ମନୋରଞ୍ଜନ
ଆସନ୍ତା ଶିକ୍ଷାବର୍ଷରୁ ଆଦର୍ଶ ସ୍କୁଲରେ ଖୋଲିବ ଆଉ ଶହେଟି ହଷ୍ଟେଲ
ଭୁବନେଶ୍ୱର : ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀ ଏଣିକି ହଷ୍ଟେଲରେ ରହିବାର ସୁଯୋଗ ପାଇବେ। ପୂର୍ବରୁ ରାଜ୍ୟର ୫୫ଟି ବିଦ୍ୟାଳୟରେ ହଷ୍ଟେଲର ସୁବିଧା ଉପଲବ୍ଧ ଥିବାବେଳେ ଏଣିକି ସମସ୍ତ ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ରହିବାର ସୁବିଧା ମିଳିବ। ସେହିପରି ଉନ୍ନତ କ୍ଲାସରୁମ୍, ପାଚେରୀ, ଖେଳପଡ଼ିଆ ଆଦି ଆନୁଷଙ୍ଗିକ ଭିତ୍ତିଭୂମିକୁ ମଧ୍ୟ ସୁଦୃଢ଼ କରାଯିବ। ଏନେଇ ବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସରକାରୀ ସ୍ତରରେ ମୋହର ମଧ୍ୟ ଲାଗିଛି। ଆସନ୍ତା ଶିକ୍ଷା ବର୍ଷରୁ ଆଉ ଶହେଟି ନୂଆ ହଷ୍ଟେଲ […]
ଭୁବନେଶ୍ୱର : ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀ ଏଣିକି ହଷ୍ଟେଲରେ ରହିବାର ସୁଯୋଗ ପାଇବେ। ପୂର୍ବରୁ ରାଜ୍ୟର ୫୫ଟି ବିଦ୍ୟାଳୟରେ ହଷ୍ଟେଲର ସୁବିଧା ଉପଲବ୍ଧ ଥିବାବେଳେ ଏଣିକି ସମସ୍ତ ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ରହିବାର ସୁବିଧା ମିଳିବ। ସେହିପରି ଉନ୍ନତ କ୍ଲାସରୁମ୍, ପାଚେରୀ, ଖେଳପଡ଼ିଆ ଆଦି ଆନୁଷଙ୍ଗିକ ଭିତ୍ତିଭୂମିକୁ ମଧ୍ୟ ସୁଦୃଢ଼ କରାଯିବ। ଏନେଇ ବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସରକାରୀ ସ୍ତରରେ ମୋହର ମଧ୍ୟ ଲାଗିଛି। ଆସନ୍ତା ଶିକ୍ଷା ବର୍ଷରୁ ଆଉ ଶହେଟି ନୂଆ ହଷ୍ଟେଲ ଖୋଲିବାକୁ ସଂଗଠନ ପକ୍ଷରୁ ନିଷ୍ପତ୍ତି ହୋଇଛି।
ରାଜ୍ୟର ୨୫୦ଟି ବ୍ଲକରେ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ଥିବାବେଳେ ଆଉ ୫୨ଟି ନାମଲେଖା ପାଇଁ ପ୍ରସ୍ତୁତ ହୋଇଛି। ୨୦୨୨-୨୩ ଶିକ୍ଷା ବର୍ଷରୁ ରାଜ୍ୟରେ ୩୧୨ଟି ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ। ବିଭାଗ ପକ୍ଷରୁ ଏଥିଲାଗି ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯିବା ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ ପାଇଁ ଗୁରୁତ୍ୱ ଦିଆଯାଉଛି। ଏହି କ୍ରମରେ ମଧ୍ୟ ଆଉ ଶହେଟି ଆଦର୍ଶ ବିଦ୍ୟାଳୟରେ ମଧ୍ୟ ହଷ୍ଟେଲ ଖୋଲିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟର ଆଦର୍ଶ ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ବର୍ତ୍ତମାନ ମାତ୍ର ୫୫ଟି ସ୍କୁଲରେ ହଷ୍ଟେଲର ସୁବିଧା ରହିଛି। ସେହିପରି ଆଉ ୫୨ଟି ବିଦ୍ୟାଳୟରେ ନୂତନ ଛାତ୍ରୀ ନିବାସ ଖୋଲିବା ପାଇଁ ମଧ୍ୟ ପ୍ରସ୍ତୁତି ସରିଛି। ତେବେ ଆସନ୍ତା ଶିକ୍ଷା ବର୍ଷରୁ ସମସ୍ତ ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରୀମାନଙ୍କ ପାଇଁ ନୂଆ ଶହେଟି ଷଷ୍ଟେଲ କାର୍ଯ୍ୟକ୍ଷମ ହେବ। ସରକାରୀ ସ୍ତରରେ ଏନେଇ ମଞ୍ଜୁରୀ ମିଳିଥିବାବେଳେ ସମସ୍ତ ବିଦ୍ୟାଳୟର ପାଚେରୀ, ଖେଳପଡ଼ିଆ ଆଦି ନିର୍ମାଣ ହେବ।
ତେବେ ମନରେଗା ଯୋଜନା ଅଧୀନରେ ହିଁ ଏହି ସବୁ କାମ ତ୍ୱରାନ୍ୱିତ ହେବ। ଯାହାଦ୍ୱାରା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତିର ସୁଯୋଗ ମିଳି ପାରିବ ବୋଲି ବିଭାଗ ଦର୍ଶାଇଛି। ସେହିପରି ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ପାଇଁ ସ୍ମାର୍ଟ କ୍ଲାସ ଉପରେ ଗୁରୁତ୍ୱ ଦେବା ସହିତ ଅତ୍ୟଧୁନିକ ଜ୍ଞାନକୌଶଳ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କୋଡିଂ ଆଦି ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ସେମାନଙ୍କ ଦକ୍ଷତା ବିକାଶ ପାଇଁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ବିଭାଗ ପକ୍ଷରୁ ଗ୍ରହଣ କରାଯାଉଛି। ବର୍ତ୍ତମାନ ୨୫୦ଟି ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ଥିବାବେଳେ ଆଗାମୀ ଦିନରେ ରାଜ୍ୟର ସମସ୍ତ ବ୍ଲକରେ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ କରାଯିବ। ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟରେ ମଧ୍ୟ ଆଉ ୩୬ଟି ଆଦର୍ଶ ବିଦ୍ୟାଳୟରେ ପାଠପଢ଼଼ା ଆରମ୍ଭ କରିବା ପାଇଁ ବିଭାଗ ପ୍ରସ୍ତୁତି ଚଳାଇଛି।






