ପ୍ରେମବିବାହ ପରେ ଯୌତୁକ ପାଇଁ ପତ୍ନୀକୁ ହତ୍ୟା କଲା ରାକ୍ଷସ ସ୍ବାମୀ

The Sakala Picture
Published On

ଫୁଲବାଣୀ/ଖଜୁରୀପଡ଼ା: ପ୍ରଥମେ ଭଲ ପାଇ ବିବାହ କରିବା ଓ ପରେ ଯୌତୁକ ପାଇଁ ହତ୍ୟା କରିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖଜୁରୀପଡ଼ା ଥାନା ଅନ୍ତର୍ଗତ ସିଡ଼ିଙ୍ଗୀ ଗ୍ରାମରେ l ଛଅମାସ ପୂର୍ବେ ସିଡ଼ିଙ୍ଗୀ ଗ୍ରାମର କୁବେର ନାୟକ ନୟାଗଡ଼ ଜିଲ୍ଲାର ବାଣୀଗୋଛl ଗ୍ରାମର ସୌଦାମେନିଙ୍କୁ ଭଲ ପାଇ ବିବାହ କରିଥିଲେ l ଅଭିଯୋଗ ଅନୁସାରେ, ବାହାଘରର କିଛି ମାସ ପରେ ଯୌତୁକ ନିର୍ଯାତନା ଦେଉଥିଲେ ସ୍ଵାମୀ ଓ ପରିବାର ଲୋକେ l ଶ୍ୱଶୁର ଘରେ […]

ଫୁଲବାଣୀ/ଖଜୁରୀପଡ଼ା: ପ୍ରଥମେ ଭଲ ପାଇ ବିବାହ କରିବା ଓ ପରେ ଯୌତୁକ ପାଇଁ ହତ୍ୟା କରିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖଜୁରୀପଡ଼ା ଥାନା ଅନ୍ତର୍ଗତ ସିଡ଼ିଙ୍ଗୀ ଗ୍ରାମରେ l ଛଅମାସ ପୂର୍ବେ ସିଡ଼ିଙ୍ଗୀ ଗ୍ରାମର କୁବେର ନାୟକ ନୟାଗଡ଼ ଜିଲ୍ଲାର ବାଣୀଗୋଛl ଗ୍ରାମର ସୌଦାମେନିଙ୍କୁ ଭଲ ପାଇ ବିବାହ କରିଥିଲେ l ଅଭିଯୋଗ ଅନୁସାରେ, ବାହାଘରର କିଛି ମାସ ପରେ ଯୌତୁକ ନିର୍ଯାତନା ଦେଉଥିଲେ ସ୍ଵାମୀ ଓ ପରିବାର ଲୋକେ l ଶ୍ୱଶୁର ଘରେ ନିର୍ଯ୍ୟାତନା ପାଉଥିବା ସୌଦାମିନୀ ବାପା ଘରକୁ ଫୋନ ଯୋଗେ କହିଥିଲା କି ଘରକୁ ନେଇଯିବା ପାଇଁ l ଲକ୍ ଡାଉନ ଯୋଗୁଁ ଗାଡ଼ି ଚାଲୁନଥିବା ହେତୁ ଝିଅ ଘର ପରିବାର ଲୋକେ ଆସିପାରି ନଥିଲେ l ହେଲେ ଗତକାଲି ସନ୍ଧ୍ୟାରେ ଖବର ପାଇଲେ ଯେ ଝିଅ ମରିଯାଇଛି l ଏହି ଖବର ପାଇ ଝିଅ ଘର ଲୋକେ ଖଜୁରୀପଡ଼ା ଥାନା ରେ ଏକ ଯୌତୁକଜନିତ ହତ୍ୟା ହୋଇଥିବା ଏକ ଲିଖିତ ଅଭିଯୋଗ କରିଥିଲେ l ଏହି ମାମଲା ଆଧାରରେ ଖଜୁରୀପଡ଼ା ପୋଲିସ ଶବକୁ ବ୍ୟବଚ୍ଛେଦ କରିବାକୁ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ସ୍ଵାମୀ କୁବେରକୁ ଅଟକ ରଖି ତଦନ୍ତ ଜାରି ରଖିଛି l

ଆହୁରି ପଢ଼ନ୍ତୁ: ଦର୍ଶକଙ୍କ ପାଇଁ ଖୋଲିଲା ନୂଆ ରୂପର 'କଳିଙ୍ଗ ଷ୍ଟୁଡିଓ': ସ୍ନୋ ପାର୍କ ସହ ନେବେ ଭୂତ ବଙ୍ଗଳାର ମଜା, ଜାଣନ୍ତୁ ଟିକେଟ୍ ଦର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର