ପ୍ରସନ୍ନଜିତ ପରକୀୟା ପ୍ରେମ ସମ୍ପର୍କ ରଖିଥିବା ରାଜୀବ ସ୍ୱୀକାର କରିଛନ୍ତି।






